Friday , June 25 2021
Breaking News
Home / ତାଜା ଖବର /   ପାଂଚ ଫୁଟ୍ ର ଗୋଖର ସାପ ଉଦ୍ଧାର

  ପାଂଚ ଫୁଟ୍ ର ଗୋଖର ସାପ ଉଦ୍ଧାର

ଗରଦପୁର, ୩୦/୧୦/୨୦୧୯(ଓଡ଼ିଶା ସମାଚାର)- ଗରଦପୁର ବ୍ଳକ୍ ଅନ୍ତର୍ଗତ ବେଡାରୀ ପଂଚାୟତର ଶ୍ରୀଚନ୍ଦନପୁର ଗ୍ରାମର ରମେଶ ଚନ୍ଦ୍ର ପାତ୍ରଙ୍କ ରହିବା ଘରେ ଦୁଇ ଗୋଟି ବିଷଧର ସର୍ପ ରହିଥିବାର ଦେଖି ପରିବାର ଲୋକମାନେ ଭୟଭିତ ହୋଇପଡିଥିଲେ । ସାପ ଦୁଇଟିକୁ ଦେଖି ସ୍ଥାନୀୟ ଲୋକମାନେ ନିକଟସ୍ଥ ଅନ୍ତେଇ ଗ୍ରାମର ସାପ ଧରାଳି ପ୍ରକୃତି ବନ୍ଧୁ ଉଦୟନାଥ ଚୌଧୁରୀଙ୍କୁ ଖବର ଦେଇଥିଲେ । ଖବରପାଇ ଉଦୟ ସେଠାରେ ପହଂଚି ଏକ ବାଡି ସାହଯ୍ୟରେ କୌଷଳକ୍ରମେ ସାପଟିକୁ ଆୟତ କରିଥିଲେ । ଏହି ସମୟରେ ଅନ୍ୟ ଏକ ସାପ ଘରର ଝରକା ମଧ୍ୟ ଦେଇ ବାହାର ପଟେ ଥିବା ଜଙ୍ଗଲିଆ ସ୍ଥାନକୁ ପଳାଇ ଯାଇଥିଲା । ଉଦ୍ଧାର କରାଯାଇଥିବା ସାପଟିକୁ ଦେଖିବା ପାଇଁ ଗ୍ରାମର ବହୁ ସଂଖ୍ୟକ ଲୋକମାନେ ସେଠାରେ ଉପସ୍ଥିତ ଥିବାବେଳେ, ସାପଟିକୁ ଏକ ଅଖାରେ ନିଆଯାଇ ଦୂରରେ ଥିବା ଏକ ଜଙ୍ଗଲିଆ ସ୍ଥାନରେ ଛାଡି ଦିଆଯାଇଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୦୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ- ୪୩ ଜଣ କରୋନା ଆକ୍ରାନ୍ତ ଙ୍କ ମୃତ୍ୟୁ

ଭୁବନେଶ୍ୱର,୨୧/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୦୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ …

Leave a Reply

Your email address will not be published. Required fields are marked *