Sunday , August 1 2021
Breaking News
Home / ତାଜା ଖବର / ପାରମ୍ପରିକ ଉତ୍ସବ ଭୋଜି ରନ୍ଧା ବେଳେ ପ୍ରଶାସନର ଚଢ଼ାଉ  

ପାରମ୍ପରିକ ଉତ୍ସବ ଭୋଜି ରନ୍ଧା ବେଳେ ପ୍ରଶାସନର ଚଢ଼ାଉ  

ବାଲିଗୁଡା, ୦୮/୦୫/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ଅନୁସୂଚିତ ଜନଜାତିଙ୍କ ପାରମ୍ପରିକ କଲା ଉତ୍ସବ ଭୋଜି ଭାତର ଆୟୋଜନ କରାଯାଉଥିଲା। କୌଣସି ସୂତ୍ରରୁ ଖବର ପାଇ ଅପରାହ୍ନରେ ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ, ଆଇଆଇସି କୌଶିକ ମାଝି ଏବଂ ସବ୍‌ଇନ୍ସପେକ୍ଟର ସୌମ୍ୟକାନ୍ତ ପଣ୍ଡା ପହଞ୍ଚି ଭୋଜି ରନ୍ଧା ବନ୍ଦ କରିଥିଲେ। ଏପରିକି ପୋଲିସ କାର୍ଯ୍ୟକ୍ରମ ଆୟୋଜକ ଙ୍କଠାରୁ ୧୦ ହଜାର ଏବଂ ତହସିଲ ପକ୍ଷରୁ ୧୦ ହଜାର ଟଙ୍କା ùଜûରିମାନା ଆଦାୟ କରାଯାଇଥିଲା। ଜନଜାତିଙ୍କ ପାରମ୍ପରିକ (କଲା) ହେଉଛି ପୁଅ ବାହାଘରର କିଛି ଦିନ ବା ବର୍ଷ ବିତିବା ପରେ ଝିଅ ଘର ପକ୍ଷରୁ (କଲା) ବା ଭାର ନେଇ ଝିଅ ଶ୍ୱଶୁର ଘରକୁ ଆସିବା ନିୟମ ରହିଛି। ଏହି ସମୟରେ ଗାଁରେ ଭୋଜି ଭାତର ଆସର ଜମିବା ସହ ଅଞ୍ଚଳବାସୀ ଏଥିରେ ଯୋଗ ଦେଇଥାନ୍ତି। ଯେଉଁ ପର୍ଯ୍ୟନ୍ତ ଏହି ଭାର ଝିଅ ଘରର ଲୋକ ଦେଇ ନ ଥାନ୍ତି, ସେ ପର୍ଯ୍ୟନ୍ତ ଝିଅଘର ଲୋକ ଝିଅର ଶାଶୁ ଘରକୁ ଯାତାୟାତ କରିପାରିବେ ନାହିଁ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଭଳି ପରିସ୍ଥିତିରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି କିଲାବାଡ଼ି ଗ୍ରାମର ମହେଶ୍ୱର ପ୍ରଧାନ ଭୋଜିର ଆୟୋଜନ କରିଥିଲେ। ମହେଶ୍ୱର ଭୋଜିର ଆୟୋଜନ କରି କରୋନା କଟକଣା ଉଲ୍ଲଂଘନ କରିଥିବା ଯୋଗୁଁ ପ୍ରଶାସନ ପକ୍ଷରୁ ଏପରି ଚଢ଼ାଉ କରାଯାଇ ଥିବା କୁହାଯାଇଛି। ଓଡିଶା ସମାଚାର

About admin

Check Also

୨୦୦୮ କନ୍ଧମାଳ ଦଙ୍ଗା ମାମଲା : ୩୦ ଜଣ ଅଭିଯୁକ୍ତଙ୍କୁ ୨ ବର୍ଷ ଲେଖାଏ କାରାଦଣ୍ଡ ସହ ୧ ହଜାର ଟଙ୍କା ଲେଖାଏଁ  ଜୋରିମାନା

ବାଲିଗୁଡା,୨୯/୦୭/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚ୍ଚିତ ୨୦୦୮ କନ୍ଧମାଳ ଦଙ୍ଗା ମାମଲାର ବିଚାର କରି କନ୍ଧମାଳ ଜିଲ୍ଲା କୋଟଗଡ …

Leave a Reply

Your email address will not be published. Required fields are marked *