Wednesday , June 16 2021
Breaking News
Home / ନିର୍ବାଚନ / ପାଟକୁରା ବାସୀ ମୋ ପରିବାର , ପାଟକୁରା ଦ୍ୱିୟିତ୍ୱ ମୋର – ମୁଖ୍ୟମନ୍ତ୍ରୀ

ପାଟକୁରା ବାସୀ ମୋ ପରିବାର , ପାଟକୁରା ଦ୍ୱିୟିତ୍ୱ ମୋର – ମୁଖ୍ୟମନ୍ତ୍ରୀ

ପାଟକୁରା ରେ ମୁଖ୍ୟମନ୍ତ୍ରୀ ଙ୍କ ମାରାଥନ ପ୍ରଚାର
ପାଟକୁରା, ୧୭/୦୭/୨୦୧୯ (ଓଡ଼ିଶା ସମାଚାର)- ଆସନ୍ତା ୨୦ ତାରିଖରେ ପାଟକୁରା ନିର୍ବାଚନ ଅନୁଷ୍ଠିତ ହେବ । ବର୍ତମାନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପାଟକୁରାରେ ପହଂଚି ସାରିଛନ୍ତି । ବାରିମୂଳ ପଡ଼ିଆରେ ହେଲିକାପଟରରୁ ଓହ୍ଲାଇ ହାଇଟେକ୍ ବସ ରେ ରୋଡ଼ ସୋ ଚଳାଇଛନ୍ତିି । ଦଳିୟ ପ୍ରାର୍ଥୀ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲା ଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲା ମଧ୍ୟ ଏହି ରୋଡ ସୋ ରେ ସାମିଲ ହୋଇଛନ୍ତି । ବହୁ ସଂଖ୍ୟାର ଲୋକ ବିଶେଷ ଭାବେ ସଂଖ୍ୟାଧିକ ମହିଳା ଙ୍କ ଉପସ୍ଥିତି ଦେଖାଯାଉଛି । ଆଜି ମୁଖ୍ୟମନ୍ତ୍ରୀ ଗୋଟିଏ ଦିନରେ ଡ଼େରାବିଶ, ମାର୍ଶାଘାଇ ଓ ଗରଦପୁର ବ୍ଲକ୍ ରେ ରୋଡ଼ ସୋ କରି ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ଼ରହିଛି । ଉପସ୍ଥିତ ଲୋକମାନେ ମୁଖ୍ୟମନ୍ତ୍ରୀ ଙ୍କୁ ଦେଖିବା ପାଇଁ ବେଶ୍ ଉତ୍ସାହିତ ଥିବା ଦେଖାଯାଉଛି । ମୁଖ୍ୟମନ୍ତ୍ରୀ ରୋଡ଼ ସୋ ରେ – ପାଟକୁରାବାସୀ ମୋ ପରିବାର । ଆପଣମାନେ ସାବିତ୍ରୀ ଅଗ୍ରୱାଲାଙ୍କୁ ଭୋଟ ଦିଅନ୍ତୁ , ମୁଁ ପାଟକୁରାକୁ ଦେଖିବି ବୋଲି କହିଥିଲେ । ସେହିପରି ଟ୍ୱିଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି – ପାଟକୁରାର ମୋର ପ୍ରିୟ ଭାଇ ଓ ଭଉଣୀ ମାନଙ୍କୁ ଭେଟିବା ନେଇ ମୁଁ ଉତ୍ସାହିତ । ଆପଣମାନେ ମୋ ପରିବାର । ଆପଣମାନଙ୍କ ସ୍ନେହ, ଶ୍ରଦ୍ଧା ଓ ସମର୍ଥନ ମୋତେ ଆତ୍ମିୟତାର ଡ଼ୋରୀରେ ବାନ୍ଧିଛି । ଏହାହିଁ ମୋର ପୁଂଜି । ଏହା ଆହୁରୀ ଭଲ କାମ କରିବାକୁ ପ୍ରେରଣା ଯୋଗାଇବ । ଆଜି ଡ଼େରାବିଶ, ମାର୍ଶାଘାଇ ଗରଦପୁର ବ୍ଲକ୍ ଅଂଚଳରେ ମୁଖ୍ୟମନ୍ତ୍ରୀ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ରୋଡ଼ ସୋ କରି ରାଜଧାନୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ସମାଚାର

 

About admin

Check Also

ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ 

ତାରପୁର, ୧୧/୦୬/୨୦୨୧(ଓଡ଼ିଶା ସମାଚାର)- କରୋନା ମହାମାରୀ ଲୋକମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେଇଥିବା ବେଳେ ସରକାର ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ ପ୍ରତିଦିନ …

Leave a Reply

Your email address will not be published. Required fields are marked *