Monday , June 21 2021
Breaking News
Home / ଶିକ୍ଷା / ପାରାଦୀପ ମହାବିଦ୍ୟାଳୟର “ମୋ କଲେଜ” କମିଟି ଗଠନ ପାଇଁ ପଦକ୍ଷେପ

ପାରାଦୀପ ମହାବିଦ୍ୟାଳୟର “ମୋ କଲେଜ” କମିଟି ଗଠନ ପାଇଁ ପଦକ୍ଷେପ

ପାରାଦୀପ,୨୩/୦୨/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ମହାବିଦ୍ୟାଳୟ ପ୍ରାଙ୍ଗଣରେ ପୂରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବୈଠକ ସୋମବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପାରାଦୀପ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସୁପ୍ରେମା କାନୁନଗୋ ସଭାପତିତ୍ୱ କରିଥିଲେ । ଲେପ୍ଟ୍ନାନ୍ଟ କମାଣ୍ଡର ଅକ୍ଷୟ ଚନ୍ଦ୍ର ମିଶ୍ର, ଅଧ୍ୟାପକ, ଇତିହାସ ବିଭାଗ ସଭାର ସଂଯୋଜନା କରିଥିଲେ । ଏଥିରେ ମହାବିଦ୍ୟାଳୟର ପୂରାତନ ଛାତ୍ରଛତ୍ରୀଙ୍କ ସମେତ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଉପସ୍ଥିତ ଥିଲେ । ସର୍ବପ୍ରଥମେ ଅଧ୍ୟକ୍ଷା ସମସ୍ତଙ୍କୁ ସ୍ୱାଗତ କରିବା ସହ “ମୋ କଲେଜ” କମିଟି ଗଠନ ପାଇଁ ୩ଜଣ ଛାତ୍ରଛାତ୍ରୀଙ୍କୁ ମନୋନୀତ କରିବା ପାଇଁ ପ୍ରସ୍ତାବ ରଖିଥିଲେ । ପୂରାତନ ଛାତ୍ରଛାତ୍ରୀଙ୍କ ପ୍ରସ୍ତାବ କ୍ରମେ ପାରାଦୀପ ପୂର୍ବତନ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ ଶଶାଙ୍କ ଶେଖର ଆଚାର୍ଯ୍ୟ ଓ ଆଇନଜୀବୀ ଦେବବ୍ରତ ସାହୁଙ୍କୁ କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଥିଲା । ଅନ୍ୟ ସଦସ୍ୟ ମାନଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷା ପରବର୍ତି ସମୟରେ ମନୋନୟନ କରି ଏକ ପୂର୍ଣ୍ଣାଙ୍ଗ “ମୋ କଲେଜ” କମିଟି ଗଠନ କରିବାର ପ୍ରସ୍ତାବ ରହିଛି । ଶେଷରେ ଓଡିଆ ବିଭାଗର ମୁଖ୍ୟ ପ୍ରଧ୍ୟାପକ ସୁବାଶ ଚନ୍ଦ୍ର ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।  ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ …

Leave a Reply

Your email address will not be published. Required fields are marked *