Monday , June 14 2021
Breaking News
Home / ନିର୍ବାଚନ / ପାଟକୁରା ବିଧାନସଭା ନିର୍ବାଚନ – କାଁ,ଭାଁ ଇଭିଏମ୍ ମେସିନ୍ ଅଚଳ,ଅଳ୍ପ କେତେକ ସ୍ଥାନରେ  ଗଣ୍ଡଗୋଳ ସତ୍ୱେ ଭୋଟ ଗ୍ରହଣ ଶାନ୍ତିପୂର୍ଣ୍ଣ

ପାଟକୁରା ବିଧାନସଭା ନିର୍ବାଚନ – କାଁ,ଭାଁ ଇଭିଏମ୍ ମେସିନ୍ ଅଚଳ,ଅଳ୍ପ କେତେକ ସ୍ଥାନରେ  ଗଣ୍ଡଗୋଳ ସତ୍ୱେ ଭୋଟ ଗ୍ରହଣ ଶାନ୍ତିପୂର୍ଣ୍ଣ

ପାଟକୁରା ୨୦/୦୭/୨୦୧୯ (ଓଡ଼ିଶା ସମାଚାର)- ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳିରେ ଆଜି ଭୋଟ ଗ୍ରହଣ କାର୍ଯ୍ୟ ଶେଷ ହୋଇଛି । ଅଳ୍ପ କେତୋଟି ସ୍ଥାନରେ ଇଭିଏମ୍ ମେସିନ୍ ଅଚଳ ହୋଇପଡିଥିବାବେଳେ,କାଁ,ଭାଁ କେତେକ ସ୍ଥାନରେ ଗଣ୍ଡଗୋଳ ଘଟିଥିଲା । ଫଳରେ କେତେକ ସ୍ଥାନରେ ଭୋଟ ଗହଣ କରିବାରେ ବିଳମ୍ବ ହୋଇଥିଲା । ପାଟକୁରା ନିର୍ବାଚନମଣ୍ଡଳୀର ଗରଦପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଂଚାୟତର କିଣିଲୋ ଗ୍ରାମର ପ୍ରାଥମିକ ବିଦ୍ୟାଳରେ ଚାଲିଥିବା ୩୦୭ ନମ୍ବର ବୁଥ୍ରେ ଭୋଟ ଗ୍ରହଣର ମାତ୍ର ଅଳ୍ପ ସମୟ ପରେ ସେଠାରେ ଜଣେ ବୟଷ୍କ ଭୋଟରଙ୍କ ପାଇଁ ଅନ୍ୟ ଜଣେ ଭୋଟ ଦେବା ପାଇଁ ଚାହିଁଥିଲେ, ସେଠାରେ ଥିବା ପୁଲିଙ୍ଗ ଏଜେଂଟ ଏହି ଭୋଟ ଦେବା ପାଇଁ କହିବାରୁ,ସେଠାରେ ଥିବା ପ୍ରିଜାଇଡିଙ୍ଗ ଅଫିସର ମନା କରିଥିଲେ ମାତ୍ର ସେଠାରେ ସମ୍ପୃକ୍ତ ପୁଲିଙ୍ଗ ଏଜେଂଟ ଅସହଯୋଗ କରିବା ପାଇଁ କହିବାରୁ ସମ୍ପୃକ୍ତ ପ୍ରିଜାଇଡିଙ୍ଗ୍ ଅଫିସର ସେଠାରୁ ବାହାରକୁ ବାହାରିଯିବା ପାଇଁ କହିଥିଲେ । ଫଳରେ ସମ୍ପୃକ୍ତ ପୁଲିଙ୍ଗ ଏଜେଂଟଙ୍କ କେତେକ ସମର୍ଥକମାନେ ଭୋଟ ଗ୍ରହଣର ଦ୍ୱାର ନିକଟରେ ଧାରଣାରେ ବସିରହିଥିଲେ । ଏହି ଖବର ଜଣାପଡିବା ପରେ ମାଜିଷ୍ଟ୍ରେଟ ଦାୟୀତ୍ୱରେ ଥିବା ଗରଦପୁର ତହସିଲଦାର ଉମାକାନ୍ତ ବିଶ୍ୱାଳ,ପୁଲିସ ଡିଏସ୍ପି ରାଜିବଲୋଚନ ପଣ୍ଡା ଓ ଯଦୁନାଥ ଜେନା ସେଠାରେ ପହଂଚି ଧାରଣାକାରୀମାନଙ୍କୁ ବୁଝା ସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।  ଏହି କେନ୍ଦ୍ରରେ ଦୁଇ ଘଂଟା ବିଳମ୍ବରେ ମତଦାନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ।  ଗୋତ୍ରବିଲ ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ କରାଯାଇଥିବା ୩୦୫ନମ୍ବର ବୁଥ୍ରେ ମତଦାନ ପକ୍ରିୟା ସ୍ୱାଭାବିକ ଭାବରେ ଚାଲିଥିଲା । ମହମ୍ମୁଦା ଗ୍ରାମର ପ୍ରାଇମେରୀ ସ୍କୁଲରେ କରାଯାଇଥିବା ୩୦୯ନମ୍ବର ବୁଥ୍ କେନ୍ଦ୍ରରେ କୁନିଆ ସାହୁ ସେଠାରେ ଉପସ୍ଥିତ ଥିଲେ ମଧ୍ୟ ତାଙ୍କ ଭୋଟ ଅନ୍ୟ ଜଣେ  ଦେବାରୁ ସେଠାରେ କିଛି ସମୟ ପାଇଁ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ବେଡାରୀ ପଂଚାୟତର ହରିଦାସପୁର ଗ୍ରାମର ହରିଦାସପୁର ସ୍କୁଲ ଠାରେ କରାଯାଇଥିବା ବୁଥ୍ ରେ ହରିଦାସପୁର ଗ୍ରାମର ରଞ୍ଜନ କୁମାର ଦାସ(୨୨) ଗତ ଲୋକସଭା ନିର୍ବାଚନରେ ଭୋଟ ଦେଇଥିଲେ,ମାତ୍ର ଚଳିତ ବିଧାନସଭା ନିର୍ବାଚନରେ ତାଙ୍କର ଭୋଟ ପରିଚୟ ପତ୍ର,ଆଧାର କାର୍ଡ ଓ ଭୋଟର ତାଲିକାରେ ନାମ ରହିଥିଲେ ମଧ୍ୟ ଭୋଟ ଗ୍ରହଣ କେନ୍ଦ୍ରରେ ବ୍ୟବହୃତ ହେଉଥିବା ଭୋଟର ତାଲିକାରେ ତାଙ୍କର ନାମ ପାର୍ଶ୍ୱରେ ‘ଡିଲିଟ୍’ ଚିହ୍ନ ରଖାଯାଇଥିବାରୁ ରଞ୍ଜନ ମତଦାନ କରିବାରୁ ବଂଚିିତ ହୋଇଥିଲେ । ପାଟକୁରା ପଂଚାୟତର ସିଙ୍ଗିଟିଆ ପ୍ରାଇମେରି ସ୍କୁଲରେ କରାଯାଇ ଥିବା ବୁଥ୍ରେ ସିଙ୍ଗିଟିଆ,କୋଡପଲ୍ଲା ଓ ପଣସୁଆପଡା ଗ୍ରାମର ଲୋକମାନେ ଚଳିତ ଥର ଭୋଟ ଦେଇଛନ୍ତି । ପ୍ରକାଶ ଯେ,ଗତ ଲୋକସଭା ନିର୍ବାଚନରେ କୌଣସି ଏକ କାରଣକୁ କେନ୍ଦ୍ର କରି ଲେଖଡ଼ପଡା ଗ୍ରାମର ଲୋକମାନେ ଭୋଟ ବର୍ଜ୍ଜନ କରିଥିଲେ । ପାଟକୁରା ପଂଚାୟତର ଜଗଦ୍ଧଳପୁର ଗ୍ରାମରେ କରାଯାଇଥିବା ଭୋଟ ଗ୍ରହଣ କେନ୍ଦ୍ରରେ ନିର୍ଦ୍ଧାରିତ ସମୟ ସନ୍ଧ୍ୟା୬ଟା ପରେ ଲୋକମାନେ ଭୋଟ ଦେବା ପାଇଁ ଲାଇନ୍ରେ ରହିଥିବାର ଦେଖାଯାଇଥିଲା । ଏହି କେନ୍ଦ୍ରରେ ସାଢେ ଛ’ଟା ପର୍ଯ୍ୟନ୍ତ ମତଦାନ କରାଯାଇଥିବାର ଜଣାଯାଇଛି ।  ସେହିପରି ଗରଦପୁର ବ୍ଲକ ଅଧିନରେ ଥିବା ବଜ୍ରବାଣ ବୁଥ୍ କେନ୍ଦ୍ର,ଗରଦପୁରର ଜଗନ୍ନାଥ ନୋଡାଲ ସ୍କୁଲରେ କରାଯାଇଥିବା ବୁଥ୍ କେନ୍ଦ୍ର,ପଦ୍ମପୁର ସ୍କୁଲରେ କରାଯାଇଥଇବା ବୁଥ୍ କେନ୍ଦ୍ର,ମରିଲୋ ସ୍କୁଲରେ କରାଯାଇଥିବା ବୁଥ୍ କେନ୍ଦ୍ର ଓ ନାଗଣପୁର ସ୍କୁଲରେ କରାଯାଇଥିବା ୫ ଗୋଟି ସ୍ଥାନରେ ଭୋଟ ଗ୍ରହଣ କରାଯିବାର କିଛି ସମୟ ପରେ ଇଭିଏମ୍ ମେସିନ୍ରେ ସମସ୍ୟା ଦେଖା ଦେଇଥିବାରୁ ସେଠାରେ ନୂତନ ଭାବରେ ଇଭିଏମ୍ ମେସିନ୍ ଲଗାଯାଇ ଭୋଟ ଗ୍ରହଣ କରାଯାଇଥିଲା । ତିକନପୁର ଭୋଟ ଗ୍ରହଣ କେନ୍ଦ୍ର ନିକଟରେ ବିଜେପି ଓ ବିଜେଡି କର୍ମୀମାନଙ୍କ ମଧ୍ୟରେ ବଚସା ଓ ମାରପିଟ୍ ଘଟିଥିଲା । ଏହି ମାରପିଟ୍ରେ ଜଣେ ଯୁବ କର୍ମୀଙ୍କର ମୁଣ୍ଡ ଫାଟିଯାଇଥିଲା । ପରିସ୍ଥିତି ଆୟତକୁ ଆଣିବା ପାଇଁ ତିକନପୁର ଛକରେ ପୁଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡିଥିଲା । ବ୍ରହ୍ମପୁର ଗ୍ରାମର ୨୭୧ ନମ୍ବର ବୁଥ୍ରେ ଭଲ ଲାଇଟ୍ ନ ଥିବା ଭାଟରମାନଙ୍କ ଅଭିଯୋଗକ୍ରମେ ସେଠରେ ଭଲ ଲାଇଟ୍ର ବ୍ୟବସ୍ଥାର କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ

  କନ୍ଧମାଳ, ୧୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ …

Leave a Reply

Your email address will not be published. Required fields are marked *