Tuesday , August 3 2021
Breaking News
Home / ବିଶେଷ / ପଦ୍ମଭୂଷଣ ମନୋଜ ଦାସଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

ପଦ୍ମଭୂଷଣ ମନୋଜ ଦାସଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, ୦୧/୦୫/୨୦୨୧(ଓଡ଼ିଶା ସମାଚାର)- ଓଡିଆ ସାହିତ୍ୟ ଆକାଶର ଅନିର୍ବାଣ ଜ୍ୟୋତିଷ୍କ ବିଶିଷ୍ଟ କଥାକାର, ଔପନ୍ୟାସିକ ତଥା ସମାଲୋଚକ ପଦ୍ମଭୂଷଣ ଡଃ. ମନୋଜ ଦାସଙ୍କ ଅମର ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଭାଷା ସୁରକ୍ଷା ସମ୍ମିଳନୀ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ପାଳିତ ହୋଇଯାଇଛି । ସଂଗଠନର ସଭାପତି ଡଃ. ବାସୁଦେବ ଦାସଙ୍କ ପରିଚାଳନାରେ ବାଣୀ ମନ୍ଦିର ପରିସରରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସଂଗଠନର ସମ୍ପାଦକ ଆଦିକନ୍ଦ ରାଉଳ ପ୍ରୟାତ ଦାସଙ୍କୁ ଓଡିଆ ସାହିତ୍ୟ ଜଗତର ଦିଗଗଜ ପୁରୁଷ ରୂପେ ଅଭିହିତ କରି ବାମପନ୍ଥୀ ଛାତ୍ର ସଂଗଠନରୁ ନିଜର ସାମାଜିକ ସାହିତ୍ୟ ଜୀବନ ଆରମ୍ଭ କରି ସେ କିପରି ତାଙ୍କର ସାହିତ୍ୟ ଯାତ୍ରାକୁ ପରବର୍ତୀ କାଳରେ ସୁଗମ କରିଥିଲା ସେ ସମ୍ପର୍କରେ ଆଲୋଚନା କରିଥିଲେ । ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ନୃସିଂହ ଚରଣ ତ୍ରାପାଠୀ, ଅବଧୂତ ରାଉତ, କବି ରାମକୃଷ୍ଣ ଦାଶ, ମଥୁରାନନ୍ଦ ସାହୁ, ସୁମତୀ ମହାପାତ୍ର, ସାଇସୂରୂପ ଦାସ ପ୍ରମୁଖ ଗତାୟୁ ଦାସଙ୍କର ବହୁମୁଖୀ ସାହିତ୍ୟ ପ୍ରତିଭା ସମ୍ପର୍କରେ ଆଲୋଚନା କରି ତାଙ୍କର ବିୟୋଗ ଓଡିଶା ତଥା ଓଡିଆ ସାହିତ୍ୟ ଜଗତ ପ୍ରତି ଏକ ଅପୁରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କଲା ବୋଲି ମତ ପ୍ରକାଶ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ମାନବାଧିକାର କମିଶନଙ୍କୁ ଦାବିପତ୍ର ଦେଲେ  ଆକ୍ରମଣର ଶିକାର ଆନ୍ଦୋଳନକାରୀ

ଭୁବନେଶ୍ୱର,୦୨/୦୮/୨୦୨୧(ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ବିଭିନ୍ନ ପଂଚାୟତରେ ମନରେଗା ଯୋଜନାରେ  ହୋଇଥିବା ଅର୍ଥ ବାଟମାରଣା, ତୋଷାରପାତ ଓ ବ୍ୟାପକ …

Leave a Reply

Your email address will not be published. Required fields are marked *