Thursday , June 17 2021
Home / ବିଶେଷ / ପାରାଦୀପରେ ପଥପ୍ରାନ୍ତ ଭ୍ରାମ୍ୟମାଣ ଖାଉଟି ସଚେତନତା ରଥକୁ ସ୍ୱାଗତ

ପାରାଦୀପରେ ପଥପ୍ରାନ୍ତ ଭ୍ରାମ୍ୟମାଣ ଖାଉଟି ସଚେତନତା ରଥକୁ ସ୍ୱାଗତ

ପାରାଦୀପ ୨୬/୧୨/୨୦୨୦(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ବୈଧ ମାପ ବିଜ୍ଞାନ ବିଭାଗ ଆନୁକୁଲ୍ୟରେ ଭ୍ରାମ୍ୟମାଣ ଖାଉଟି ସଚେତନତା ରଥ ସଂପୂର୍ଣ୍ଣ ଜିଲ୍ଲା ପରିକ୍ରମା କରିବା ଅବସରରେ ଶନିବାର ଅପରାହ୍ନରେ ପାରାଦୀପ ବଡପଡିଆ ଠାରେ ପହଁଚିଥିଲା । ଏହାକୁ ପାରାଦୀପସ୍ଥିତ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ, ଓଡିଶା ତରଫରୁ ଉଚ୍ଛ୍ୱସିତ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ସଂଗଠନର ରାଜ୍ୟ ଯୁଗ୍ମ ସଂପାଦକ ବସନ୍ତ ବିଶ୍ୱାଳ, ରାଜ୍ୟ ଉପସଭାପତି ତଥା ଆଇନ୍ଜୀବି ସୁରେଶ ଚନ୍ତ୍ର ଦାସ, ଜଗତସିଂହପୁର ଜିଲ୍ଲା ସଭାପତି ସୁନାକର ବେହେରା, କାର୍ଯ୍ୟକାରୀ ସଭାପତି ଶଶାଙ୍କ ଶେଖର ଆଚାର୍ଯ୍ୟ, ଉପସଭାପତି ବିକ୍ରମ ମହାନ୍ତି, ସଧାରଣ ସଂପାଦକ ଡଃ ଅରୁଣ କୁମାର ପାଣୀ, ପାରାଦୀପ ସଭାପତି ଦେବବ୍ରତ ସାହୁ, ସଂପାଦକ ମନୋଜ ବେହେରା, ୱାର୍ଡ କମିଟି କାର୍ଯ୍ୟକାରୀ ସଭାପତି ବିଷ୍ଣୁ ପ୍ରସାଦ ଚୌଧୁରୀ, ତୀର୍ଥ ନାୟକ, ଭବେନ୍ଦ୍ର ଦାସ, ବିପ୍ର ପ୍ରକାଶ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ଭ୍ରାମ୍ୟମାଣ ରଥ ପରିକ୍ରମାରେ ଉପଭୋକ୍ତା ସୁରକ୍ଷା ଅଭିଯାନର ସଂପାଦକ ଗୋବିନ୍ଦ ଓଝା ଓ “ରସା” ଅନୁଷ୍ଠାନର ସଂପାଦକ ନିରଞ୍ଜନ ବାରିକ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

କଟକ ଅର୍ବାନ ପୁଲିସ କୁ ବଡ଼ ସଫଳତା – ୪ ଅପରାଧୀ ଗିରଫ , ୧୧ ଟି ବନ୍ଧୁକ ଓ ୫୧ଟି ଗୁଳି ଜବତ

କଟକ, ୧୬/୦୬/୨୦୨୧(ଓଡ଼ିଶା ସମାଚାର / ଦେବାଶିଷ ରଥ)- ପ୍ରାୟୋଜିତ ଅପରାଧ ଉପରେ ଅଂକୁଶ ଲଗାଇବା ପାଇଁ କଟକ ଡିସିପି ପ୍ରତୀକ …

Leave a Reply

Your email address will not be published. Required fields are marked *