Tuesday , August 3 2021
Breaking News
Home / କ୍ରୀଡ଼ା / ପାରାଦ୍ୱୀପ ବନ୍ଦର ରେ ‘ପୃଷ୍ଟିକର , ବ୍ୟାୟାମ ଓ ଯୋଗ’  ଉପରେ ଅନଲାଇନ୍ କାର୍ଯ୍ୟକ୍ରମ

ପାରାଦ୍ୱୀପ ବନ୍ଦର ରେ ‘ପୃଷ୍ଟିକର , ବ୍ୟାୟାମ ଓ ଯୋଗ’  ଉପରେ ଅନଲାଇନ୍ କାର୍ଯ୍ୟକ୍ରମ

ପାରାଦ୍ୱୀପ ୨୦/୦୬/୨୦୨୧(ଓଡ଼ିଶା ସମାଚାର)- ‘ଆଜାଦି କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ଅନ୍ତର୍ଗତ ‘ପୃଷ୍ଟିକର ଖାଦ୍ୟ, ବ୍ୟାୟାମ ଏବଂ ଯୋଗ ଉପରେ ଦୁଇ ଦିନିଆ ଅନଲାଇନ୍ କାର୍ଯ୍ୟକ୍ରମ ଶନିବାର ଦିନ ସକାଳେ ଆର୍ଟ ଅଫ୍ ଲିଭିଙ୍ଗ ସହଯୋଗରେ ପାରାଦ୍ୱୀପ ବନ୍ଦର ଠାରେ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମକୁ ବନ୍ଦର ଉପାଧ୍ୟକ୍ଷ ଏ.କେ.ବୋଷ ଉଦଘାଟନ କରିଥିବା ବେଳେ ବନ୍ଦର ବରିଷ୍ଠ ଉପ ସଚିବ ଟି.କେ.ହାଜିରା, ପାରାଦ୍ୱୀପ ସେଂଟର ଅଫ ଆର୍ଟ ଅଫ୍ ଲିଭିଙ୍ଗ୍ ସଂପାଦକ ଏସ୍.କେ.ସେଠୀ ଏବଂ ଆର୍ଟ ଅଫ ଲିଭିଙ୍ଗର ଅଭିଜ୍ଞ ପ୍ରଶିକ୍ଷକ ତାପସ ରଞ୍ଜନ ପତି ପ୍ରମୁଖ ଉପସ୍ଥିତ ଥିଲେ । କୋଭିଡ୍ ୧୯ ସଂକ୍ରମଣ ମାମଲା ହେତୁ ଦେଶ କଷ୍ଟଦାୟକ ସମୟରେ ଗତି କରୁଛି । ଏହି ପରିପ୍ରେକ୍ଷୀରେ ପାରାଦ୍ୱୀପ ବନ୍ଦରରେ ଆୟୋଜିତ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ବନ୍ଦର କର୍ମ•ରୀ ଏବଂ ସୋମନଙ୍କ  ପରିବାର ପାଇଁ କୋଭିଡ୍ ଯତ୍ନ ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ପୃଷ୍ଟିକର ଖାଦ୍ୟ, ପ୍ରତିରକ୍ଷା ବୃଦ୍ଧି ଏବଂ ପ୍ରତିରୋଧ, ଘର ବିଚ୍ଛିନ୍ନତା ର ଯତ୍ନ ଏବଂ କୋଭିଡ ପରବର୍ତୀ ପୁନର୍ବାସ ଅନ୍ତର୍ଭୁକ୍ତ । ଓଡ଼ିଶା ସମାଚାର

About admin

Check Also

ଭିଡିଓକନଫରେନ୍ସ  ଆଲୋଚନା ପରେ ପଟ୍ଟାମୁଣ୍ଡାଇ ଇଣ୍ଡୋର ଷ୍ଟାଡିୟମ ପାଇଁ ୮କୋଟି ମଞ୍ଜୁର

କେନ୍ଦ୍ରାପଡ଼ା, ୧୯/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଅଂଚଳରେ କ୍ରୀଡାର ବିକାଶ ସହ ଉଦୀୟମାନ କ୍ରୀଡାବିତ …

Leave a Reply

Your email address will not be published. Required fields are marked *