Wednesday , June 16 2021
Breaking News
Home / ବିଶେଷ / ପାଟକୁରା ମେଡ଼ିକାଲରେ କୋଭିଡ଼ ଟୀକାକରଣ ଆରମ୍ଭ – ଜିଲାପାଳଙ୍କ ଅନୁଧ୍ୟାନ

ପାଟକୁରା ମେଡ଼ିକାଲରେ କୋଭିଡ଼ ଟୀକାକରଣ ଆରମ୍ଭ – ଜିଲାପାଳଙ୍କ ଅନୁଧ୍ୟାନ

ପାଟକୁରା , ୧୬/୦୧/୨୦୨୧ (ଓଡ଼ିଶା ସମାଚାର)-ପାଟକୁରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଆଜି ପ୍ରଥମ କୋଭିସିଲ ଟୀକା କରଣ ଆରମ୍ଭ ହୋଇଛି । ପାଟକୁରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୧୦୦ ଜଣ ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ , ପାରା ମେଡ଼ିକାଲ କର୍ମୀ ଙ୍କୁ ଟୀକା ଦେବାର ବ୍ୟବସ୍ଥା କରାଯାଇଥିଲା । ସନ୍ଧ୍ୟା ସୁଦ୍ଧା ଶତପ୍ରତିଶତ ଟୀକା ପ୍ରଦାନ କରାଯାଇଥିବା ପାଟକୁରା ମେଡ଼ିକାଲ ର ମୁଖ୍ୟ ଚିକିତ୍ସାଧିକାରୀ ଡ଼ ହିମାଂଶୁ ଭୁଷଣ ସଢଙ୍ଗୀ ପ୍ରକାଶ କରିଛନ୍ତି । ପାଟକୁରା ମେଡ଼ିକାଲ ରେ ଏହି ଟୀକା ପ୍ରଥମେ ମେଡ଼ିକାଲ ର ଷ୍ଟାଫ ନର୍ସ ଲଳିତା ମହାପାତ୍ର ଙ୍କୁ ଦିଆଯାଇଥିଲା । ପରେ ପରେ ମୁଖ୍ୟ ଚିକିତ୍ସାଧିକାରୀ ହିମାାଂଶୁ ଭୁଷଣ ସଢ଼ଙ୍ଗୀ, ଶିଶୁ ରୋଗ ବିଶେଷଜ୍ଞ ଡ଼ ପ୍ରଶାନ୍ତ କୁମାର ଜେନା, ଆୟୁଷ ଡ଼ାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନଙ୍କୁ ଦିଆଯାଇଥିଲା । ଟୀକା ଗ୍ରହଣ ପରେ ଉପସ୍ଥିତ ସ୍ୱାସ୍ଥ୍ୟ କର୍ମଚାରୀମାନେ ପ୍ରକାଶ କରିଛନ୍ତି ଯେ ଏହି ଟୀକା ନେବା ପରେ କୌଣସି ପାଶ୍ୱର୍ ପ୍ରତିକ୍ରୀୟା ପ୍ରକାଶ ପାଇନାହିଁ । ଫଳରେ କରୋନା ଟୀକା ନେଇ ପୂର୍ବରୁ ଯେଉଁ ଭୟ ଲାଗି ରହିଥିଲା ତାହା ଦୂର ହୋଇଛି ବୋଲି କେତେକ ସ୍ୱାସ୍ଥ୍ୟ କର୍ମୀମାନେ ପ୍ରକାଶ କରିଛନ୍ତି । ଆସନ୍ତା ସୋମବାର ଦିନ ପୁଣି ଟୀକାକରଣ କାର୍ଯ୍ୟ ଚାଲିବ ବୋଲି ମୁଖ୍ୟ ଚିକିତ୍ସାଧିକାରୀ ଡ଼ ସଢ଼ଙ୍ଗୀ ସୂଚନା ଦେଇଛନ୍ତି ।
କରୋନା ଟୀକା ପ୍ରଦାନ ପାଇଁ ପାଟକୁରା ମେଡ଼ିକାଲ ରେ ଏକ ସ୍ୱତନ୍ତ୍ର ପ୍ରକୋଷ୍ଠ ର ବ୍ୟବସ୍ଥା କରାଯାଇଥିଲା । ଭ୍ୟାକ୍ସିନେସନ୍ ସେଂଟରର ପ୍ରବେଶ ପଥରେ ପୋଲିସ ଜଗୁଆଳ ବ୍ୟବସ୍ଥା କରାଯାଇଥିଲା । ଟୀକା ନେବା ପାଇଁ ସଦସ୍ୟମାନେ ସାମାଜିକ ଦୂରତା ରକ୍ଷା କରି ଧାଡ଼ିରେ ଆସିଥିଲେ । ପ୍ରବେଶ ପଥ ନିକଟରେ ପ୍ରତ୍ୟେକଙ୍କୁ ମାସ୍କ ପ୍ରଦାନ କରାଯିବା ସହିତ ସାନିଟାଇଜ କରାଯାଇଥିଲା । ପରେ ଜଣ ଜଣ କରି ଭ୍ୟାକିନ ସେଂଟରକୁ ପ୍ରବେଶ କରିଥିଲେ । ଟୀକା କରଣ ପ୍ରକୋଷ୍ଠରେ ୪ ଟି ଟେବୁଲ କରାଯାଇଥିଲା । ନାମ ପଂଜିକରଣ, ଅପେକ୍ଷା ଟେବୁଲ, ଟୀକାରକରଣ ଟେବୁଲ , ଅବଜରଭେସନ୍ ଟେବୁଲ ଓ ଟୀକାକରଣ ଅଧିକାରୀ ଟେବୁଲ ଏହିପରି ୪ ଟି ଟେବୁଲ କରାଯାଇଥିଲା । ଆଧାର କାର୍ଡ଼ ଦେଖାଇ ନାମ ପଂଜିକରଣ ପରେ ସଦସ୍ୟ ସଦସ୍ୟା ଙ୍କ ହାତରେ ଟୀକା ଦିଆଯାଉଥିଲା । ସେଂଟରରେ ପାନୀୟଜଳ ଓ ଓଆରଏସ ଦିଆଯିବାର ବ୍ୟବସ୍ଥା କରାଯାଇଥିଲା । ଅଙ୍ଗନୱାଡ଼ି କର୍ମୀ ସ୍ୱର୍ଣ୍ଣଲତା ସାମଲ , ଆଶାକର୍ମୀ ଶୈଳବାଳା ସାହୁ, ଅଙ୍ଗନୱାଡ଼ି କର୍ମୀ କମଳାରାଣୀ ବେଉରା , ଆଶା କର୍ମୀ ପ୍ରଣତୀ ସାମଲ, ଅଙ୍ଗନୱାଡ଼ି କର୍ମୀ ସୁଜାତା ସତପଥି, ଅଙ୍ଗନୱାଡ଼ି କର୍ମୀ ଗୁରୁବାରୀ କର , ଆଶା କର୍ମୀ ସବିତା ନାଥ ପ୍ରମୁଖ ଟୀକା ଗ୍ରହଣ କରିଥିଲେ । ଟୀକା ଦାନ ଚାଲିଥିବା ସମୟରେ କେନ୍ଦ୍ରାପଡ଼ାର ନୂତନ ଜିଲାପାଳ ଅମ୍ରିତ ରୁତୁରାଜ ପାଟକୁରା ମେଡ଼ିକାଲ ରେ ପହଂଚିଥିଲେ । ପାଟକୁରା ମେଡ଼ିକାଲ ର ସ୍ୱାସ୍ଥ୍ୟାଧିକାରୀ ଡ଼ାକ୍ତର ହିମାଂଶୁ ଭୁଷଣ ସଢ଼ଙ୍ଗୀ ଓ କର୍ମଚାରୀମାନେ ଜିଲାପାଳ ଶ୍ରୀ ରୁତୁରାଜ ଙ୍କୁ ଟୀକାକରଣ କେନ୍ଦ୍ରକୁ ପାଛୋଟି ନେଇଥିଲେ । ଜିଲାପାଳ ଟୀକାକରଣ କେନ୍ଦ୍ର ବୁଲିବା ସହିତ ଟୀକା ନେଇଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ସହିତ ଟୀକାର ପାଶ୍ୱର୍ ପ୍ରତିକ୍ରିୟା ସମ୍ପର୍କରେ ପଚାରି ବୁଝିଥିଲେ । କୌଣସି ସଦସ୍ୟଙ୍କର ପାଶ୍ୱର୍ ପ୍ରତିକ୍ରିୟା ପ୍ରକାଶ ପାଇନଥିବା ଜାଣିବାକୁ ପାଇଥିଲେ । ଅପରାହ୍ନରେ ଡ଼ିଟିଓ ଡ଼ାକ୍ତର ପ୍ରଦୀପ୍ତ କୁମାର ବେହେରା , ଡ଼ିପିଏମ ପ୍ରକାଶ ବାନାର୍ଜିୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସି ଟୀକାକରଣ କାର୍ଯ୍ୟ ତଦାରଖ କରିଥିଲେ । ବିପିଏମ ଇପସିତା ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଗଲୱାନ  ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ

କେନ୍ଦ୍ରାପଡ଼ା,୧୫/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରଷ୍ଟ୍ର ନିର୍ମାଣ ଅଭିଯାନ ପକ୍ଷରୁ ଗଲଓା୍ୱନ ଘାଟିରେ ଶହୀଦ ହୋଇଥିବା ଯବାନଙ୍କୁ …

Leave a Reply

Your email address will not be published. Required fields are marked *