Sunday , June 20 2021
Home / ନିର୍ବାଚନ /   ପାଟକୁରା : ନିର୍ବାଚନୀ ହିଂସା ମାମଲା ବଢିବାରେ ଲାଗିଛି

  ପାଟକୁରା : ନିର୍ବାଚନୀ ହିଂସା ମାମଲା ବଢିବାରେ ଲାଗିଛି

ପାଟକୁରା ୨୨/୦୭/୨୦୧୯ ( ଓଡ଼ିଶା ସମାଚାର )-ପାଟକୁରାରେ  ନିର୍ବାଚନ ଓ ନିର୍ବାଚନ ପରବର୍ତୀ ହିଂସା ଘଟଣାରେ ଥାନାରେ ଦିନକୁ ଦିନ ଅଭିଯୋଗ ବଢିବାରେ ଲାଗିଛି । ଏହି ଥାନା ଅର୍ନ୍ତଗତ ବିଭିନ୍ନ ସ୍ଥାନମାନଙ୍କରେ ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି ସମର୍ଥକମାନଙ୍କ ମଧ୍ୟରେ ପୁରୁଣା  ଜମିବାଡି ବିବାଦକୁ କେନ୍ଦ୍ର କରି ରାଜନୈତିକ ଅଭିଯୋଗ କରାଯିବା,ଗାଳିଗୁଲଜ,ଧମକଚମକ ଓ ମାର୍ପିଟ୍ ଆଦି ଘଟଣାମାନ ସମ୍ପର୍କରେ ଥାନାରେ ଅଭିଯୋଗ ବଢିବାରେ ଲାଗିଛି । ପାଟକୁରା ଥାନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ଦୁଇ ଗୋଟି ନିର୍ବାଚନ ସଂକ୍ରାନ୍ତ ହିଂସାକାଣ୍ଡ ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଏହି ଥାନା ଅନ୍ତର୍ଗତ ଧାନମଣ୍ଡଳ ଗ୍ରାମର ଶାନ୍ତିଲତା ମଳିକ ଗତ ୧୮ ତାରିଖ ରାତ୍ରୀ୧୧ଟା ସମୟରେ ଅତ୍ୟଧିକ ଗରମ ଯୋଗୁଁ ଘର ଆଗରେ ବସିଥିବାବେଳେ, ପୂର୍ବ ଶତୃତାକୁ କେନ୍ଦ୍ରକରି ସେହି ଗ୍ରମାର ଦିଲିପ ମଳିକ ଓ ଅନ୍ୟମାନେ ଶାନ୍ତିଲତାଙ୍କୁ ଗାଳିଗୁଲଜ କରିଥିଲେ । ଶାନ୍ତିଲତା ପ୍ରତିବାଦ କରିବାରୁ ତାଙ୍କୁ ଏକ ଠେଙ୍ଗାରେ ମରଣାନ୍ତ୍ରକ ଆକ୍ରମଣ କରିଥିବା ସମ୍ପର୍କରେ ପାଟକୁରା ଥାନାରେ ଅଭିଯୋଗ ହୋଇଛି । ସେହିପରି କରିଲୋପାଟଣା ଗ୍ରାମର କାଳନ୍ଦି ସାମଲ ଓ ତାଙ୍କ ପତ୍ନୀ ମଞ୍ଜୁଲତା ଗତ୧୮ ତାରିଖ ରାତ୍ରୀ ସାଢେ ବାରଟା ସମୟରେ ଘରେ ଶୋଇଥିବାବେଳେ,୫ଜଣଦୁବୃର୍ତ ଘରର କବାଟ ବାଡେଇବାରୁ ସେମାନେ ଉଠିଥିଲେ । ସେମାନେ କାଳନ୍ଦିକୁ ପ୍ରଲୋଭନ ଦେଖାଇ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ କହିଥିଲେ,ମାତ୍ର କାଳନ୍ଦି ଓ ତାଙ୍କ ପତ୍ନ୍ରୀ ଏ ପ୍ରସ୍ତାବରେ ରାଜି ନ ହେବାରୁ ସେମାନେ ଗାଳିଗୁଲଜ କରିବା ସହିତ ମାର୍ପିଟ କରିଥିବାର ଅଭିଯୋଗ ହୋଇଛି । ସେହିପରି ଏହି ଥାନା ଅନ୍ତର୍ଗତ ନଗରୀପଡା ଗ୍ରାମର ଚନ୍ଦ୍ରକାନ୍ତ ବେହେରାଙ୍କ ଘର ଆଗରେ ଗତ୧୭ତାରିଖ ରାତ୍ରୀ ସଢେ ନ’ଟା ବେଳେ କେତେକ ଲୋକ ଠିଆ ହୋଇଥିବାର ଚନ୍ଦ୍ରକାନ୍ତ ଦେଖିଥିଲେ । ସେମାନେ ଚନ୍ଦ୍ରକାନ୍ତଙ୍କ ଘର ନିକଟରେ ଲଗାଯାଇଥିବା ବିଜେଡିର କିଛି କୋଷ୍ଟରକୁ ଚିରାଚିରି କରୁଥିବାବେଳେ ଚନ୍ଦ୍ରକାନ୍ତ ଏହାକୁ ପ୍ରତିବାଦ କରିଥିଲେ । ହେଲେ ଅଭିଯୁକ୍ତମାନେ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହିତ ସେଠାରେ ପଡିଥିବା ଏକ ଇଟାରେ ଚନ୍ଦ୍ରକାନ୍ତର ମୁଣ୍ଡରେ ଆଘାତ କରିଥିଲେ । ଗାଁର କେତେକ ଲୋକ ଚନ୍ଦ୍ରକାନ୍ତଙ୍କୁ ଉଦ୍ଧାର କରି ପାଟକୁରା ଥାନାକୁ ପଠାଇଥିବାର ଅଭିଯୋଗରେ ଦର୍ଶାଯାଇଛି । ସେହିପରି ବେଡାରୀ ଗ୍ରାମରେ ମଧ୍ୟ୧୯ତାରିଖ ରାତ୍ରୀରେ  ଏକ ନିର୍ବାଚନୀ ହିଂସା କାଣ୍ଡରେ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ କରାଯିବା ପରେ ପୁଲିସ ପାଟକୁରା ଥାନାରେ ଭିନ୍ନ ଭିନ୍ନ ଦୁୂଇଟି ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି । ନିର୍ବାଚନ ପରେ ପରେ ଥାନାରେ ଏଭଳି ଅଭିଯୋଗ କରାଯାଉଥିବାରୁ ଏ ନେଇ ବୁଦ୍ଧିଜିବୀ ମହଲରେ ଚିନ୍ତା ପ୍ରକାଶ ପାଇଛି । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *