Sunday , August 1 2021
Breaking News
Home / ରାଜନୀତି / ପାରାଦ୍ୱୀପରେ ଓଡିଶା ବନ୍ଦ ପ୍ରଭାବହୀନ

ପାରାଦ୍ୱୀପରେ ଓଡିଶା ବନ୍ଦ ପ୍ରଭାବହୀନ

ପାରାଦ୍ୱୀପ ୧୫/୦୭/୨୦୨୧(ଓଡ଼ିଶା ସମାଚାର)-  ପାରାଦ୍ୱୀପ-ପେଟ୍ରୋଲ , ଡିଜେଲ ଓ ଗ୍ୟାସ  ସହିତ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ୬ ଘଂଟିଆ ଓଡିଶା ବନ୍ଦ କରିଛି ବାମ ଦଳ । ସକାଳ ୬ଟାରୁ ଦିନ ୧୨ ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇଛି । ବନ୍ଦର ନଗରୀ ପାରାଦ୍ୱୀପ ରେ ଏହି ବନ୍ଦର ପ୍ରଭାବ ଏତେ ରହି ନଥିଲେ ମଧ୍ୟ ଅଠରବାଙ୍କୀ ନିକଟରେ ସିପିଆଇ ପକ୍ଷରୁ ଦୋକାନ ବଜାର ବନ୍ଦ କରିଥିବା ବେଳେ, ଗାଡି ଚଳାଚଳ ବନ୍ଦ ରହିଥିଲା । ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବା, ଆମ୍ବୁଲାନ୍ସ ସେବାକୁ ବାଦ ଦିଆଯାଇଥିଲା । ତେବେ ବାମଦଳର ଓଡିଶା ବନ୍ଦ ଡାକରା ରେ କଂଗ୍ରେସ ଦଳର କର୍ମୀ କାହାରିକୁ ଦେଖିବାକୁ ମିଳିନଥିଲା । ଦର ବୃଦ୍ଧି ପ୍ରତିବାଦରେ ଆଜି ଗୋଟିଏ ଦିନ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ନକିଣିବା ପାଇଁ ଦଳ ଲୋକଙ୍କୁ ଅପିଲ କରିଛି କଂଗ୍ରେସ । କେନ୍ଦ୍ର ସରକାର ତୁରନ୍ତ ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବା ପାଇଁ ବାମପନ୍ଥୀ ଦଳ ଦାବି କରିଛି । ଓଡ଼ିଶା ସମାଚାର

About admin

Check Also

ବିଜୁ ମହିଳା ଜନତା ଦଳ କେନ୍ଦ୍ରାପଡା ଜିଲ୍ଲା କମିଟି ପୁନର୍ଗଠିତ

କେନ୍ଦ୍ରାପଡ଼ା,୨୮/୦୭/୨୦୨୧(ଓଡ଼ିଶା ସମାଚାର)-ବିଜୁ ମହିଳା ଜନତା ଦଳ କେନ୍ଦ୍ରାପଡା ଜିଲ୍ଲା କମିଟିକୁ ପୁନର୍ଗଠିତ କରାଯାଇଛି । ବିଜୁ ମହିଳା ଜନତା ଦଳର …

Leave a Reply

Your email address will not be published. Required fields are marked *