Sunday , June 20 2021
Home / କୃଷି / ପାଟକୁରା : ଶ୍ରାବଣରେ ଚାଷଜମି ଫାଟି ଆଁ, ଟାଣ ଖରାରେ ତଳି ମରିଯାଉଛି , ଚିନ୍ତାରେ ଚାଷୀକୂଳ

ପାଟକୁରା : ଶ୍ରାବଣରେ ଚାଷଜମି ଫାଟି ଆଁ, ଟାଣ ଖରାରେ ତଳି ମରିଯାଉଛି , ଚିନ୍ତାରେ ଚାଷୀକୂଳ

ପାଟକୁରା ,୨୪/୦୭/୨୦୧୯(ଓଡ଼ିଶା ସମାଚାର)- ଶ୍ରାବଣ ମାସରେ ଚାଷ ଜମି ଫାଟି ଆଁ କଲାଣି । ପକାଯାଇଥିବା ତଳି ଘୋରା ପାଣି ଅଭାବରୁ ମରିବାକୁ ଆରମ୍ଭ କଲାଣି । ପ୍ରଚଣ୍ଡ ଖରା ଯୋଗୁଁ ବାଲିଆ ମାଟିରେ ପକାଯାଇଥିବା ତଳି ଓ ବିଅଳି ଧାନ ଗଛଗୁଡିକର ଅଗ ପତ୍ର ସବୁ ଟାଣଖାରେ ଲାଲା ପଡି ଯାଇ ଶୁଖିବାକୁ ଆରମ୍ଭ କଲାଣି । ଅନାବୃଷ୍ଟି ଯୋଗୁ ପାଟକୁରା ଅଂଚଳରେ ମରୁଡି ପରିସ୍ଥିତି ସୃଷ୍ଟି ହେବାକୁ ବସିଲାଣି । ଧାନ ତଳି ପଡିଥିବା ଅନେକ ଜମି ସବୁ ଖରାରେ ଶୁଖି ଫାଟିଗଲାଣି । ଏହି ସମୟରେ ଚାଷୀମାନେ ଜମିରେ ସାଧାରଣତଃ ରୁଆ ବେଉଷଣ କରିଥାଆନ୍ତି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଖୁବ୍ କମ୍ ପରିମାଣର ବର୍ଷା ହୋଇଥିବାରୁ ଚାଷୀମାନେ ଚଳିତ ବର୍ଷ ରୁଆ ବେଉଷଣ କାର୍ଯ୍ୟ କରିବା ନେଇ ମନରେ ହତାଷାଭାବ ପ୍ରକାଶ ପ।।ଇଛି । ଏହି ଅଂଚଳର ଚାଷୀ ଧାନ ଚାଷ କରି ପରିବାର ଗୁଜୁରାଣ ମେଂଟାଇଥାଏ । ଦୀର୍ଘ ଦିନ ଧରି ବର୍ଷା ନ ହେବା ଫଳରେ ସମଗ୍ର ଅଂଚଳରେ ଚାଷୀକୂଳ ହତାଷ ହୋଇପଡିଛନ୍ତି । ସରକାରୀ ବିହନ ବିକ୍ରୟ କେନ୍ଦ୍ରରୁ ଚାଷୀ ବିହନ କିଣି ତଳି ଘେରା ପ୍ରସ୍ତୁତି କରିଥିଲା । ଏବେ ବର୍ଷା ଅଭାବରୁ ସେହି ସବୁ ତଳିଘେରା ଲାଲା ପଡିଯାଇ ମରିବାକୁ ଆରମ୍ଭ କରିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଜୁନ ମାସର ଶେଷ ସପ୍ତାହରେ ହୋଇଥିବା ବର୍ଷାରେ ଚାଷୀ ତଳିଘେରା ପ୍ରସ୍ତୁତି କରି ଚାଷ କାର୍ଯ୍ୟକୁ ଆଗେଇ ନେବ ବୋଲି ଚିନ୍ତା କରିଥିଲା । ମାତ୍ର ଏବେ ବର୍ଷା ନ ଥିବାରୁ ଚାଷୀ ମନରେ ଚିନ୍ତା ପ୍ରକଟ ହୋଇଛି । ପାଟକୁରା ଅଞ୍ଚଳରେ ଜଳସେଚନର ସୁବିଧା ନ ଥିବାରୁ ଚାଷୀମାନେ ବର୍ଷା ପାଣି ଉପରେ ନିର୍ଭର କରି ଚାଷ କାର୍ଯ୍ୟ କରିଥାଆନ୍ତି । ଏହି ଅଂଚଳର ପଦ୍ମପୁର, କିଣିଲୋ, ବିଚଣା, ଗୋତ୍ରବିଲ ,ହରିଦାସପୁର, ଜଗଦ୍ଦଳପୁର, ଲେଖନପଡା, ନୂଆପଡା, ପାଖଡ, ସିଙ୍ଗିଟିଆ, ଜଗନ୍ନାଥପୁର, ଗୋବଣ୍ଡିଆ, ଦଳୁଆଣି, ଯମୁନାବାଦ, ପରକଣା, ଶ୍ରୀଚନ୍ଦନପୁର ଆଦି ଗ୍ରାମମାନଙ୍କରେ କରାଯାଇଥିବା ବିଆଳି ଧାନ ଫସଲ ଅଧିକ ପରିମାଣରେ କ୍ଷତିଗ୍ରସ୍ତ ହେଉଛି । ବିଆଳି ଧାନ ଗଛର ପତ୍ରଗୁଡିକ ଖରାରେ ପାଚି ଲାଲ ପଡିବାକୁ ଆରମ୍ଭ କଲାଣି । ସେହିପରି ଅନ୍ତେଇ, ମଙ୍ଗରାଜପୁର, ବଡିରା, ପୋତାରି, ବାଲିଘାଇ, ମନ୍ତେଇ, ନଛିପଡା, ପେଗଡ ପଡା,ବୁଢାପଡା ଓ ପାଇଲୋ ଆଦି ଗ୍ରାମମାନଙ୍କରେ କରାଯାଇଥିବା ବିଅଳି ଧାନ ଫସଲ ଶୁଖିଯିବାକୁ ଆରମ୍ଭ କଲାଣି । ଆବଶ୍ୟକିୟ ପରିମାଣରେ ବର୍ଷା ହେଉ ନ ଥିବାବେଳେ,ଏହି ସବୁ ସ୍ଥାନମାନଙ୍କରେ ଜଳସେଚନର ସୁବିଧା ମଧ୍ୟ ନାହିଁ । ସାଧାରଣତଃ ବାଲିଆ ମାଟିରେ କରାଯାଇଥିବା ଏହି ବିଅଳି ଧାନ ଫସଲ ପ୍ରଚଣ୍ଡ ଟାଣ ଖରା ଯୋଗୁଁ ଧାନ ଗଛର ପତ୍ରଗୁଡିକ ପୋଡି ଯାଇ ନାଲି ପଡିଗଲାଣି । ଯଦି ଆଉ ଅଳ୍ପ ଦିନ ମଧ୍ୟରେ ବଷାଁ ନ ହେଲା, ତେବେ ଧାନ ଫସଲ ନଷ୍ଟ ହେବା ସହିତ ମରୁଡି ପରିସ୍ଥିତି ସୃଷ୍ଟି ହେବ ବୋଲି ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଗରଦପୁର ବ୍ଲକ ଅଂଚଳରେ ୯ ହଜାର ୬୫ହେକ୍ଟର ଚାଷ ଜମିରହିଛି । ସେଥି ମଧ୍ୟରୁ ଚଳିତ ବର୍ଷ ୭ହଜାର୬ଶହ ହେକ୍ଟର ଜମିରେ ଖରିଫ୍ ଧାନ ଫସଲ କରାଯିବାପାଇଁ କୃଷି ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଥିଲା । ସେଥି ମଧ୍ୟରୁ ପ୍ରାୟ ଦୁଇ ଜହରରୁ ଉଦ୍ଧ୍ୱର୍ ହେକ୍ଟର ଜମିରେ ବିଅଳି ଧାନ ଚାଷ କରାଯାଇଛି । ଏବେ ବର୍ଷାର ଅଭାବ ରହିଥିବାରୁ ବିଅଳି ଧାନ ଗଛସବୁ ମରିବାକୁ ବସିଲାଣି । ପ୍ରଚଣ୍ଡ ଟାଣ ଖରା ହେଉଥିବାରୁ ବାଡି ବଗିଚାରେ ଲଗାଯାଇଥିବା ବିଭିନ୍ନ ପନିପରିବା ଗଛ ସବୁ ଶୁଖିଯିବାକୁ ବସିଲାଣି । ଓଡ଼ିଶା ସମାଚାର

About admin

Check Also

ତଳି ପକାଇବା ପାଇଁ କ୍ଷେତ୍ର ପ୍ରସ୍ତୁତ , ହେଲେ ଚାଷୀମାନଙ୍କର ଚାହିଦା ଶାରଳା ଧାନ ବିହନ ଯୋଗାଣ ନାହିଁ  

ଗରଦପୁର,୧୩/୦୬/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଳକ ଏକ କୃଷି ପ୍ରଧାନ ଅଂଚଳ । ଧାନ ଚାଷ ହେଉଛି ବ୍ଲକ୍ ବାସୀଙ୍କର ମୁଖ୍ୟଚାଷ । …

Leave a Reply

Your email address will not be published. Required fields are marked *