Monday , June 21 2021
Breaking News
Home / ନିର୍ବାଚନ / ପାଟକୁରାରେ ମତଦାନ ଶେଷ,ସବୁ ପ୍ରାର୍ଥୀଙ୍କ ଭବିଷ୍ୟତ ଇଭିଏମରେ ବନ୍ଦ୍

ପାଟକୁରାରେ ମତଦାନ ଶେଷ,ସବୁ ପ୍ରାର୍ଥୀଙ୍କ ଭବିଷ୍ୟତ ଇଭିଏମରେ ବନ୍ଦ୍

କେନ୍ଦ୍ରାପଡା, ୨୧/୦୭/୨୦୧୯ ( ଓଡ଼ିଶା ସମାଚାର )-କେନ୍ଦ୍ରାପଡା ଜିଲ୍ଲାର ବହୁ ଚର୍ଚ୍ଚିତ ପାଟକୁରା ବିଧାନସଭା ନିର୍ବାଚନର ମତଦାନ ଶନିବାର  ଶେଷ ହୋଇଥିବା ବେଳେ ପ୍ରତିଦ୍ୱନ୍ଦିତା କରିଥିବା ସମସ୍ତ ପ୍ରାର୍ଥୀଙ୍କ ଭବିଷ୍ୟତ ଇଭିଏମ ମେସିନ ଭିତରେ ଲକ ହୋଇଯାଇଛି  । ଭାରତୀୟ ଜନତା ପାର୍ଟିରୁ ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ରାଷ୍ଟ୍ରୀୟ  କାର୍ଯ୍ୟକାରିଣି ସଦସ୍ୟ  ବିଜୟ ମହାପାତ୍ର ପ୍ରତିଦ୍ୱନ୍ଦିତା କରୁଥିବା ବେଳେ କଂଗ୍ରେସରୁ ଜୟନ୍ତ ମହାନ୍ତି ଓ ବିଜେଡିରୁ ପୂର୍ବତନ ମନ୍ତ୍ରୀ ତଥା ପାଟକୁରାର ପୂର୍ବତନ ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏମାନଙ୍କ ବ୍ୟତିତ  ଆଉ ୭ଜଣ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । କିନ୍ତୁ ମୁଖ୍ୟତଃ ବିଜେପି ପ୍ରାର୍ଥୀ ଶ୍ରୀ ମହାପାତ୍ର ଓ ବିଜେଡିର ଶ୍ରୀମତୀ ଅଗ୍ରୱାଲଙ୍କ ମଧ୍ୟରେ ମୁହାମୁହିଁ ଲଢେଇ ହେଉଥିବାର ରାଜନୈତିକ ବିଷାରଦମାନେ ମତବ୍ୟକ୍ତ କରିଛନ୍ତି । ୯୬-ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳିର ଡେରାବିଶ ବ୍ଲକ ଅଧିନରେ ଥିବା ୧୪୫ଟି ବୁଥ,ମାର୍ଶାଘାଇ ବ୍ଲକ ଅଧିନରେ ଥିବା ୩୯ଟି ଓ ଗରଦପୁର ବ୍ଲକ ଅଧିନରେ ଥିବା ୧୨୫ଟି ବୁଥ ଏଭଳି  ମୋଟ ୩୦୯ଟି ବୁଥରେ  ମରଦାନ ହୋଇଥିବା ଜଣାପଡିଛି । କେତେକ ସ୍ଥାନକୁ ଛାଡିଦେଲେ ପ୍ରାୟ ଅନ୍ୟସବୁ ସ୍ଥାନରେ ଶାନ୍ତିଶୃଙ୍ଖଲା ସହିତ ମତଦାନ ହୋଇଥିବା ସୂଚନା ମିଳିଛି । ଅପରାହ୍ନରେ ବର୍ଷା ହେବା ଦ୍ୱାରା ମତଦାନ କିଛି ସମୟ ପାଇଁ ବାଧାପ୍ରପ୍ତ ହୋଇଥିଲେ ମଧ୍ୟ ବର୍ଷା ଛାଡିବା ପରେ ପୁଣି ଲୋକମାନେ ମତଦାନ ପାଇଁ ବୁଥରେ ଭିଡ ଜମାଇଥିବା ଦେଖାଯାଇଥିଲା । ଏହାଛଡା କେତେକ ବୁଥରେ ଇଭିଏମ ମେସିନ ଖରାପ ଯୋଗୁ ମତଦାନରେ କିଛି ସମୟ ବିଳମ୍ବ ହୋଇଥିବାର ଦେଖାଯାଇଥିଲା । ସନ୍ଦ୍ୟା ୬ଟା ସୁଦ୍ଧା ୭୦ ପ୍ରତିଶତ ମତଦାନ ହୋଇଥିବା  ସୂଚନା ମିଳିଛି । ମତଦାନରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର,ମହାକାଳପଡାର ବିଧାୟକ ଅତନୁ ସାବ୍ୟସଚି ନାୟକଙ୍କ ଭଳି ହାଇପ୍ରୋଫାଲ ନେତାମାନେ ନିଜର ମତାଧିକାର ସାବ୍ୟସ୍ତ କରିଥିବା ଦେଖାଯାଇଥିଲା । ବସପୁର ପଂଚାୟତର ଆରିପଦା ବୁଥରେ ବିଜୁ ଯୁବ ବାହିନୀର କର୍ମକର୍ତ୍ତା ଜନୈକ ବୈଦୁତିକ ଗଣମାଧ୍ୟମର ପ୍ରତିନିଧିଙ୍କ ସହ ପାଟିତୁଣ୍ଡ କରୁଥିବା ଏବଂ ତାଙ୍କୁ ଦାୟିତ୍ୱ ନିର୍ବାହ ସମୟରେ ବାଧା ଦେଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି । କେତେକ ବୁଥରେ ଇଭିଏମ ମେସିନର ବିଜେଡି ପ୍ରାର୍ଥୀଙ୍କ ନାମ ଏବଂ ଦଳିୟ ଚିହ୍ନଥିବା ସ୍ଥାନରେ କାଳିରେ ଟିକ୍ ଚିହ୍ନ ମରାଯାଇଥିବା ଅଭିଯୋଗ ହୋଇଛି । ଓଡ଼ିଶା ସମାଚାର

About admin

Check Also

କନ୍ଧମାଳ ଛାତ୍ର କଂଗ୍ରେସ ତରଫରୁ ରାହୁଲ୍ ଗାନ୍ଧୀଙ୍କ ୫୧ ତମ ଜନ୍ମଦିନ ପାଳନ 

କନ୍ଧମାଳ,୨୦/୦୬/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ଯୁବକ ଓ ଛାତ୍ର ମାନଙ୍କର ଆଦର୍ଶ ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ର ପୂର୍ବତନ …

Leave a Reply

Your email address will not be published. Required fields are marked *