Thursday , June 17 2021
Home / ବିଶେଷ / ପାରାଦୀପ ର ପୂର୍ବତନ ପୌରାଧ୍ୟକ୍ଷ ଙ୍କ ଝିଅ ଙ୍କୁ ଶ୍ରେଷ୍ଟ ମହିଳା କର୍ମଚାରୀ ପୁରସ୍କାର

ପାରାଦୀପ ର ପୂର୍ବତନ ପୌରାଧ୍ୟକ୍ଷ ଙ୍କ ଝିଅ ଙ୍କୁ ଶ୍ରେଷ୍ଟ ମହିଳା କର୍ମଚାରୀ ପୁରସ୍କାର

ପାରାଦୀପ ୧୦/୦୩/୨୦୨୧(ଓଡ଼ିଶା ସମାଚାର)- ଓପିଟିସିଏଲ୍ ରେ ଡେପୁଟି ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ପାରାଦୀପ ପୌର ପାଳିକାର ପୂର୍ବତନ ପୌରାଧ୍ୟକ୍ଷ ୰ ଗୋବିନ୍ଦ ଚନ୍ଦ୍ର ତରାଇ ଙ୍କ କନ୍ୟା ପିତାମ୍ବରୀ ମହାପାତ୍ର ଙ୍କୁ ବିଶ୍ୱ ମହିଳା ଦିବସ ରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ନିମନ୍ତେ ଓପିଟିସିଏଲ୍ ପକ୍ଷ ରୁ ଶ୍ରେଷ୍ଟ ମହିଳା କର୍ମଚାରୀ ପୁରସ୍କାର ରେ ସମ୍ମାନୀତ କରାଯାଇଛି । ଏହି ଅବସର ରେ ଓପିଟିସିଏଲ୍ କାର୍ଯ୍ୟାଳୟ ରେ ଓଡିଶା ସ୍କିଲ ଡେଭଲପମେଂଟ ଅଥରିଟି ର ଅଧ୍ୟକ୍ଷ ସୁବ୍ରତ ବାଗଚୀ  ଶ୍ରୀମତୀ ମହାପାତ୍ର ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀଯୁକ୍ତ ତରାଇ ପାରାଦୀପ ପୌର ପାଳିକା ର ପ୍ରଥମ ବିଜେଡି ପୌରପାଳ ଭାବେ କାର୍ଯ୍ୟ କରିଥିଲେ । ଶ୍ରୀମତୀ ମହାପାତ୍ର ଏହି ସମ୍ମାନଜନକ ପୁରସ୍କାର ପାଇବା ପରେ ପାରାଦୀପ ସମେତ ତାଙ୍କ ପୈତୃକ ଗ୍ରାମ କୁଜଙ୍ଗ ଥାନା ଅନ୍ତର୍ଗତ କାଳିଆପାଟ ଗ୍ରାମ ରେ ଖୁସି ର ଲହରି ଖେଳିଯାଇଛି । ଓଡ଼ିଶା ସମାଚାର

About admin

Check Also

କଟକ ଅର୍ବାନ ପୁଲିସ କୁ ବଡ଼ ସଫଳତା – ୪ ଅପରାଧୀ ଗିରଫ , ୧୧ ଟି ବନ୍ଧୁକ ଓ ୫୧ଟି ଗୁଳି ଜବତ

କଟକ, ୧୬/୦୬/୨୦୨୧(ଓଡ଼ିଶା ସମାଚାର / ଦେବାଶିଷ ରଥ)- ପ୍ରାୟୋଜିତ ଅପରାଧ ଉପରେ ଅଂକୁଶ ଲଗାଇବା ପାଇଁ କଟକ ଡିସିପି ପ୍ରତୀକ …

Leave a Reply

Your email address will not be published. Required fields are marked *