Sunday , June 13 2021
Breaking News
Home / ବିଶେଷ / ପାରାଦ୍ୱୀପ ବନ୍ଦର ଦ୍ୱାରା ୭୩ ତମ ସ୍ୱାଧୀନତା ଦିବସ ୨୦୧୯ମହା ଆଡମ୍ବର ସହକାରେ ପାଳିତ

ପାରାଦ୍ୱୀପ ବନ୍ଦର ଦ୍ୱାରା ୭୩ ତମ ସ୍ୱାଧୀନତା ଦିବସ ୨୦୧୯ମହା ଆଡମ୍ବର ସହକାରେ ପାଳିତ

ପାରାଦ୍ୱୀପ ୧୭/୦୮/୨୦୧୯(ଓଡ଼ିଶା ସମାଚାର)-ପାରାଦ୍ୱୀପ ବନ୍ଦର ଦ୍ୱାରା ୭୩ତମ ସ୍ୱାଧୀନତା ଦିବସ ସ୍ଥାନୀୟ ଗୋପବନ୍ଧୁ ଷ୍ଟାଡିୟମ ଠାରେ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଅଛି । ଏହି ଅବସରରେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରି ପ୍ୟାରେଡ୍ରେ ଅଂଶଗ୍ରହଣ କରିଥିବା ସିଆଇଏସଏଫ୍ ଜବାନ, ପାରାଦ୍ୱୀପ କଲେଜ ଛାତ୍ର ଛାତ୍ରୀ, ଓଡିଶା ମେରିଟାଇମ୍ ଏକାଡେମି ଓ ବନ୍ଦରାଞ୍ଚଳର ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀଙ୍କ ସମେତ ୪୩ ପ୍ଲଟୁନ୍ ଠାରୁ ଅଧ୍ୟକ୍ଷ ଶ୍ରୀ ରଏ ଅଭିବାଦନ ଗ୍ରହଣ କରିଥିଲେ । ବନ୍ଦର ଅଧ୍ୟକ୍ଷ ପାରାଦ୍ୱୀପ ବନ୍ଦରରେ ବିଭିନ୍ନ ବିକାଶ, ପ୍ରକଳ୍ପ ଓ ଜୋଯନା ସମ୍ବନ୍ଧରେ ବିସ୍ତୃତ ବକ୍ତବ୍ୟ ରଖିଥିଲେ । ଆୟୋଜିତ ପ୍ୟାରେଡ୍, ଡ୍ରିଲ୍ ଓ ଅନ୍ୟାନ୍ୟ ବର୍ଗରେ କୃତୀ ଦଳ ମାନଙ୍କ ସମେତ ବନ୍ଦରାଞ୍ଚଳର ସିବିଏସ୍ଇ , ଆଇସିଏସ୍ଇ ଓ ବିଏସଇ ବୋର୍ଡରେ ଅଧିକ ନମ୍ବର ରଖିଥିବା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅଧ୍ୟକ୍ଷ ଶ୍ରୀ ରଏ ପୁରସ୍କୃତ କରିଥିଲେ । ଅପରାହ୍ନରେ ଅଫିସର୍ସ କ୍ଲବଠାରେ ଏକ କବି ସମ୍ମିଳନୀର ଆୟୋଜନ ହୋଇଥିବା ବେଳେ ପାରାଦ୍ୱୀପ ବନ୍ଦର ସ୍ପୋର୍ଟସ କାଉନସିଲର ଦ୍ୱାରା ବନ୍ଦର ଅଧ୍ୟକ୍ଷ ଏକାଦଶ ଓ କଟକ ବୋଧପୁର ମଧ୍ୟରେ ଏକ ପ୍ରଦର୍ଶନୀ ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ପାରାଦ୍ୱୀପ ଅଧ୍ୟକ୍ଷ ଏକାଦଶ ୩ ଗୋଲ ବ୍ୟବଧାନରେ ବିଜୟୀ ହୋଇଥିଲା । ଏହି ଅବସରରେ ବନ୍ଦର ମୁଖ୍ୟ ଅର୍ଥ ପରାମର୍ଶ ଦାତା ଏସ୍.କେ. ସାହୁ , ସିନିଅର ଏମଇ ଓ ଜିକେଏସର କାର୍ଯ୍ୟକାରୀ ସଭାପତି ବବୁଲ ସିକଦାର ମୁକ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ପାରାଦ୍ୱୀପ ଲେଡିଜ୍ କ୍ଲବର ସଭ୍ୟା ରିତା ସିକଦାର ଓ ବନ୍ଦର ଫୁଟବଲ କୋଚ୍ ତଥା ସ୍ପୋର୍ଟସ ଉପଦେଷ୍ଟା ରବିଦାସ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ବିଜୟୀ ଦଳ ଓ ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ । ସଂଧ୍ୟାରେ ଜୟଦେବ ସଦନ ଠାରେ ସ୍କଲ୍ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *