Thursday , June 17 2021
Home / ବିଶେଷ / ପାରାଦ୍ୱୀପ ବନ୍ଦରର ସ୍ୱରେଜ ଟ୍ରିଟମେଂଟ ପ୍ଳାଂଟର ବ୍ୟବହାରୀକ ପରୀକ୍ଷଣ କଲେ ବନ୍ଦର ଅଧ୍ୟକ୍ଷ

ପାରାଦ୍ୱୀପ ବନ୍ଦରର ସ୍ୱରେଜ ଟ୍ରିଟମେଂଟ ପ୍ଳାଂଟର ବ୍ୟବହାରୀକ ପରୀକ୍ଷଣ କଲେ ବନ୍ଦର ଅଧ୍ୟକ୍ଷ

ପାରାଦ୍ୱୀପ ୩୦/୦୯/୨୦୧୯ (ଓଡ଼ିଶା ସମାଚାର)-ପାରାଦ୍ୱୀପ ବନ୍ଦର ସହରରେ ବହୁ ପ୍ରତିକ୍ଷୀତ ସ୍ୱରେଜ ଟ୍ରିଟମେଂଟ ପ୍ଳାଂଟର ଏକ ବ୍ୟବହାରିକ ପରୀକ୍ଷଣ ବନ୍ଦର ଅଧ୍ୟକ୍ଷ ରିେଙ୍କଶ ରଏଙ୍କ ଦ୍ୱାରା ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ୨୨କୋଟି ଟଙ୍କା ବ୍ୟୟରେ ନିର୍ମିତ ଦୁଇଟି ପ୍ଳାଂଟର ଦୈନିକ ୪.୫ ମିଲିୟନ ଲିଟର ଅଶୋଧିତ ଜଳ ଏଥିରେ ବିଶୋଧନ ହୋଇ ନଦୀକୁ ଛଡା ଯିବ, ଏବଂ ଏଥିରୁ ନିର୍ଗତ ଆବର୍ଜନା କମ୍ପୋଷ୍ଟ ହୋଇ ସ୍ଥାନୀୟ ଅଂଚଳରେ ବୃକ୍ଷ ଓ ବଗିଚା ମାନଙ୍କରେ ଖତ ଆକାରରେ ବ୍ୟବହୃତ ହେବା ସେଙ୍ଗ ସେଙ୍ଗ ଏହାର ଜଳ ବୃକ୍ଷ ମାନଙ୍କରେ ସିଂଚନ କରାଯିବ । ଏହି ପ୍ରକଳ୍ପକୁ ମୁମ୍ବାଇର ରିଚାର୍ଡସନ ଆଣ୍ଡ କ୍ରୁଡାଶ ସଂସ୍ଥାଦ୍ୱାରା ନିର୍ମାଣ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଏହି ଏକୀକରଣ ସ୍ୱଚ୍ଛ ପ୍ରକଳ୍ପରେ ଲକ୍ଷ୍ୟ ହେଲା ସର୍ବୋପରି ସହରରେ ବର୍ଜ୍ୟ ଜଳକୁ ବିଶୋଧନ କରାଯିବ । ଏହି ଦୁଇଟି ପ୍ଳାଂଟ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ବନ୍ଦର କର୍ତୃପକ୍ଷଙ୍କ ସୁତ୍ରରୁ ପ୍ରକାଶ । ଓଡ଼ିଶା ସମାଚାର

About admin

Check Also

କଟକ ଅର୍ବାନ ପୁଲିସ କୁ ବଡ଼ ସଫଳତା – ୪ ଅପରାଧୀ ଗିରଫ , ୧୧ ଟି ବନ୍ଧୁକ ଓ ୫୧ଟି ଗୁଳି ଜବତ

କଟକ, ୧୬/୦୬/୨୦୨୧(ଓଡ଼ିଶା ସମାଚାର / ଦେବାଶିଷ ରଥ)- ପ୍ରାୟୋଜିତ ଅପରାଧ ଉପରେ ଅଂକୁଶ ଲଗାଇବା ପାଇଁ କଟକ ଡିସିପି ପ୍ରତୀକ …

Leave a Reply

Your email address will not be published. Required fields are marked *