Tuesday , June 15 2021
Breaking News
Home / ବିଶେଷ / ପାଟକୁରା ଅଂଚଳରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ 

ପାଟକୁରା ଅଂଚଳରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ 

ଗରଦପୁର, ୨୦/୦୧/୨୦୨୧(ଓଡ଼ିଶା ସମାଚାର)-  ସାରା ରାଜ୍ୟରେ ସଡ଼କ ସୁରକ୍ଷା ସପ୍ତାହ ପାଳନ ହେଉଥିବାବେଳେ କେନ୍ଦ୍ରାପଡ଼ା ଆଂଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ ଅଫିସ) ପକ୍ଷରୁ ଆଜି ଗରଦପୁର, ପାଟକୁରା ଅଂଚଳରେ ସଡ଼କ ସୁରକ୍ଷା ସପ୍ତାହ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି ।  କେନ୍ଦ୍ରାପଡ଼ାରୁ ଏକ ସଚେତନତା ରଥ ନୂଆପଡ଼ା, ପାଟକୁରା, ଗରଦପୁର ଆଦି ଅଂଚଳରେ ପରିକ୍ରମା କରି ଗାଡ଼ି ଚଳାଇବା ସମୟରେ ହେଲମାଟ ପିନ୍ଧିବା, ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ ରେ କଥା ନହେବା, ମଦ୍ୟପାନ କରି ଗାଡ଼ି ନଚଳାଇବା , ଚାରି ଚକିଆ ଯାନରେ ସିଟ ବେଲ୍ଟ ବାନ୍ଧିବା ଆଦି ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ । ସେହିପରି ଆଜି ପାଟକୁରା ରେ ସପ୍ତାହିକ ହାଟ ଥିବାରୁ ପାଟକୁରା ଥାନା ଗେଟ୍ ସମ୍ମୁଖରେ ଘୋଡ଼ାନାଚ ମାଧ୍ୟମରେ ଏହି ସବୁ ସଚେତନତା ର ବାର୍ତା ଦିଆଯାଇଥିଲା । ହାଟକୁ ଆସିଥିବା ଲୋକମାନେ ଏହି ଘୋଡ଼ାନାଚ ଦେଖିବା ସହିତ ସଚେତନ ହୋଇଥିଲେ । ଅନ୍ୟପକ୍ଷରେ ଗରଦପୁର ଛକରେ ଗାଡ଼ି ମଟର ଯାଂଚ କରାଯାଇଥିଲା । ଯାଂଚ କରିବା ସମୟରେ ପୁରୁଷୋତମପୁର ର ନୀରଂଜନ ପଣ୍ଡା ନାମକ ଜଣେ ଯୁବକ ଗାଡ଼ି ଚଳାଇବା ବେଳେ ମୋବାଇଲ ଫୋନ୍ ରେ କଥା ହୋଇ ବେପରୁଆ ଭାବେ ଗାଡ଼ି ଚଳାଉଥିବା ଧରାପଡ଼ିଥିଲେ । ତାଙ୍କୁ ୫ ହଜାର ଟଙ୍କାର ଫାଇନ୍ କରାଯାଇଥିଲା ।  ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ସ୍ୱାସ୍ଥ୍ୟ ସଚେତନତା ନେଇ ନେଇ ଉତ୍କଳ ବିକାଶ ପରିଷଦରର ଭରଚୁଆଲ ବୈଠକ

କଟକ, ୧୪/୦୬/୨୦୨୧ (ଓଡିଶା ସମାଚାର): କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ‘ଉତ୍କଳ ବିକାଶ ପରିଷଦ'(ଉବିପ)  ଆନୁକୂଲ୍ୟରେ କରୋନା ସମୟରେ …

Leave a Reply

Your email address will not be published. Required fields are marked *