Sunday , June 13 2021
Breaking News
Home / ବିଶେଷ / ପରିବାରକୁ ନିଆଁପାଣି ବାଛନ୍ଦ ଅଭିଯୋଗ

ପରିବାରକୁ ନିଆଁପାଣି ବାଛନ୍ଦ ଅଭିଯୋଗ

କେନ୍ଦ୍ରାପଡା, ୦୧/୦୪/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଥାନା ଅନ୍ତର୍ଗତ ଟାଙ୍ଗରାତୈ÷ଳା ଗ୍ରାମର ବନ୍ଧୁ ଚରଣ ସିୟଙ୍କ ପୁଅ ରାଜେଶ କୁମାର ସିୟ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ତାଙ୍କର ଇଜିମାଇଲି ଘରବାରି ବୃତିରେ  ତାଙ୍କ ଭୋଗଦଖଲରେ ଥିବା ବେଳେ ତାହାର କୈାଣସି ଭାଗବଂଟା କିମ୍ବା ସୀମା ନିର୍ଦ୍ଧାରଣ ହୋଇନାହିଁ । ସେଥିପାଇଁ ତାଙ୍କ ପିତା ପଟ୍ଟାମୁଣ୍ଡାଇ ସବଜଜଙ୍କ କୋର୍ଟରେ ସିଏସ ନମ୍ବର- ୧୪୨/୨୦୧୯ ଓ ଆଇଏ ୧୪୫/୨୦୧୯ରେ ଆବେଦନ ଦାଖଲ କରିବା ପରେ କୋର୍ଟ ସେହିଜମି ଉପରେ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ  ଉଭୟ ପକ୍ଷଙ୍କୁ ଆଦେଶ ଦେଇଛନ୍ତି । କିନ୍ତୁ ଅପରପକ୍ଷ ଜୋଜବରଦସ୍ତି କୋର୍ଟଙ୍କ ଆଦେଶ ବିରୁଦ୍ଧରେ ସେହି ବିବାଦୀୟ ଜମି ଉପରେ ଆବାସ ଯୋଜନାରେ ଗୃହ ନିର୍ମାଣ କରିବାକୁ  ପ୍ରଚେଷ୍ଟା କରୁଥିବା ସମ୍ପର୍କରେ ରାଜେଶ ବର୍ଷେହେବ ରାଜନଗର ତହସିଲଦାର, ବିଡିଓ ଏବଂ ଜିଲ୍ଲାପାଲଙ୍କ ନିକଟରେ ଅଭିଯୋଗ କରିଆସୁଛନ୍ତି । ଅନ୍ୟପକ୍ଷରେ ନ୍ୟାୟ ପାଇବାକୁ ବନ୍ଧୁ କୋର୍ଟରେ କେଶ କରିଥିବାରୁ ଅପରପକ୍ଷଙ୍କ ସହ ମିଶି ଗ୍ରାମର କେତେକ ପ୍ରଭାବଶାଳୀ ଲୋକ ବନ୍ଧୁଙ୍କ ପରିବାରକୁ ଗ୍ରାମରେ ନିଆଁପାଣି ବାଛନ୍ଦ କରିଥିବା ସମ୍ପର୍କରେ ରାଜେଶ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ରାଜନଗର ବିଡିଓଙ୍କୁ ନିର୍ଦେଶ ଦେଇଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *