Friday , June 18 2021
Breaking News
Home / ନିର୍ବାଚନ / ପାଖଡ ପଂଚାୟତରେ ବିଜେଡ଼ିର କର୍ମୀ ସମ୍ମିଳନୀ

ପାଖଡ ପଂଚାୟତରେ ବିଜେଡ଼ିର କର୍ମୀ ସମ୍ମିଳନୀ

ପାଟକୁରା,୧୦/୭/୨୦୧୯(ଓଡ଼ିଶା ସମାଚାର)- ପାଟକୁରା ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ଗରଦପୁର ବ୍ଲକର ପାଖଡ ପଂଚାୟତ ଅଧିନ ପାଖଡ ହାଇସ୍କୁଲ ନିକଟସ୍ଥ ଏକ ପଡିଆରେ ବୁଧବାର ବିଜୁ ଜନତା ଦଳ ପକ୍ଷରୁ କର୍ମୀ ସମ୍ମଳନୀ ଅ୍ରନୁଷ୍ଠିତ ହୋଇଯାଇଛି । ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ରାଜେଶ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଜ୍ୟ ମନ୍ତ୍ରୀ ପରିଷଦର ସଦସ୍ୟ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ଯୋଗ ଦେଇ ରାଜ୍ୟରେ ବିକାଶ ପ୍ରକ୍ରିୟାକୁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗେଇ ନେଇଥିବା,ରାଜ୍ୟରେ ମହିଳାମାନଙ୍କ ସାମଜିକ ସ୍ଥିତି ଓ ଆର୍ଥିକ ସ୍ଥିତିକୁ ସୁଦୃଢ କରିବାର ଯୋଜନା କରିବା ଏବଂ ମହିଳାମାନଙ୍କ ଦ୍ୱାରା ସ୍ୱୟଂ ସହାୟିକା ଗୋଷ୍ଠୀଗୁଡିକୁ ସରକାର ପ୍ରୋତ୍ସାହନ ଯୋଗାଇ ଦେଉଥିବା ଆଦି ରାଜ୍ୟରେ କରାଯାଉଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ କହିଥିଲେ । ସଭାରେ ଦଳୀୟ ପର୍ଯ୍ୟବେକ୍ଷକ ଭାବରେ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଯୋଗ ଦେଇ ବିଜୁ ବାବୁ ଏହି ପାଟକୁରା ମାଟିର ଦାୟାଦ ହୋଇ ଥବାବେଳେ,ଏହାର ଉତର ଦାଇତ୍ୱ ଏବଂ ଉନ୍ନତିର କାର୍ଯ୍ୟ ନବୀନବାବୁଙ୍କର ରହିଛି । କେନ୍ଦ୍ରାପଡା ଜିଲାକୁ ମୂଖ୍ୟମନ୍ତ୍ରୀ ନବୀନ ବାବୁ ନିଜ ଜିଲା ଭାବରେ ଏହି ଜିଲାର ବିକାଶମୂଳକ କାର୍ଯ୍ୟ ନିଜେ ଦେଖୁଛନ୍ତି ବୋଲି କହିଥିଲେ । ଅଭିନେତା କୁନା ତ୍ରିପାଠୀ ସଭାରେ ଯୋଗ ଦେଇ ବିକାଶର ଶକ୍ତି ହେଉଛନ୍ତି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ,ଯେଉଁ ଭଳି ଭାବରେ ରାଜ୍ୟରେ ବିକାଶ କାର୍ଯ୍ୟ ଚାଲିଛି ଏହି ନିର୍ବାଚନ ମଣ୍ଡଳୀରୁ ତାଙ୍କର ପ୍ରତିନିଧିକୁ ବିଧାନସଭାକୁ ପଠାଇଲେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇ ପାରିବ ବୋଲି କହିଥିଲେ । ବିଜେଡି ପ୍ରାର୍ଥନୀ ସାବିତ୍ରୀ ଅଗ୍ରୱାଲ ସ୍ୱର୍ଗତ ବିଧାୟକ ବେଦୁ ଭାଇଙ୍କର ଅଧୂରା ରହିଯାଇଥିବା ସ୍ୱପ୍ନକୁ ପୂରଣ କରାଯିବା ଓ ରାଜ୍ୟରେ ବିକାଶ ଯେଉଁ ଭଳି ଭାବରେ ଚାଲିଛି, ପାଟକୁରାକୁ ସେହି ପରି ବିକାଶ କରାଯିବା ପାଇଁ ତାଙ୍କୁ ଭୋଟ ଦେବା ପାଇଁ ଉପସ୍ଥିତ ଲୋକମାନଙ୍କୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୟ ଅଗ୍ରୱାଲ,ପାଖଡ ପଂଚାୟତର ସରପଂଚ ଗୌରାଙ୍ଗ ଚରଣ ପରିଡା, ତଳକୁସୁମା ପଂଚାୟତର ପୂର୍ବତନ ସରପଂଚ ଅଶୋ କୁମାର ଜେନା,ପ୍ରକୃତି ବନ୍ଧୁ ଦ୍ୱାରିକାନାଥ ସେନାପତି,ଗରଦପୁର ବ୍ଳକର ଅଧ୍ୟକ୍ଷା ସ୍ୱର୍ଣ୍ଣପ୍ରଭା ସେଠୀ ,ଦିଲ୍ଲୀପ କୁମାର ସେଠୀ ପ୍ରମୁଖ ବିଜୁ ଜନତା ଦଳର ପ୍ରାର୍ଥୀନିଙ୍କୁ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ କରାଇବା ପାଇଁ ନିବେଦନ କରିଥିଲେ । ଗରଦପୁର ବ୍ଲକର ବିଜେଡି ସଭାପତି ଶୈଳେନ୍ଦ୍ର କୁମାର ମହାନ୍ତି ସଭାକୁ ସଂଚାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଯୋଗ ଦେଇଥିଲେ । ସଭାରେ କଂଗ୍ରେସ ଓ ବିଜେପିର କର୍ମୀନ ବିଜେଡିରେ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର

About admin

Check Also

ଭେନ୍ଟିଲେଟର୍ ଆମ୍ବୁଲାନ୍ସ ଓ ମୁକ୍ତିରଥ ସେବା ଆରମ୍ଭ

ପାରାଦୀପ,୧୫/୦୬/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ପାଇଁ ବିଜେପ ନେତା ତଥା ସମାଜସେବୀ ସଂପଦ ସ୍ୱାଇଁ ଜୁନ ୭ତାରିଖରୁ ଆରମ୍ଭ …

Leave a Reply

Your email address will not be published. Required fields are marked *