Thursday , June 24 2021
Breaking News
Home / Uncategorized / ପାରାଦୀପ ର ଦୁଇ ନାବାଳକ ବାଇକ୍ ଚାଳକଙ୍କୁ ୫୨ ହଜାର ଟଙ୍କା ଜୋରିମାନା

ପାରାଦୀପ ର ଦୁଇ ନାବାଳକ ବାଇକ୍ ଚାଳକଙ୍କୁ ୫୨ ହଜାର ଟଙ୍କା ଜୋରିମାନା

ପାରାଦୀପ ୧୯/୦୨/୨୦୨୧ (ଓଡ଼ିଶା ସମାଚାର)-ପାରାଦୀପ ଅଂଚଳ ର ଦୁଇଜଣ ଅମାନିଆ ନାବାଳକ ସ୍କୁଟି ଚାଳକଙ୍କୁ ଆଜି ଧରିଛି ଜଗତସିଂହପୁର ଜିଲ୍ଲା ଆରଟିଓ ଙ୍କ ଏକ ସ୍ୱତନ୍ତ୍ର ଏନଫୋର୍ସମେସଟ ଟିମ୍ । ଶୁକ୍ରବାର ଦିନ ପୂର୍ବାହ୍ନରେ ଦୁଇ ଜଣ ନାବାଳକ ଏକ ସ୍କୁଟି ଓଡି-୨୧-ଏଚ୍-୨୦୫୮ ନେଇ ଯାଉଥିବାବେଳେ ଜଗତସିଂହପୁର ଜିଲ୍ଲା ଆରଟିଓ ଙ୍କ ଏକ ସ୍ୱତନ୍ତ୍ର ଏନଫୋର୍ସମେସଟ ଟିମ୍ ସେମାନଙ୍କୁ ଅଟକାଇଥିଲେ । ଦୁଇ ନାବାଳକଙ୍କ ପାଖରେ ଆବଶ୍ୟକୀୟ ସୁରକ୍ଷିତ ହେଲମେଟ୍ ନଥିବାରୁ  ୧ହଜାର ଟଙ୍କା ଓ ନାବାଳକ ଗାଡିଚାଳକ ହୋଇଥିବାରୁ ୨୫ହଜାର ଟଙ୍କା ହିସାବରେ ଦୁଇଜଣଙ୍କୁ ମୋଟ ୫୨ହଜାର ଟଙ୍କା ଜୋରିମାନା ଚାଲଣ କଟାଯାଇଥିବା ଜଣାପଡିଛି । ଏହି ଗାଡିଟି ପାରାଦୀପ ଉପକଣ୍ଠ ବାଲିଝରା ବସ୍ତି ର ଶର୍ମାନନ୍ଦ ଶର୍ମା ଙ୍କ ନାମରେ ପଂଜୀକୃତ ହୋଇଥିବା ଜଗତସିଂହପୁର, ଆରଟିଓ ଟୁଇଟର ମାଧ୍ୟମରେ ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି, ଯଦି ନାବାଳକ ଗାଡିଚାଳକ ମାନେ ଗାଡିଚଲାଇବେ ତେବେ ଅର୍ଥ ଦଣ୍ଡ ପାଇବେ । ସରକାର ବାରମ୍ବାର ଏହା ଘୋଷଣା କଲେବି ସୁଧୁରୁ ନାହାନ୍ତି ଅମାନିଆ । ଓଡ଼ିଶା ସମାଚାର

About admin

Check Also

ଓଡ଼ିଶା ବନ୍ଦ କୁ ସମର୍ଥନ କରି ଜିଲ୍ଲା ର ବିଭିନ୍ନ ସ୍ଥାନରେ କଂଗ୍ରେସ ତରଫରୁ ଚକା ବନ୍ଦ

କଳାହାଣ୍ଡି ୧୫/୦୨/୨୦୨୧( ଓଡିଶା ସମାଚାର /ସଂଜୟ ସିଂହ )- ଆଜି ସକାଳ ୭ ଘଣ୍ଟା ରୁ ଦିବ ୧ ଘଣ୍ଟା …

Leave a Reply

Your email address will not be published. Required fields are marked *