Saturday , July 31 2021
Breaking News
Home / ବିଶେଷ / ପରିବହନ ସମସ୍ୟାର ସମାଧାନ ପାଇଁ ପାରାଦୀପ ଟ୍ରକ ମାଲିକ ସଙ୍ଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ପରିବହନ ସମସ୍ୟାର ସମାଧାନ ପାଇଁ ପାରାଦୀପ ଟ୍ରକ ମାଲିକ ସଙ୍ଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା, ୨୯/୦୬/୨୦୨୧(ଓଡ଼ିଶା ସମାଚାର)- ପରିବହନ ସମସ୍ୟାର ତୁରନ୍ତ ସମାଧାନ ପାଇଁ ପାରାଦୀପ ଟ୍ରକ ମାଲିକ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ,ଅର୍ଥମନ୍ତ୍ରୀ ଓ ସଡକ ପରିବହନ ମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ସଡକ ପରିବହନ ବ୍ୟବସ୍ଥା ସାଧାରଣ ଜନତାଙ୍କ ପାଇଁ ଅତ୍ୟାବଶ୍ୟକ ସେବା ଯୋଗାଣ ସହ ଦେଶର ଅର୍ଥନୈତିକ ବ୍ୟବସ୍ଥାର ଏକ ଜୀବନରେଖା ସଦୃଶ । ପରିବହନ କ୍ଷେତ୍ରରେ ଦେଶର ୨୦କୋଟି ଲୋକଙ୍କୁ ପ୍ରତ୍ୟେକ୍ଷବା ପରୋକ୍ଷ ଭାବରେ ଏହା ନିଯୁକ୍ତି ଯୋଗାଇ ଦେଇଥାଏ । ବର୍ତମାନ କୋଭିଡ ସଂକ୍ରମଣ ସମୟରେ ପରିବହନ କ୍ଷେତ୍ରରେ ଉପୁଜିଥିବା ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ଅବକାରୀ କର ଓ ଭ୍ୟାଟ ହ୍ରାସ କରିଥିବା ବେଳେ ରାଜ୍ୟ ସରକାର ପେଟ୍ରୋଲ ଏବଂ ଡିଜେଲ ଦର କ୍ଷେତ୍ରରେ କର ହ୍ରାସ କରିବା ଉଚିତ ବୋଲି ସଂଘ କହିଛି । ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦରର ସମାନତା ରଖାଯିବା ଏବଂ ତୈ୍ରମାସିକ ପେଟ୍ରୋଲ ଏବଂ ଡିଜେଲ ଦରର ସମୀକ୍ଷା କରାଯିବା, ବର୍ତମାନ ପରିସ୍ଥିତିରେ ଗାଡିର କିସ୍ତି ୬ମାସ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବା, ଇ- ୱେବିଲ ପ୍ରତି ଶହେ କିଲୋମିଟର ପ୍ରତି ଏକଦିନର ବୈଧତା ରଖାଯିବା ଉଚିତ ବୋଲି ସଂଘ ଦାବି କରିଛି । ସଂଘର ଉପସଭାପତି ଶାରଦା ପ୍ରସନ୍ନ ରାଉତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ରାଜ୍ୟପାଳଙ୍କ ଦ୍ୱାରା ‘ବିଜୁବାବୁ’  ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର,୩୧/୦୭/୨୦୨୧(ଓଡ଼ିଶା ସମାଚାର)- ପ୍ରସିଦ୍ଧଲେଖକ  ଦେବଦାସ  ଛୋଟରାୟଙ୍କ  ଲିଖିତ “ବିଜୁବାବୁ”  ପୁସ୍ତକକୁ  ରାଜ୍ୟପାଳ  ପ୍ରଫେସର  ଗଣେଶୀଲାଲ ଉନ୍ମୋଚନ କରିଛନ୍ତି   । ରାଜଭବନ …

Leave a Reply

Your email address will not be published. Required fields are marked *