Sunday , June 20 2021
Home / ବିଶେଷ / ପାରାଦୀପ ଆଦର୍ଶ ଥାନା ଅଧିକାରୀଙ୍କୁ ଡିଏସପି ଭାବେ ପଦୋନ୍ନତି

ପାରାଦୀପ ଆଦର୍ଶ ଥାନା ଅଧିକାରୀଙ୍କୁ ଡିଏସପି ଭାବେ ପଦୋନ୍ନତି

ପାରାଦୀପ ୩୧/୦୧/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଆଦର୍ଶ ଥାନା ଅଧିକାରୀ ରଜନୀ କାନ୍ତ ସାମଲଙ୍କୁ ଡିଏସପି ଭାବେ ପଦୋନ୍ନତି ମିଳିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ପଦୋନ୍ନତି ତାଲିକାରେ ଶ୍ରୀ ସାମଲଙ୍କ ନାମ ପ୍ରକାଶିତ ହେବା ଜାଣିବା ପରେ ସ୍ଥାନୀୟ ଅଂଚଳର  ବୁଦ୍ଧିଜୀବୀ, ବିଭିନ୍ନ ସଂଗଠନ ଓ ସାମ୍ବାଦିକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପାରାଦୀପ ଥାନା ଆଦର୍ଶ ଥାନା ରୂପେ ଘୋଷଣା ହେବା ପରେ ଶ୍ରୀ ସାମଲ ପାରାଦୀପ ଆଦର୍ଶ ଥାନାର ପ୍ରଥମ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରି ପାରାଦୀପର ଆଇନ୍ ଶୃଙ୍ଖଳା ବ୍ୟବସ୍ଥାକୁ ସଠିକ୍ ଭାବେ ପରିଚାଳନା କରି ସହରରେ ଶାନ୍ତି ଶୃଙ୍ଖଳା ବଜାୟ ରଖି ପାରିଛନ୍ତି । ଗତ ବର୍ଷ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦତ ପୋଲିସ୍ ମେଡାଲ ପାଇ ବେଶ୍ ପ୍ରଶଂସିତ ହୋଇଥିଲେ ଶ୍ରୀ ସାମଲ । ପାରାଦୀପ ପୂର୍ବରୁ ସେ ରେଙ୍ଗାଲୀ ଥାନାର ଇନ୍ସପେକ୍ଟର ଭାବେ କାର୍ଯ୍ୟ କରି ସଫଳତା ହାସଲ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *