Wednesday , August 4 2021
Breaking News
Home / ବିଶେଷ / ପାରାଦ୍ୱୀପ ପୋର୍ଟ ଅଫିସର ପେନସନରଙ୍କୁ ପେନସନ୍ ଦେବାରେ ଅବହେଳା

ପାରାଦ୍ୱୀପ ପୋର୍ଟ ଅଫିସର ପେନସନରଙ୍କୁ ପେନସନ୍ ଦେବାରେ ଅବହେଳା

ପାରାଦ୍ୱୀପ ୨୯/୦୮/୨୦୧୯(ଓଡ଼ିଶା ସମାଚାର)-ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ଅଫିସର୍ସ ଆସୋସିଏସନର ସାଧାରଣ ସମ୍ପାଦକ ଏସ୍.ଡି. ସାହୁଙ୍କ ସୂତ୍ରରୁ ପ୍ରକାଶ ଯେ ବନ୍ଦର ଅର୍ଥ ବିଭାଗ, ଭାରତ ସରକାର (ଜାହାଜ ଚଳାଚଳ ମନ୍ତ୍ରଣାଳୟ) ଆଦେଶର ଭୁଲ ତର୍ଜମା ଯୋଗୁଁ ୨୦୦୭ ମସିହା ପୂର୍ବରୁ ଅବସର ନେଇଥିବା ପେନସନର ମାନଙ୍କୁ ପେନସନ୍ ରିଭିଜନର ମଧ୍ୟବର୍ତି କାଳୀନ ଭତା ମାର୍ଚ୍ଚ ୨୦୧୯ ଠାରୁ  ଦିଆଯାଇପାରିଲା ନାହିଁ । ଯଦିଓ ଏହା ୨୦୦୭ ପରେ ଅବସର ନେଇଥିବା ଅଫିସର ମାନଙ୍କୁ ଦିଆଯାଇଥିଲା । ଏହିଭତା ଦେଶର ଅନ୍ୟ ସମସ୍ତ ବୃହତ ବନ୍ଦରରେ ଦିଆଯାଇଥିଲା । ଭାରତ ସରକାରଙ୍କ ଠାରୁ ପୁନର୍ବାର ଅଦେଶ ମଳିବା ପରେ ୨୦୦୭ ପୂର୍ବର  ଅବସରପ୍ରାପ୍ତ ଅଫିସର ମାନଙ୍କୁ ସେହି ଭତା ଏବେ ମିଳିବ ବୋଲି ଜାଣି ସେମାନଙ୍କ ମଧ୍ୟରେ  ଆନନ୍ଦିତ ଖେଳିଯାଇଛି । ଏହା ବ୍ୟତୀତ ଭାରତ ସରକାରଙ୍କ ଜାହାଜ ଜଳାଚଳ ମନ୍ତ୍ରଣାଳୟ ଏହା ମଧ୍ୟ ଆଦେଶ ଦେଇଛନ୍ତି ଯେ ୨୦୦୭ ମସିହା ପୂର୍ବରୁ ଯେଉଁମାନେ ଅତିକମରେ ୨୦ ବର୍ଷରୁ ଉର୍ଦ୍ଧ ଓ ୩୩ ବର୍ଷର ସକ୍ରିୟ କାର୍ଯ୍ୟକରି ଅବସର ନେଇଛନ୍ତି ସେମାନେ ମଧ୍ୟ ପୂରା ପେନସନ ପାଇବେ ଏବଂ ଏହା କୌଣସି କ୍ଷେତ୍ରରେ କମ କରାଯାଇ ପାରିବ ନାହିଁ । ଓଡ଼ିଶା ସମାଚାର

About admin

Check Also

ଗୁଳି ଫୁଟାଇ ଯୁବକଙ୍କଠୁ ଲୁଟିନେଲେ

ଭଦ୍ରକ ୦୪/୦୮/୨୦୨୧(ଓଡ଼ିଶା ସମାଚାର)- ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଆଦର୍ଶ ହରିପୁର ଅଂଚଳରେ ସୋମବାର ରାତିରେ ଜଣେ ଯୁବକଙ୍କୁ ଦୁର୍ବୃତମାନେ …

Leave a Reply

Your email address will not be published. Required fields are marked *