Wednesday , June 16 2021
Breaking News
Home / ବିଶେଷ / ପାଟକୁରା ବଜାର ରାସ୍ତା ସମ୍ପ୍ରସାରଣ ପାଇଁ କେନ୍ଦ୍ରାପଡା ଜିଲାପାଳଙ୍କ ଅନୁଧ୍ୟାନ

ପାଟକୁରା ବଜାର ରାସ୍ତା ସମ୍ପ୍ରସାରଣ ପାଇଁ କେନ୍ଦ୍ରାପଡା ଜିଲାପାଳଙ୍କ ଅନୁଧ୍ୟାନ

ଗରଦପୁର, ୧୮/୧୦/୨୦୧୯(ଓଡ଼ିଶା ସମାଚାର)-ପାଟକୁରା ବଜାର ମଧ୍ୟ ଦେଇ ଯାଇଥିବା ରାସ୍ତାକୁ ସମ୍ପ୍ରସାରଣ କରାଯିବା ଓ ଅନ୍ୟ କେତେକ ସମସ୍ୟା ମୂଳକ କାର୍ଯ୍ୟ ସମ୍ପର୍କରେ କେନ୍ଦ୍ରାପଡା ଜିଲାପାଳ ସମର୍ଥ ବର୍ମା ଆଜି ପୂର୍ବାହ୍ନରେ ପାଟକୁରା ବଜାର ମଧ୍ୟରେ ଥିବା ରାସ୍ତାକୁ ଅନୁଧ୍ୟାନ କରି ଫେରିଯାଇଛନ୍ତି । ଆଜି ପୂର୍ବାହ୍ନରେ କେନ୍ଦ୍ରାପଡା ଜିଲାପାଳ ଶ୍ରୀ ବର୍ମା ପାଟକୁରା ବଜାର ଠାରେ ପହଂଚି ନଦୀବନ୍ଧ ନିକଟସ୍ଥ ମଠ ଗଡା ଠାରୁ ପାଟକୁରା ଥାନା ପର୍ଯ୍ୟନ୍ତ ଥିବା ସଂକୀର୍ଣ୍ଣ ରାସ୍ତାକୁ ସମ୍ପ୍ରପ୍ରସାରଣ କାର୍ଯ୍ୟ କରାଯିବା ପାଇଁ ଅନୁଧ୍ୟାନ କରିଥିଲେ । ଦୀର୍ଘ ବର୍ଷ ହେଲା ଏହି ବଜାର ରାସ୍ତା ସଂକୀର୍ଣ୍ଣ ଅବସ୍ଥାରେ ରହିଥିବାରୁ ଏହାକୁ ୮ ମିଟର ଓସାରରେ ସମ୍ପ୍ରସାରଣ କରିବା ପାଇଁ ଜିଲାପାଳ ଶ୍ରୀ ବର୍ମା ପରାମର୍ଶ ଦେଇଥିଲେ । ଏହି ରାସ୍ତା ପାଶ୍ୱର୍ରେ ରହିଥିବା ଦୋକାନ ଘରଗୁଡିକ ୭ ଦିନ ମଧ୍ୟରେ ଖାଲି କରାଯିବା ଓ ମେଡିକାଲ ନିକଟରେ ଥିବା ଦୁଇଟି ଦୋକାନ ଘର ୧୫ ଦିନ ମଧ୍ୟରେ ଖାଲି କରିବାକୁ ଜିଲାପାଳ ଶ୍ରୀ ବର୍ମା ନିର୍ଦ୍ଧେଶ ଦେଇଥିଲେ । ଏହି ବଜାର ରାସ୍ତାର ଥାନା ନିକଟସ୍ଥ ସ୍ଥାନ ଠାରୁ ହନୁମାନ ଛକ ପର୍ଯ୍ୟନ୍ତ ରାସ୍ତାଟି ସଂକୀର୍ଣ୍ଣ ରହିଥିଲେ ମଧ୍ୟ ଏହି ରାସ୍ତା ଯାଇଥିବା ଜମି ପାଟକୁରାସ୍ଥିତ ଶ୍ରୀ କହ୍ନେଇଲାଲଜୀଉଙ୍କର ହୋଇଥିବାରୁ ଏ ସମ୍ପର୍କରେ ଦେବୋତର ବିଭାଗ ସହିତ ଆଲୋଚନା କରି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ କରାଯିବା ସମ୍ପର୍କରେ ଜିଲାପାଳ ଶ୍ରୀ ବର୍ମା ପ୍ରକାଶ କରିଥିଲେ । ପ୍ରକାଶ ଯେ,ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବେଡାରୀ ଠାରୁ ପାଟକୁରା ହନୁମାନ ଛକ ପର୍ଯ୍ୟନ୍ତ ୨.୩୫୦କି.ମି ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସାମଲି କରାଯାଇ ୮୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କାର୍ଯ୍ୟ କରାଯିବା ପାଇଁ ଟେଣ୍ଡର କରାଯାଇଛି । ମାତ୍ର ପାଟକୁରା ବଜାର ମଧ୍ୟରେ ସଂକୀର୍ଣ୍ଣ ରାସ୍ତା ଥିବାରୁ କାର୍ଯ୍ୟ ଆରମ୍ଭ କରାଯାଇ ପାରୁ ନ ଥିବା ବିଭାଗୀୟ ସୂତ୍ରରୁ ଜଣାଯାଇଛି । ପାଟକୁରା ବଜାରରେ କ୍ରମେ କ୍ରମେ ଗହଳି ପରିଲକ୍ଷିତ ବୃଦ୍ଧି ପାଉ ଥିବାରୁ ମଠ ଗଡା ଠାରୁ ଚିତ୍ରୋପôଳା ନଦୀବନ୍ଧ ରାସ୍ତା ପାଟକୁରା ସେତୁ ପର୍ଯ୍ୟନ୍ତ ପ୍ରାୟ ୭ଶହ ମିଟର ରାସ୍ତାକୁ ପ୍ରସସ୍ତିକରଣ କାର୍ଯ୍ୟ କରାଯାଇ ଭାରି ଯାନ ଚଳାଚଳର ବ୍ୟବସ୍ଥା କରାଯିବା ସମ୍ପର୍କରେ ଜିଲାପାଳ ଶ୍ରୀ ବର୍ମା ଉପସ୍ଥିତ ଲୋକମାନଙ୍କ ସହିତ ଅନୁଧ୍ୟାନ କରିଥିଲେ । ପାଟକୁରା ବଜାରର ରାସ୍ତା ପାଶ୍ୱର୍ରେ ରହିଥିବା ଶେଖ୍ ଅମିର୍ ଙ୍କ ମାଂସ ଦୋକାନ ଠାରୁ ମିସ୍ ବାବୁଲ ଘର ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ କରାଯିବା ସମ୍ପର୍କରେ ଜିଲାପାଳ କହିଥିଲେ । ଏହି ରାସ୍ତା ପାଇଁ ୮ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇ ନୂତନ ଭାବରେ ରାସ୍ତା ନିର୍ମାଣ କରାଯିବ । ନବ ନିର୍ମିତ ଏହି ରାସ୍ତା ପାଇଁ ବିଧାୟକଙ୍କ ପାଣ୍ଠିରୁ ୫ ଲକ୍ଷ ଓ ବ୍ଲକ ପ୍ରଶାସନଙ୍କ ପାଣ୍ଠିରୁ ୩ ଲକ୍ଷ ଟଙ୍କାର ବ୍ୟୟ କରାଯିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ସେହିପରି ଉପସ୍ଥିତ ଲୋକମାନଙ୍କ ଅଭିଯୋଗ କ୍ରମେ ପାଟକୁରା ପଂଚାୟତ ଅଫିସ୍ ନିକଟରେ ଦୀର୍ଘ ବର୍ଷରୁ ନିର୍ମାଣ କରାଯାଇ ବ୍ୟବହାର ହେଉ ନ ଥିବା ମାର୍କେଟ କମ୍ପ୍ଲେକ୍ସର ଦୋକାନ ଗୃହଗୁଡିକ ସମ୍ପର୍କରେ ଅବଗତ ହେବା ପରେ ଖାଲିଥିବା ଏହି ଦୋକାନ ଗୃହଗୁଡିକୁ ତୁରନ୍ତ ଚାବି ପକାଯିବାକୁ ଗରଦପୁର ବିଡିଓ ଧରଣୀଧର ବେହେରାଙ୍କୁ ନିର୍ଦ୍ଧେଶ ଦେଇଥିଲେ । ପାଟକୁରା ପଂଚାୟତ କାର୍ଯ୍ୟାଳୟରେ ପାଟକୁରା ବଜାର କିମିଟି ସହିତ ଜିଲାପାଳ ଶ୍ରୀ ବର୍ମା ଆଲୋଚନା କରିଥିଲେ । ଜିଲାପାଳଙ୍କ ଏହି ଅନୁଧ୍ୟାନ କରିବା ସମୟରେ ଗରଦପୁର ବିଡିଓ ଶ୍ରୀ ବେହେରା,ଗରଦପୁର ତହସିଲର ଅତିରିକ୍ତ ତହସିଲଦାର ଉମାକାନ୍ତ ବିଶ୍ୱାଳ,ପାଟକୁରା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସନ୍ଦିବିଗ୍ରହ,ପାଟକୁରା ଥାନା ଅଧିକାରୀ ସୁଜିତ୍ କୁମାର ପ୍ରଧାନ,ପାଟକୁରା ବିଧାୟିକାଙ୍କ ପୁତ୍ର ସଞ୍ଜୟ କୁମାର ଅଗ୍ରୱାଲ,ଗରଦପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ବାସୁଦେବ ବେହେରା, ପାଟକୁରା ସରପଂଚ ସୂର୍ଯ୍ୟମଣୀ ସେଠୀ,ସମିତି ସଭ୍ୟା ମମତା ମଲିକ,ପ୍ରମୁଖ ପାଟକୁରା ବଜାର କମିଟି ଓ ସ୍ଥାନୀୟ ଲୋକମାନେ ଉପସ୍ଥିତ ଥିଲେ । ସେଠାରୁ ଜିଲାପାଳ ଗରଦପୁର ବ୍ଳକ କାର୍ଯ୍ୟାଳୟକୁ ଯାଇ ଏକ ସମିକ୍ଷା ବୈଠକରେ ଯୋଗ ଦେଇଥିଲେ । ବ୍ଲକରେ ଏନ୍ଆରଇଜିଏସ୍ ଯୋଜନାରେ କରାଯାଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଓ ବ୍ଲକ ଅଂଚଳରେ ନୂତନ ପୋଖରୀ ନିର୍ମାଣ,ପୁରୁଣା ପୋଖରୀକୁ ପୁନରୁଦ୍ଧାର,ଗ୍ରାମ୍ୟ ପାର୍କ ନିର୍ମାଣ,ଖେଳ ପଡିଆ ନିର୍ମାଣ ଆଦି ସମ୍ପର୍କରେ ଗୁରୁୂତ୍ୱ ଦେବା ସହିତ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରା ନ ଗଲେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଜିଲାପାଳ ଚେତାବନୀ ଶୁଣାଇଥିଲେ । ଓଡ଼ିଶା ସମାଚାର

About admin

Check Also

ଜିଲା ସ୍ତରୀୟ ଲୋକ କଳା ଦିବସ ପାଳିତ

କରୋନା ସଚେତନତା ବାର୍ତା ବାଂଟିଲେ କଳାକାର କେନ୍ଦ୍ରାପଡ଼ା, ୧୫/୦୬/୨୦୨୧(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ୍ ୧୪ କୁ ଲୋକକଳା …

Leave a Reply

Your email address will not be published. Required fields are marked *