Sunday , June 20 2021
Home / ବିଶେଷ / ପାରଳାଖେମୁଣ୍ଡି ବରିଷ୍ଠ ନାଗରିକ ମଂଚ ର ପ୍ରଥମ ବାଷିକ ଉତ୍ସବ

ପାରଳାଖେମୁଣ୍ଡି ବରିଷ୍ଠ ନାଗରିକ ମଂଚ ର ପ୍ରଥମ ବାଷିକ ଉତ୍ସବ

 ପାରଳାଖେମୁଣ୍ଡି,୨୦/୦୮/୨୦୧୯(ଓଡ଼ିଶା ସମାଚାର)- ସ୍ଥାନୀୟ ଅଲୁରୀନଗରସ୍ଥିତ  ସେଂଚୁରିଆନ ବିଶ୍ୱ ବିଦ୍ୟାଳୟ ପରିସରରେ ପାରଳାଖେମୁଣ୍ଡି ବରିଷ୍ଠ ନାଗରିକ ମଂଚ ର ପ୍ରଥମ ବାଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ସଂଗଠନର ସଭାପତି ଇଂ ଲକ୍ଷ୍ମୀ ନୃସିଂହ ରଥ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେଂଚୁରିଆନ ବିଶ୍ୱ ବିଦ୍ୟାଳୟର କୁଳପତି ଡ଼ଃ ସୁପ୍ରିୟ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ରମେଶ ଚନ୍ଦ୍ର ମିଶ୍ର ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କର ଦୈନନ୍ଦିନ ଜୀବନରେ ଦେଖଦେଉଥିବା ବିଭିନ୍ନ ସମସ୍ୟା ଓ ତାହାର ପ୍ରତିକାର ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ପାଦକ ହରିମୋହନ ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ଉପସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲାବେଳେ ଜଗଦୀଶଚନ୍ଦ୍ର ମହାପାତ୍ର ଧନ୍ୟବାଦ ଦେଇଥିଲେ । କୋଷାଧ୍ୟକ୍ଷ ରଘୁନାଥ ମହାରଣା ଆୟ ବ୍ୟୟ ର ବିବରଣୀ ପ୍ରଦାନ କରିଥିଲେ ।  ନଭେମ୍ବର ୩ ତାରିଖ ଦିନ ପରବର୍ତି ବୈଠକ ଅନୁଷ୍ଠିତ ହେବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *