Thursday , June 24 2021
Breaking News
Home / ବିଶେଷ / ପାଟକୁରା ଦାୟିତ୍ୱ ନେଲେ ମୁଖ୍ୟମନ୍ତ୍ରୀ ହେଲେ ଗରଦପୁର ବ୍ଲକ୍ ରେ ମନ ଇଛା ବିଦ୍ୟୁତ କାଟ୍

ପାଟକୁରା ଦାୟିତ୍ୱ ନେଲେ ମୁଖ୍ୟମନ୍ତ୍ରୀ ହେଲେ ଗରଦପୁର ବ୍ଲକ୍ ରେ ମନ ଇଛା ବିଦ୍ୟୁତ କାଟ୍

ପାଟକୁରା,୧୮/୦୭/୨୦୧୯ (ଓଡ଼ିଶା ସମାଚାର)- ଆଜି ହେଉଛି ପାଟକୁରା ନିର୍ବାଚନ ପ୍ରଚାରର ଶେଷ ଦିବସ । ଆସନ୍ତା ୨୦ ତାରିଖରେ ଭୋଟ । ସବୁ ପ୍ରମୁଖ ରାଜନୈତିକ ଦଳ ଆଜି ପ୍ରଚାରର ଶେଷ ଦିବସରେ ପ୍ରଚାରକୁ ଯୋରଦାର କରିଛନ୍ତି । ଗତକାଲି ବିଜେଡ଼ି ଦଳର ସୁପ୍ରିମୋ ତଥା ନବୀନ ପଟ୍ଟନାୟକ ପାଟକୁରା ନିର୍ବାଚନ ପ୍ରଚାରରେ ଆସି ବିଜେଡ଼ି ଦଳର ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲାଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକ୍ୁ ନିବେଦନ କରିଥିଲେ ଓ ପାଟକୁରା ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନିଯେ ନେଉଛନ୍ତି ବୋଲି କହିଥିଲେ । ହେଲେ ମୁଖ୍ୟମନ୍ତ୍ରୀ ଜାଣନ୍ତି ନାହିଁ ଏଠି ପାଟକୁରା ରେ ବିଦ୍ୟୁତ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଲୁଡ଼ି ପଡ଼ିଛି । ମନ ଇଛା ପାୱାର କଟ୍ । ମନଇଛା ପାୱାର କଟ୍ ରେ ଲୋକେ ଅତିଷ୍ଟ ହୋଇ କହିଲେଣି ତମେ ତମ ମନ ଇଛା ପାୱାର କଟ୍ କରୁଛ । ଏଥର ଆମେ ତମର ପାୱାର କଟ୍ କରିବୁ । ମନ ଇଛା ୪ ଘଂଟା, ୬ ଘଂଟା, ୮ ଘଂଟା ବିନା ସୂଚନାରେ ପାୱାର କଟ୍ କରାଯାଉଛି । କାମ ହେଉଛି ପଳସୁଧାରେ ହେଲେ ପାୱାର କଟ୍ ସମୁଦାୟ ନଦୀପାର ତେଣ୍ଡାକୁଡ଼ା, ବନ୍ତଳା, ପଳସୁଧା, ତଳକୁସୁମା ଆଦି ପଂଚାୟତରେ । ସେହିପରି କାମ ହେଉଛି ନେଦାଲରେ ହେଲେ ପାୱାର କଟ୍ ହେଉଛି ସମୁଦାୟ ନଦୀପାର ତେଣ୍ଡାକୁଡ଼ା, ବନ୍ତଳା, ପଳସୁଧା, ତଳକୁସୁମା ଆଦି ପଂଚାୟତରେ । ସେହିପରି କାମ ହେଉଛି ଆଳିଜଙ୍ଗାରେ ହେଲେ ପାୱାର କଟ୍ ହେଉଛି ସମୁଦାୟ ନଦୀପାର ତେଣ୍ଡାକୁଡ଼ା, ବନ୍ତଳା, ପଳସୁଧା, ତଳକୁସୁମା ଆଦି ପଂଚାୟତରେ । ଏପରି କାହିଁକି ମନଇଛା ପାୱାର କଟ୍ କରାଯାଉଛି ଜାଣିବାକୁ ସେ ବିଷୟରେ ଅନୁସନ୍ଧାନରୁ ଜଣାଯାଇଛି ଯେ କୌଣସି ଟ୍ରାନ୍ସଫର୍ମରର ଏବି ସୁଇଚ ଠିକ୍ ନାହିଁ । ତେଣୁ ଯେ କୌଣସି ସ୍ଥାନରେ କାମ ହେଲେ ଫୋନ୍ ଯୋଗେ ସଟ ଡ଼ାଉନ୍ ନେଇଯାଇ କାମ କରୁଛନ୍ତି । ଏହା ଅତ୍ୟନ୍ତ ସହଜ । ତେଣିକି ଗ୍ରାହକ ଯେତେ ଅସନ୍ତୁଷ୍ଟ ହେଉ, ସେଥିରେ ତାଙ୍କର ଯାଏଆସେ ନାହିଁ । ଯିଏ ବେଶି ପାଟି କରିବ ତାହାକୁ ମିଥ୍ୟା ବିଲ ଦେବାର ଧମକ ଅଛି । ଏହି ହେଉଛି ପାଟକୁରା ବିଦ୍ୟୁତ ବିଭାଗ ବ୍ୟବସ୍ଥା । ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ପାଟକୁରା କୁ ସେ ନିଯେ ଦେଖିବେ ତେଣୁ ଉପରୋକ୍ତ ବିଷୟ ପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦିଅନ୍ତୁ ନହେଲେ ଅସନ୍ତୁଷ୍ଟ ଗ୍ରାହକ ମାନେ ଏଥର ପାୱାର କାଟିବେ । ମାନ୍ୟବର ଶକ୍ତିମନ୍ତ୍ରୀ ମଧ୍ୟ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ । ଏହା ଗରଦପୁର ବିଦ୍ୟୁତ ବିଭାଗର ନିତି ଦିନିଆ ବ୍ୟାପାର । ଆସନ୍ତା ୨୦ ତାରିଖ ପାଟକୁରା ନିର୍ବାଚନ ପରେ ଗ୍ରାହକ ମାନେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । ଏହି ଖବର ଲେଖା ହେବା ବେଳକୁ ୪ ଘଂଟା ହେଲା ବିନା ସୂଚନାରେ ପାୱାର କଟ ହୋଇସାରିଲାଣି , ବର୍ତମାନ ସୁଦ୍ଧା ବିଦ୍ୟୁତ ଯୋଗାଣ ନାହିଁ । ଓଡ଼ିଶା ସମାଚାର

About admin

Check Also

ଅଭାବ ଅସୁବିଧା ଓ ଅବହେଳିତ ର ନିଛକ ପ୍ରତିଛବି : ମୌଳିକ ସୁବିଧାରୁ ବଞ୍ଚିତ ବଡ଼ିପଦର ଏବଂ ଗାହାଡାଡି ଗ୍ରାମବାସୀ 

   ବାଲିଗୁଡ଼ା, ୨୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ମହକୁମା …

Leave a Reply

Your email address will not be published. Required fields are marked *