Tuesday , August 3 2021
Breaking News
Home / ବିଶେଷ / ପାରାଦୀପ ରେ ଟୀକାକରଣ ନୀତିକୁ ନେଇ ନିରକ୍ଷର ଯୁବବର୍ଗଙ୍କ ମଧ୍ୟରେ ଅସନ୍ତୋଷ

ପାରାଦୀପ ରେ ଟୀକାକରଣ ନୀତିକୁ ନେଇ ନିରକ୍ଷର ଯୁବବର୍ଗଙ୍କ ମଧ୍ୟରେ ଅସନ୍ତୋଷ

ପାରାଦୀପ ୨୩/୦୬/୨୦୨୧(ଓଡ଼ିଶା ସମାଚାର)- ସଂପ୍ରତି ଦେଶ ଓ ରାଜ୍ୟରେ ବିଭିନ୍ନ ବର୍ଗର ଲୋକ ମାନଙ୍କୁ ଟୀକାକରଣ ପ୍ରକ୍ରିୟା ଚାଲୁ ରହିଥିବା ବେଳେ ୧୮ ରୁ ୪୪ ବର୍ଷ ଯୁବବର୍ଗ ମାନଙ୍କୁ ବହୁ ସମୟ ବ୍ୟବଧାନ ପରେ ଟୀକାକରଣ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲା ବନ୍ଦର ନଗରୀ ପାରାଦ୍ୱୀପରେ ଯୁବବର୍ଗଙ୍କୁ ପ୍ରଥମ ପର୍ୟ୍ୟାୟ ଟୀକାକରଣ ଗତ ୨୧ ତାରିଖ ଠାରୁ ୨୬ ତାରିଖ ପର୍ୟ୍ୟନ୍ତ ଛଅଦିନ ଧରି ଟୀକାକରଣ ଘୋଷଣା ହୋଇଥିଲା । ତେବେ ସରକାରଙ୍କ ଘୋଷଣା ଅନୁଯାୟୀ ପାରାଦୀପର ଦୁଇ ଟୀକାକରଣ କେନ୍ଦ୍ର ବନ୍ଦର ଚିକିତ୍ସାଳୟରେ ୫ହଜାର ଓ ଅଠରବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩ହଜାର ୬ଶହ ଟୀକା ପାଇଁ ଜୁନ ୨୦ ତାରିଖ ରବିବାର ଦିନ ସ୍ଲଟ ବୁକିଂ ହୋଇଥିଲା । ମାତ୍ର ୧୫ ମିନିଟ୍ ରେ ଏହି ସ୍ଲଟ ବୁକିଂ ଶେଷ ହୋଇଯିବା ଦ୍ୱାରା ଅନଭିଜ୍ଞ ଯୁବବର୍ଗ ବୁକିଂ କରି ପାରି ନଥିଲେ । ବହୁସଂଖ୍ୟାରେ ଯୁବବର୍ଗ ଟୀକାକେନ୍ଦ୍ରକୁ ଆସି ଟୀକା ଦାନରୁ ବଂଚିତ ହୋଇଥିବାରୁ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସେମାନଙ୍କ ମତରେ ଏହି ନୀତି ଦ୍ୱାରା ସାଧାରଣ ଗରିବ ନିରକ୍ଷର ଯୁବବର୍ଗ ଟୀକାକରଣରୁ ବଂଚିତ ହେବାର ସମ୍ଭାବନା ଥିବାରୁ ଏଥିପ୍ରତି ଧ୍ୟାନ ଦେବା ପାଇଁ ସମ୍ମାନୀୟ ଜିଲ୍ଲାପାଳଙ୍କୁ ନିକଟରେ ବିନତି କରିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ବୃଦ୍ଧାଶ୍ରମରେ ସହଯୋଗ ତରଫରୁ ଖାଦ୍ୟ , ମାସ୍କ ବଂଟନ ଓ ସଚେତନତା କାର୍ଯ୍ୟକ୍ରମ

ନିରାକାରପୁର, ୦୨/୦୮/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସହଯୋଗ ଅନୁଷ୍ଠାନ ତରଫରୁ ରବିବାର ସେବାରେ ରାମେଶ୍ୱର ପଂଚାୟତ ପଦ୍ମପୁରସ୍ଥିତ ବୃଦ୍ଧାଶ୍ରମ …

Leave a Reply

Your email address will not be published. Required fields are marked *