Sunday , June 13 2021
Breaking News
Home / ଶିକ୍ଷା / ପାରାଦୀପ ମହାବିଦ୍ୟାଳୟ ପକ୍ଷରୁ “ମୋ କଲେଜ” କମିଟି ଗଠନ ପାଇଁ ପଦକ୍ଷେପ

ପାରାଦୀପ ମହାବିଦ୍ୟାଳୟ ପକ୍ଷରୁ “ମୋ କଲେଜ” କମିଟି ଗଠନ ପାଇଁ ପଦକ୍ଷେପ

ପାରାଦୀପ,୧୧/୦୨/୨୦୨୧(ଓଡ଼ିଶା ସମାଚାର)- ଓଡିଶା ସରକାରଙ୍କ ନିର୍ଦେଶନାମା ଅନୂଯାଇ ପାରାଦୀପ ମହାବିଦ୍ୟାଳୟ ପକ୍ଷରୁ ଏକ “ମୋ କଲେଜ” କମିଟି ଗଠନ ପାଇଁ ବିହିତ ପଦକ୍ଷେପ ନିଆଯାଉଛି । ଏଥିପାଇଁ ପୂରାତନ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଆସନ୍ତା ତା୨୨/୦୨/୨୦୨୧ରିଖ ଅପରାହ୍ନ ୩.୩୦ରେ ମହାବିଦ୍ୟାଳୟର ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହେବ । ପାରାଦୀପ ମହାବିଦ୍ୟାଳୟର ୱେବ୍ ସାଇଟ୍ ରେ ଏଥିପାଇଁ ମଧ୍ୟ ସୂଚନା ପ୍ରଦାନ କରାଯାଇଛି । ଏହି କମିଟି ପାଇଁ ପୂରାତନ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ୬ଜଣଙ୍କୁ ମନୋନୀତ କରି କମିଟିର ସଦସ୍ୟ ଭାବେ ରଖାଯିବ । ଏହି କମିଟି ମହାବିଦ୍ୟାଳୟ ଉନ୍ନତି ମୂଳକ କାର୍ୟ୍ୟରେ ସହାୟକ ହେବ । ଏଥିପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସୁପ୍ରେମା କାନୁନଗୋ ସମସ୍ତ ପୂରାତନ ଛାତ୍ରଛାତ୍ରୀ ମାନଙ୍କୁ ଏହି ବୈଠକରେ ଯୋଗ ଦେବା ପାଇଁ ଅନୁରୋଧ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ …

Leave a Reply

Your email address will not be published. Required fields are marked *