Monday , June 14 2021
Breaking News
Home / ବିଶେଷ / ପଦ୍ମଶ୍ରୀ ପାଇଥିବା ଗରିବ ଲୋକଙ୍କୁ ମିଳିବ ମାସିକ ୧୦ ହଜାର ଟଙ୍କା

ପଦ୍ମଶ୍ରୀ ପାଇଥିବା ଗରିବ ଲୋକଙ୍କୁ ମିଳିବ ମାସିକ ୧୦ ହଜାର ଟଙ୍କା

ଭୁବନେଶ୍ୱର, ୦୯/୦୭/୨୦୧୯ (ଓଡ଼ିଶା ସମାଚାର / ଦୀପ୍ତି ରଂଜନ କାନୁନଗୋ)-ରାଜ୍ୟର ଆର୍ଥିକ ଅନଗ୍ରସର ପଦ୍ମଶ୍ରୀ ବିଜେତା ବ୍ୟକ୍ତିତ୍ୱମାନଙ୍କୁ ସହାୟତା ରାଶି ପ୍ରଦାନ ନିମନ୍ତେ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତିି ନେଇଛନ୍ତି । ସଂସ୍କୃତି ବିଭାଗର ଏହିପରି ଏକ ମହତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବା ସହ ଏହି ବର୍ଗର ପ୍ରତିଭାସଂପନ୍ନ ବ୍ୟକ୍ତିତ୍ୱମାନଙ୍କୁ ସହାୟତା ରାଶି ସ୍ୱରୂପ ମାସକୁ ୧୦ ହଜାର ଟଙ୍କା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଭତା ପାଇଁ ଯୋଗ୍ୟ ବ୍ୟକ୍ତିତ୍ୱମାନଙ୍କ ମାନଦଣ୍ଡ ନିର୍ଦ୍ଧାରଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । କିଛିଦିନ ତଳେ ଗଣମାଧ୍ୟମରେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଦୈତାରୀ ନାୟକଙ୍କ ଦୁର୍ଦ୍ଦଶା ବିଷୟରେ ଖବର ପ୍ରକାଶ ପାଇଥିଲା । ତାଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାବେଳେ ପରିବାର ସହ ଅନଟନରେ ରହିଥିବାନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶାରେ ଯେତେଜଣ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ବ୍ୟକ୍ତିତ୍ୱ ଅଛନ୍ତି ସେମାନଙ୍କ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରାଯାଇଥିଲା । ଜିଲ୍ଲାପାଳମାନଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁସାରେ ବର୍ତମାନ ପର୍ଯ୍ୟନ୍ତ ୮୪ ଜଣ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି । ସେମାନଙ୍କ ମଧ୍ୟରୁ ୪୫ଜଣଙ୍କର ଦେହାନ୍ତ ହୋଇସାରିଛି । ଅବଶିଷ୍ଟ ଯେଉଁମାନେ କର୍ମମୟ ଜୀବନଯାପନ କରୁଛନ୍ତି ସେମାନଙ୍କ ମଧ୍ୟରୁ କିଛି ବ୍ୟକ୍ତିଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହେଁ ବୋଲି ଜଣାପଡ଼ିଛି । ଏହି ଆର୍ଥିକ ଦୁରବସ୍ଥାସଂପନ୍ନ ବ୍ୟକ୍ତିତ୍ୱମାନଙ୍କର ଦୈନନ୍ଦିନ ଜୀବନ ଭରଣପୋଷଣ ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ମାସିକ ୧୦ହଜାର ଟଙ୍କା ସହାୟତା ଦେବାକୁ ନିଷ୍ପତିି ନେଇଛନ୍ତି । ଏହା ଫଳରେ ଖୁବ୍ ଶୀଘ୍ର ଏହି ବ୍ୟକ୍ତିମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ଆସିପାରିବ । ସୂଚନାଯୋଗ୍ୟ ଯେ ଶ୍ରୀ ନାଏକ ନିଜ ଅଂଚଳରେ ଚାଷଜମିକୁ ଜଳସେଚନ ନିମନ୍ତେ ଏକାକୀ ୩କିମି ଲମ୍ବର ପାହାଡକୁ କାଟି କେନାଲ ନିର୍ମାଣ କରିଥିଲେ । ଫଳରେ ପାଖାପାଖି ୩ଟି ଗ୍ରାମର ଲୋକ ଉପକୃତ ହୋଇଥିଲେ । ଜମିରେ ଜଳସେଚନ ହେବାସହ ଲୋକମାନେ ମଧ୍ୟ ପାନୀୟ ଜଳର ସୁବିଧା ପାଇପାରିଥିଲେ । ଏହି ଉଲ୍ଲେଖନୀୟ କାର୍ଯ୍ୟପାଇଁ ତାଙ୍କୁ ସରକାର ୨୦୧୮ରେ ଦେଶର ଚତୁର୍ଥ ସର୍ବୋଚ୍ଚ ବେସରକାରୀ ସମ୍ମାନ ‘ପଦ୍ମଶ୍ରୀ’ରେ ସମ୍ମାନିତ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ

  କନ୍ଧମାଳ, ୧୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ …

Leave a Reply

Your email address will not be published. Required fields are marked *