Friday , June 18 2021
Breaking News
Home / ନିର୍ବାଚନ / ପାଟକୁରା ବିଧାନସଭା ନିର୍ବାଚନ ପାଇଁ ବିଜେଡ଼ିର ବ୍ଲକ୍ ସ୍ତରୀୟ ପ୍ରସ୍ତୁତି ବୈଠକ 

ପାଟକୁରା ବିଧାନସଭା ନିର୍ବାଚନ ପାଇଁ ବିଜେଡ଼ିର ବ୍ଲକ୍ ସ୍ତରୀୟ ପ୍ରସ୍ତୁତି ବୈଠକ 

 

ପାଟକୁରା ,୧୫/୦୬/୨୦୧୯ (ଓଡ଼ିଶା ସମାଚାର)- ଆଗାମୀ ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଗରଦପୁର ବ୍ଲକ୍ ଅନ୍ତର୍ଗତ କର୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଗରଦପୁର ବ୍ଲକ୍ ବିଜେଡ଼ି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ବସିଥିଲା । ରାଜ୍ୟ  ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିବାବେଳେ ବିଜେଡ଼ି ଉପମୁଖ୍ୟ ସଚେତକ ପ୍ରଣବ ବଳବନ୍ତରାୟ ଅନ୍ୟତମ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ । ବିଧାୟକ ପ୍ରାର୍ôଥନୀ ସାବିତ୍ରୀ ଅଗ୍ରୱାଲା ମଧ୍ୟ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ରାଜେଶ ଦାସ, ବ୍ଲକ୍ ବିଜେଡ଼ି ସଭାପତି ଶୈଳେନ୍ଦ୍ର ନାରାୟଣ ମହାନ୍ତି ଉପସ୍ଥିତ ଥିବାବେଳେ  ଗରଦପୁର ବ୍ଲକ୍ ର ୧୮ଗୋଟି ପଂଚାୟତରୁ  ବିଜେଡ଼ି ଦଳର ଛାମୁଆ କର୍ମୀମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।  ଗତ ସାଧାରଣ ନିର୍ବାଚନରେ କେଉଁ କାରଣ ଗୁଡ଼ିକ ପାଇଁ ବ୍ଲକ୍ ରେ ଭୋଟ ହାର କମିୀଲା ତାହା ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଟିକିନିଖି ପଚାରି ବୁଝିଥିଲେ ।  ଆଗାମୀ ନିର୍ବାଚନରେ ବିଜେଡ଼ି ପ୍ରାର୍ଥିନୀ ସାବିତ୍ରୀ ଅଗ୍ରୱାଲାଙ୍କୁ  ବହୁ ଭୋଟରେ ଜିତାଇବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।  ତେବେ କର୍ମୀମାନେ ଅକ୍ଳାନ୍ତ ପରିଶ୍ରମ କଲେ ଏହା ସମ୍ଭବ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନା ଗୁଡ଼ିକ ବିଷୟରେ ଲୋକଙ୍କୁ ସଚେତନ କରାଇଲେ ଏହା ସମ୍ଭବ ହୋଇ ପାରିବ ବୋଲି ସେ କହିଥିଲେ ।  ସଂଗଠିତ ଭାବରେ ନିର୍ବାଚନ ଲଢ଼ିବା ପାଇଁ ପ୍ରଣବ ବଳବନ୍ତରାୟ ଦଳିୟ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ । ତେବେ କର୍ମୀମାନଙ୍କ ମଧ୍ୟରେ ଥିବା ମନୋମାଳିନ୍ୟକୁ ଗୁରୁତ୍ୱ ନଦେବା ପାଇଁ ପରାମର୍ଶ ଦେଇଥିଲେ । ପୂର୍ବତନ ବିଧାୟକ ଦେବପ୍ରକାଶ ଅଗ୍ରୱାଲାଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବା ପାଇଁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ପାଇଁ କର୍ମୀମାନେ ଆଗେଇ ଆସିବାକୁ ବିଜେଡ଼ି ପ୍ରାର୍ଥିନୀ ସାବିତ୍ରୀ ଅଗ୍ରୱାଲ କର୍ମୀମାନଙ୍କୁ ନିବେଦନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଭେନ୍ଟିଲେଟର୍ ଆମ୍ବୁଲାନ୍ସ ଓ ମୁକ୍ତିରଥ ସେବା ଆରମ୍ଭ

ପାରାଦୀପ,୧୫/୦୬/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ପାଇଁ ବିଜେପ ନେତା ତଥା ସମାଜସେବୀ ସଂପଦ ସ୍ୱାଇଁ ଜୁନ ୭ତାରିଖରୁ ଆରମ୍ଭ …

Leave a Reply

Your email address will not be published. Required fields are marked *