Friday , June 18 2021
Breaking News
Home / ସ୍ୱାସ୍ଥ୍ୟ / ପାଟକୁରା ରେ ଭିନ୍ନକ୍ଷମ ଚିହ୍ନଟ ସ୍ୱତନ୍ତ୍ର ଶିବିର  

ପାଟକୁରା ରେ ଭିନ୍ନକ୍ଷମ ଚିହ୍ନଟ ସ୍ୱତନ୍ତ୍ର ଶିବିର  

ଗରଦପୁର, ୧୭/୦୧/୨୦୨୧(ଓଡ଼ିଶା ସମାଚାର)-ପାଟକୁରା ମେଡ଼ିକାଲ ରେ ଆଜି ଏକ ସ୍ୱତନ୍ତ୍ର ଶିବିର ଆୟୋଜନ କରାଯାଇ ଭିନ୍ନକ୍ଷମ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ପାଟକୁରା ମେଡ଼ିକାଲ ର ସ୍ୱାସ୍ଥ୍ୟ ଅଧିକାରୀ ଡ଼ ହିମାଂଶୁ ଭୁଷଣ ସଢ଼ଙ୍ଗୀ ଭିନ୍ନକ୍ଷମ ମାନଙ୍କୁ ପରୀକ୍ଷା କରି ଉପଯୁକ୍ତ ଭିନ୍ନକ୍ଷମ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ । ସମାଜସେବୀ ଇଂ ପ୍ରକାଶ ଚନ୍ଦ୍ର ଜେନାଙ୍କ ଉଦ୍ୟମ କ୍ରମେ ପାଟକୁରା ମେଡ଼ିକାଲ ପରିସରରେ ଏହି ସ୍ୱତନ୍ତ୍ର ଶିବିର ଆୟୋଜିତ ହୋଇଥିଲା ।  ପଳସୁଧା , ତେଣ୍ଡାକୁଡ଼ା, ପାଟକୁରା , କଳାବୁଦା, ତଳକୁସୁମା , ନଡ଼ିଆବରେଇ, ବନ୍ତଳା ଆଦି ପଂଚାୟତରୁ  ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ କରାଯାଇ ୨୫ ଜଣଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା । ସେମାନେ  ଏହା ମାଧ୍ୟମରେ ଭିନ୍ନକ୍ଷମ ଭତା ପାଇଁ ଆବେଦନ କରିପାରିବେ ବୋଲି ଶିବିରରେ ସୂଚନା ଦିଆଯାଇଥିଲା । ଶିବିର ଆୟୋଜନରେ ମେଡ଼ିକାଲ କର୍ମଚାରୀ କସ୍ତୁରୀବା ମାହାଳୀ ସହଯୋଗ କରିଥିଲେ । କରୋନା ମହାମାରୀ ଯୋଗୁ ଗତ ୮ ମାସ ଧରି ମେଡ଼ିକାଲ ବୋର୍ଡ଼ ବୈଠକ ହୋଇନଥିବାରୁ ୧୨ ହଜାରରୁ ଉଦ୍ଧ୍ୱର୍ ଭିନ୍ନକ୍ଷମ ଆବେଦନ କରିଥିଲେ ମଧ୍ୟ ସାର୍ଟିଫିକେଟ ପାଇପାରୁନଥିଲେ । ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ଏଭରଗ୍ରୀନ୍ ଫୋରମ ପକ୍ଷରୁ ଗରଦପୁର ବ୍ଲକ୍ ର ୨୦୦ ରୁ ଅଧିକ ଭିନ୍ନକ୍ଷମ ମାନଙ୍କର ମାଗଣାରେ ଅନଲାଇନ୍ ପଂଜିକରଣ କରାଯାଇ ସେମାନଙ୍କୁ ମେଡ଼ିକାଲ ବୋର୍ଡ଼ ସାମ୍ନା କରାଇ ଭିନ୍ନକ୍ଷମ ସାର୍ଟିଫିକେଟ ର ବ୍ୟବସ୍ଥା କରାଯାଇଛି ବୋଲି ଫୋରମ ର ପ୍ରତିଷ୍ଠାତା ଇଂ ଶ୍ରୀ ଜେନା ପ୍ରକାଶ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

୩୫୩୫ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୪୪ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୬/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୩୫୩୫ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *