Monday , June 14 2021
Breaking News
Home / ନିର୍ବାଚନ / ପାଟକୁରା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ର ୪୦ ଜଣିଆ ତାରକା ପ୍ରଚାରକ ତାଲିକା

ପାଟକୁରା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ର ୪୦ ଜଣିଆ ତାରକା ପ୍ରଚାରକ ତାଲିକା

ଭୁବନେଶ୍ୱର, ୧୩/୦୭/୨୦୧୯ (ଓଡ଼ିଶା ସମାଚାର)- ଆଗାମୀ ଜୁଲାଇ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ କଂଗ୍ରେସ ଦଳ ପକ୍ଷରୁ ନିମ୍ନଲିଖିତ ୪୦ ଜଣିଆ ତାରକା ପ୍ରଚାରକଙ୍କ ନାମ ଘୋଷଣା କରାଯାଇଛି । ଏହି ତାରକା ପ୍ରଚାରକ ତାଲିକାରେ ଏଆଇସିସି ସାଧାରଣ ସଂପାଦକ ତଥା ଓଡିଶା କଂଗ୍ରେସ ପ୍ରଭାରୀ ଶ୍ରୀ ଜିତେନ୍ଦ୍ର ସିଂ, ଛତିଶଗଡର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଓଡିଶା କଂଗ୍ରେସର ଅତିରିକ୍ତ ପ୍ରଭାରୀ ଶ୍ରୀ ଟି.ଏସ୍. ସିଂହଦେଓ ଓ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ସମେତ ନରସିଂହ ମିଶ୍ର, ଚିରଞ୍ଜିବ ବିଶ୍ୱାଳ, ପ୍ରଦୀପ ମାଝୀ, ଡ. ରାମଚନ୍ଦ୍ର ଖୁଂଟିଆ, ଜି. ରୁଦ୍ର ରାଜୁ, ଶରତ ରାଉତ, ଡ. ବିଶ୍ୱରଂଜନ ମହାନ୍ତି, ଭକ୍ତ ଚରଣ ଦାସ, ରଞ୍ଜିବ ବିଶ୍ୱାଳ, ସପ୍ତଗିରି ଉଲାକା, ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା, ତାରାପ୍ରସାଦ ବାହିନୀପତି, ରମେଶ ଚନ୍ଦ୍ର ଜେନା, ଅଧିରାଜ ମୋହନ ପାଣିଗ୍ରାହୀ, ଦାଶରଥି ଗମାଙ୍ଗ, ମହମ୍ମଦ ମୋକିମ୍, ଡ. ସି.ଏସ୍.ରାଜନ ଏକ୍କା, ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଗଣେଶ୍ୱର ବେହେରା, ଅଂଶୁମାନ ମହାନ୍ତି, ଦେବେନ୍ଦ୍ରନାଥ ଶର୍ମା, ଧରଣୀଧର ନାୟକ, ବିଜୟଲକ୍ଷ୍ମୀ ସାହୁ, ବନ୍ଦିତା ପରିଡା, ସସ୍ମିତା ବେହେରା, ଭୁଜବଳ ମାଝୀ, ବିରେନ୍ ସେନାପତି, ହମିଦ୍ ହୁସେନ୍, ଶୁଭେନ୍ଦୁ ମହାନ୍ତି, ସତ୍ୟପ୍ରକାଶ ନାୟକ, ଅରିନ୍ଦମ ସର୍କେଲ, ଜ୍ଞାନଦେବ ବେହୁରା, ଅମିୟ ପାଣ୍ଡବ ଓ ମନୀଷା ତି୍ରପାଠୀ ପ୍ରମୁଖ ରହିଛନ୍ତି ବୋଲି ପିସିସି ମୁଖପାତ୍ର ପଦ୍ମାକର ଗୁରୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗରିବଙ୍କ ସାଥିରେ ମୋଦିସରକାର:କଟକ ସଦର ଭାଜପା

କଟକସଦର ୦୯/୦୬/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- କରୋନା ମହାମାରୀ ସମୟରେ ଦେଶବାସୀଙ୍କ ହିତରେ ମୋଦିସରକାର ଦେଶର ସମସ୍ତଙ୍କୁ ଟୀକାକରଣ …

Leave a Reply

Your email address will not be published. Required fields are marked *