Sunday , June 13 2021
Breaking News
Home / ବିଶେଷ / ପାଗଳ କୁକୁର ଆକ୍ରମଣରେ ୫ ଆହତ

ପାଗଳ କୁକୁର ଆକ୍ରମଣରେ ୫ ଆହତ

ହରିଚନ୍ଦନପୁର, ୨୬/୦୮/୨୦୧୯(ଓଡ଼ିଶା ସମାଚାର)- ସ୍ଥାନୀୟ ହାଟରେ କେତେକ ବୁଲା କୁକୁର ବୁଲୁଥିବା ବେଳେ ସୋମନଙ୍କ ମଧ୍ୟରୁ ଏକ ପାଗଳ କୁକୁର କେତେକଙ୍କୁ ଗୋଡ଼େଇ ଗୋଡ଼େଇ କାମୁଡୁଥିବା ଦେଖାଯାଇଛି । ଏହି ଘଟଣା ଏଠାରେ ଆଲୋଡ଼ନ ସୃଷ୍ଟି କରିଛି । ପାଗଳା କୁକୁର କାମୁଡାରେ ଆହତ ହୋଇ ଚିକିସôିତ ହେଉଥିବା ଲୋକମାନେ ହେଲେ ବୁଧେଇ ସାହୁ, ହରିଚନ୍ଦନପୁର ବଜାରର ନଟ ମହାନ୍ତ, ବ୍ୟବସାୟୀ ଆଦିତ୍ୟ ସାହୁ (ଟିମା) ଏବଂ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଦୁଇ ଜଣ ଛାତ୍ର । ଏହିପରି ସମୁଦାୟ ୫ଜଣଙ୍କୁ ପାଗଳା କୁକୁର କାମୁଡି ଥିବା ଜଣାପଡ଼ିଛି । ଏହି ଘଟଣା ପରେ ଅନ୍ୟ ଲୋକମାନେ ଏମାନଙ୍କୁ ତଡୁଥିବା ବେଳେ ଶେଷରେ ଲୋକେ ଏକତ୍ରିତ ହୋଇ ପାଗଳା କୁକୁରକୁ ତଳବଜାର ନିକଟରେ ମାରି ଦେଇଥିବା ଜଣାପଡିଛି । ସୂଚନା ଥାଉ କି, କେନ୍ଦୁଝର ମୁନିସିପାଲିଟିରୁ ଗାଡି ଯୋଗେ ବହୁ ସଂଖ୍ୟାରେ କୁକୁରକୁ ଆଣି ହରିଚନ୍ଦନପୁର ଅଂଚଳରେ କିଛି ଦିନ ହେବ ଛଡାଯାଇଥିବାକୁ ନେଇ ସ୍ଥାନୀୟ ଅଂଚଳର ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ତେବେ କେବଳ ଏହି ଗୋଟାଏ ପାଗଳା କୁକୁର ନୁହଁ ଆହୁରି ମଧ୍ୟ ବହୁ ସଂଖାରେ ପାଗଳା କୁକୁର ହରିଚନ୍ଦନପୁର ବ୍ଲକ ଅଂଚଳରେ ବୁଲୁଥିବା ଜଣାପଡିଛି । ଅନ୍ୟ ପକ୍ଷରେ ଗାଁ ଗାଁରେ ମାଳମାଳ କୁକୁର ବୁଲୁଥିବା ଦେଖାଯାଇଛି । ଏ ଦିଗରେ ବ୍ଲକ ପ୍ରଶାସନ ପକ୍ଷରୁ ଅବିଳମ୍ବେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହୋଇଛି । ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *