Monday , June 21 2021
Breaking News
Home / ତାଜା ଖବର / ପାଣି ପଂଚାୟତର ଏଲ୍ ଆଇ ପଏନ୍ଟ ଯନ୍ତ୍ରାଂଶ ଚୋରି ଅଭିଯୋଗ

ପାଣି ପଂଚାୟତର ଏଲ୍ ଆଇ ପଏନ୍ଟ ଯନ୍ତ୍ରାଂଶ ଚୋରି ଅଭିଯୋଗ

ସାଲେପୁର, ୩୧/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା ) : ସାଲେପୁର ବ୍ଳକ୍ ଅନ୍ତର୍ଗତ ସୁଦ୍ଧଖଣ୍ଡ ପଂଚାୟତ ପାଣିମାଣ୍ଡୋ ଗ୍ରାମରେ ଥିବା ଗାଦିବ୍ରହ୍ମ ପାଣି ପଂଚାୟତର ଏଲ୍ ଆଇ ପଏନ୍ଟ ର ବିଭିନ୍ନ ବୈଦୂତିକ ଯନ୍ତ୍ରାଂଶକୁ କେତେକ ଦୁର୍ବୃତ ଚୋରାଇ ନେଇଥିବା କିଶନନଗର ଥାନାରେ ଅଭିଯୋଗ ହୋଇଛି । ଚୋରି ଯନ୍ତ୍ରାଂଶ ମଧ୍ୟରୁ ପ୍ୟାନେଲ ବୋର୍ଡ଼ , ୨ଶହ ମିଟର କେବୁଲ , ଷ୍ଟାଟର କଟାଉଟ୍ ଓ ମେନ୍ ସୁଇଚ୍ ଆଦି ଅନ୍ତର୍ଭୁକ୍ତ । ଉପୋରକ୍ତ ଚୋରି ଜିନିଷ ଗୁଡ଼ିକୁ ଉକ୍ତ ଗ୍ରାମର ସାଗର ବେସ୍ରା ଓ ତା’ର ଦୁଇ ପୁଅ ପାଣ୍ଡୁ ବେସ୍ରା ଓ ପଣ୍ଡା ବେସ୍ରା ଲୁଚାଇ ରଖିଥିବା ଖବର ପାଇ ଗ୍ରାମବାସୀମାନେ ଉକ୍ତ ଜିନିଷକୁ ମାଗିବାରୁ ସେମାନେ ଅଶ୍ଲିଳ ଗାଳିଗୁଲଜ କରିଥିଲେ । ସେମାନେ ଧନୁତୀର ଆଦି ମାରଣାସ୍ତ୍ରରେ ମାରି ଦେବାକୁ ଧମକ ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି । ସଂପୃକ୍ତ ବ୍ୟକ୍ତି ଆଦିବାସୀ ଶ୍ରେଣୀର ହୋଇଥିବାରୁ ମଦ୍ୟପାନ କରି ଝିଅ ବୋହୁମାନଙ୍କୁ ଅଶ୍ଲିଳ ଇଙ୍ଗିତ କରିବା ସହ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହିଥିବା ଅଭିଯୋଗରେ ଦର୍ଶାଇଛନ୍ତି । ସେହିପରି ଉକ୍ତ ବ୍ୟକ୍ତିମାନେ ଉକ୍ତ ଗ୍ରାମର ଗୋଚର ଜମିକୁ ଦାଖଲ କରି ଏଭଳି ଅସାମାଜିକ କାର୍ଯ୍ୟରେ ଲିପ୍ତ ରହିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏଥି ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଚୋରି ଜିନିଷ ଉଦ୍ଧାର କରିବା ପାଇଁ ଗ୍ରାମାବାସୀମାନେ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୭ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୮/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *