Thursday , June 24 2021
Breaking News
Home / ବିଶେଷ / ପର୍ସ ପାଇ ଫେରାଇଲେ ପୋଲିସ କର୍ମଚାରୀ

ପର୍ସ ପାଇ ଫେରାଇଲେ ପୋଲିସ କର୍ମଚାରୀ

କେନ୍ଦ୍ରାପଡା,୨୩/୦୨/୨୦୨୧ (ଓଡ଼ିଶା ସମାଚାର)- ଜଣେ ପୋଲିସ କର୍ମଚାରୀ ରାସ୍ତାରୁ ପାଇଥିବା ପର୍ସଟି ସଂପୃକ୍ତ ମାଲିକଙ୍କୁ ଫେରାଇ ନିଜର ମହତ ପଣିଆକୁ ପ୍ରମାଣିତ କରିଥିବା ଦେଖିବାକୁ ମିଳିଛି । ଟାଉନ ଥାନରେ କାର୍ଯ୍ୟରତ   ପୋଲିସ କନେଷ୍ଟବଳ ସୁମନ୍ତ କୁମାର ଜେନା ନାମକ ପୋଲିସ କନେଷ୍ଟବଳ  ଜଣଙ୍କ ରାସ୍ତାରୁ ଏକ ମନିପର୍ସ ପାଇଥିଲେ । ସେହି ମନିପର୍ସ ଭିତରେ ୧୭ହଜାର ୩୧୦ଟଙ୍କା ସମେତ ଏକ ବ୍ୟାଙ୍କ ଏ.ଟି.ଏମ. କାର୍ଡ, ଆଧାରକାର୍ଡ ଓ ଡ୍ରାଇଭିଙ୍ଗ ଲାଇସେନ୍ସ ଭଳି ବହୁ ମୁଲ୍ୟବାନ କାଗଜପତ୍ର ରହିଥିଲା । ସେ ପାଇଥିବା ମନିପର୍ସଟିରୁ ସଂପୃକ୍ତ ମାଲିକଙ୍କ ପରିଚୟ ଜାଣିବା ପରେ ଯୋଗାଯୋଗ କରି ମନିପର୍ସଟିକୁ ତାଙ୍କୁ ଫେରାଇ ଦେଇଥିବା ଜଣାପଡିଛି । ସେହି ମନିପର୍ସଟି ହେଉଛି ଯାଜପୁର ଜିଲ୍ଲା ଅନ୍ତର୍ଗତ ଜବରା ଗ୍ରାମର ଧିରେନ୍ଦ୍ର ମଲିକଙ୍କ ପୁଅ ବିବେକ ମଲିକଙ୍କର । ଓଡ଼ିଶା ସମାଚାର

About admin

Check Also

ଅଭାବ ଅସୁବିଧା ଓ ଅବହେଳିତ ର ନିଛକ ପ୍ରତିଛବି : ମୌଳିକ ସୁବିଧାରୁ ବଞ୍ଚିତ ବଡ଼ିପଦର ଏବଂ ଗାହାଡାଡି ଗ୍ରାମବାସୀ 

   ବାଲିଗୁଡ଼ା, ୨୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ମହକୁମା …

Leave a Reply

Your email address will not be published. Required fields are marked *