Wednesday , June 16 2021
Breaking News
Home / ଶିକ୍ଷା / ପାରାଦୀପ ମହାବିଦ୍ୟାଳୟରେ ଧାରଣା ଦେଲେ ଛାତ୍ରଛାତ୍ରୀ

ପାରାଦୀପ ମହାବିଦ୍ୟାଳୟରେ ଧାରଣା ଦେଲେ ଛାତ୍ରଛାତ୍ରୀ

ପାରାଦୀପ ୧୨/୦୪/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ମହାବିଦ୍ୟାଳୟ ରେ ଆଗାମୀ ୨୭ ତାରିଖ ରୁ  +୩ ୨ୟ ବର୍ଷ ର ପରୀକ୍ଷା ହେବାକୁ ଯାଉଛି । ଏହି ପରୀକ୍ଷା ଅଫଲାଇନ୍ ରେ ହେବାକୁ ଥିବା ବେଳେ ଏହା କୁ ବିରୋଧ କରିଛନ୍ତି ଏହି ଶ୍ରେଣୀ ର ଛାତ୍ରଛାତ୍ରିମାନେ । ପାରାଦୀପ ମହାବିଦ୍ୟାଳୟ ର +୩ ୨ୟ ବର୍ଷର ଛାତ୍ରଛାତ୍ରୀମାନେ ଅଫଲାଇନ୍ ପରୀକ୍ଷା ବାତିଲ କରିବା ଦାବି ରେ ସୋମବାର ଦିନ ଧାରଣା ଦେଇଥିଲେ । ସୋମବାର ଦିନ ଏହି ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ଫାଟକ ବନ୍ଦ କରି ଧାରଣା ରେ ବସିଥିଲେ । ଫଳ ରେ ବହୁ ସମୟ ଧରି ମହାବିଦ୍ୟାଳୟ ମଧ୍ୟ କୁ ଅନ୍ୟ ଶ୍ରେଣୀ ର ଛାତ୍ରଛାତ୍ରୀ ତଥା ମହାବିଦ୍ୟାଳୟ ର କର୍ମଚାରୀମାନେ ମହାବିଦ୍ୟାଳୟ କୁ ଯାଇପାରିନଥିଲେ । ଖବର ପାଇ ପାରାଦୀପ ଆଦର୍ଶ ଥାନା ଅଧିକାରୀ ରଜନୀକାନ୍ତ ସାମଲ ଘଟଣାସ୍ଥଳ ରେ ପହଂଚିଥିଲେ । ଥାନା ଅଧିକାରୀ ଓ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡ. ସୁପ୍ରେମା କାନୁନଗୋ ଛାତ୍ରଛାତ୍ରୀମାନଙ୍କୁ ବୁଝାସୁଝା କରିଥିଲେ । ସଂପ୍ରତିି ମହାମାରୀ ଦୃତଗତି ରେ ବ୍ୟାପୁଥିବାରୁ ସଂକ୍ରମଣ କୁ ରୋକିବାକୁ ହେଲେ ଅଫଲାଇନ୍ ବଦଳ ରେ ଅନଲାଇନ୍ ରେ ଏହି ପରୀକ୍ଷା କରିବାକୁ ସେମାନେ ଦାବି କରିଥିଲେ । ସେମାନଙ୍କ ଦାବି ଉଚ୍ଚ କର୍ତୃପକ୍ଷ ଙ୍କୁ ଅବଗତ କରିବେ ବୋଲି ମହାବିଦ୍ୟାଳୟ ର ଅଧ୍ୟକ୍ଷା  କହିବା ପରେ ଛାତ୍ରଛାତ୍ରୀମାନେ ଧାରଣା ରୁ ଉଠିଥିଲେ । ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ …

Leave a Reply

Your email address will not be published. Required fields are marked *