Wednesday , June 16 2021
Breaking News
Home / ବ୍ୟବସାୟ ବାଣିଜ୍ୟ / ପାରାଦ୍ୱୀପ ମାଛଧରା ବନ୍ଦର ବିଶ୍ୱସ୍ତରୀୟ ଯୋଜନାକୁ ବିଜେଡିର ପ୍ରଶଂସା

ପାରାଦ୍ୱୀପ ମାଛଧରା ବନ୍ଦର ବିଶ୍ୱସ୍ତରୀୟ ଯୋଜନାକୁ ବିଜେଡିର ପ୍ରଶଂସା

ପାରାଦ୍ୱୀପ ୧୦/୦୧/୨୦୨୧ (ଓଡ଼ିଶା ସମାଚାର)- ପାରାଦ୍ୱୀପ ନେହେରୁ ବଙ୍ଗଳା ଠାରେ ଥିବା ମାଛଧରା ବନ୍ଦରକୁ ବିଶ୍ୱସ୍ତରୀୟ ମାଛଧରା ବନ୍ଦର କରିବାକୁ ଯୋଜନା ଆରମ୍ଭ ହୋଇଛି । ଏଥି ନିମନ୍ତେ ପ୍ରାୟ ୩୦ କୋଟି ଟଙ୍କାର ବଜେଟ୍ ଅନୁମୋଦନ ହୋଇଛି । ମାଛ ଧରା ବନ୍ଦର ବିଶ୍ୱସ୍ତରୀୟ ହେବା ଯୋଜନାର ସଫଳତା କାମନା କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଭାଗୀୟ ମନ୍ତ୍ରୀ ଡ. ଅରୁଣ ସାହୁ ଙ୍କୁ କୃତଜ୍ଞତା ଜଣାଇଛନ୍ତି ପାରାଦ୍ୱୀପ ନଗର ବିଜେଡି ସଭାପତି ବସନ୍ତ ବିଶ୍ୱାଳ । ମାଛଧରା ବନ୍ଦର ମଧ୍ୟରେ ଥିବା ଦୋକାନଘର ଗୁଡିକର ଆଧୁନିକିକରଣ, ପଥର ବନ୍ଧର ନବୀକରଣ, ରାସ୍ତା, ପାନୀୟଜଳ ସମେତ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ଶୁକ୍ରବାର ଦିନ ମାଛଧରା ବନ୍ଦର ଠାରେ ପାରାଦ୍ୱୀପ ଏଡିଏମ୍ ଡ. କାହ୍ନୁଚରଣ ଧିର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ସବୁ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ମାଛଧରା ବନ୍ଦରରେ ଆଉ ଏକ ଅକ୍ସନ ହଲ୍ , ରେଷ୍ଟହାଉସ ଭଳି ଅତ୍ୟାବଶ୍ୟକୀୟ କାର୍ଯ୍ୟକ୍ରମ ବାବଦରେ ବ୍ୟୟବରାଦ ହୋଇଛି । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ଆଲୁମିନିୟମ ପକ୍ଷରୁ ବ୍ୟବସାୟିକ ଅଂଶୀଦାର କର୍ମଚାରୀଙ୍କ ପାଇଁ କୋଭିଡ୍ କବଚ ଟର୍ମ ବୀମା ଘୋଷଣା

ଭୁବନେଶ୍ୱର,୧୭/୦୫/୨୦୨୧(ଓଡ଼ିଶା ସମାଚାର)-ଭାରତର ବୃହତ୍ ଆଲୁମିନିୟମ୍ ଉତ୍ପାଦନକାରୀ ତଥା ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ ଏବଂ ପାୱାର ବିଜନେସ୍ ପକ୍ଷରୁ …

Leave a Reply

Your email address will not be published. Required fields are marked *