Monday , June 21 2021
Breaking News
Home / ନିର୍ବାଚନ / ପଦ୍ମପୁର ପଂଚାୟତରେ ବିଜେଡିର କର୍ମୀ ସମ୍ମିଳନୀ 

ପଦ୍ମପୁର ପଂଚାୟତରେ ବିଜେଡିର କର୍ମୀ ସମ୍ମିଳନୀ 

 ଦଳୀୟ ପ୍ରାର୍ଥିନୀଙ୍କୁ ଭୋଟ ଦେବା ପାଇଁ ନିବେଦନ

ପାଟକୁରା, ୦୭/୦୭/୨୦୧୯ (ଓଡ଼ିଶା ସମାଚାର/ଦୀପ୍ତି ରଂଜନ କାନୁନଗୋ)-ପାଟକୁରା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ପ୍ରକାଶ ପାଉଛି । ଆଜି ପାଟକୁରା  ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଦ୍ମପୁର ପଂଚାୟତର ବିଚଣା ପଡିଆ ଠାରେ ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନୀ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ରାଜେଶ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗ ଦେଇ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳ ସମୟରେ କରାଯାଇଥିବା ବିଭିନ୍ନ ଜନ ହିକର ଯୋଜନା ସମ୍ପର୍କରେ କହିବା ସହିତ ପାଟକୁରା ଅଂଚଳରେ କରାଯାଇଥିବା ବହୁ ବିଧି ଉନ୍ନତି ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ‘ଦେଲି କେତେ,ନେଲି କେତେ ଓ ପାଇଲି କେତେ’ସମ୍ପର୍କରେ ଗତ ଲୋକସଭା ନିର୍ବାଚନ ଓ ୨୦୧୪ ନିର୍ବାଚନରେ ଦଳକୁ ମିଳିଥିବା ଭୋଟ ହାର ସମ୍ପର୍କରେ ଦଳୀୟ କର୍ମୀମାନଙ୍କୁ ନେଇ ସମୀକ୍ଷା କରିଥିଲେ । ସଭାରେ ବିଧାୟକା ତଥା ଶାସକ ଦଳର ମୂଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଯୋଗ ଦେଇ ବିଜେଡି ମହିଳାମାନଙ୍କର ଦଳ ଏବଂ ରାଜ୍ୟରେ ନବୀନ ସରକାର ମହିଳାମାନଙ୍କ ପାଇଁ କରିଥିବା ବିଭିନ୍ନ ଯୋଜନା  ଓ ଏସ୍ଏଚଜି ଗଠନ,ଏସ୍ଏଚଜିଗୁଡିକୁ ଦିଆଯାଉ ଥିବା ବିଭିନ୍ନ ପ୍ରୋତ୍ସାହନ ସମ୍ପର୍କରେ କହିଥିଲେ । ସରକାରୀ ଦଳର ଉପ-ମୂଖ୍ୟ ସଚେତକ ବିଧାୟକ ପ୍ରଣବ ବଳବନ୍ତରାୟ,ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା,ରାଜ୍ୟ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ ଓ ପାଟକୁରା ବିଧାୟିକା ପ୍ରାର୍ଥୀନି ସାବିତ୍ରୀ ଅଗ୍ରୱାଲ ଉପସ୍ଥିତ ରହି ନବୀନ ସରକାର ସମୟରେ ରାଜ୍ୟରେ କରାଯାଇଥିବା ବହୁବିଧି ଉନ୍ନତି,ପାଟକୁରାର ପ୍ରଗତି ପାଇଁ ସ୍ୱର୍ଗତ ନେତା ବିଜୁ ବାବୁ ଓ ପାଟକୁରାର ପୂର୍ବତନ ବିଧାୟକ ବେଦୁ ଭାଇଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଦଳୀୟ ପ୍ରାର୍ଥୀନିଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୟ କୁମାର ଅଗ୍ରୱାଲ,ପଦ୍ମପୁର ପଂଚାୟତର ସରପଂଚ ସ୍ୱର୍ଣ୍ଣଲତା ରାଉତ,ସମିତି ସଭ୍ୟା ସୁଷମା ଦାସ,ପୂର୍ବତନ ସରପଂଚ କଳ୍ପନା ସାମନ୍ତରାୟ,ପୂର୍ବତନ ସମିତି ସଭ୍ୟ ଭଜହରି ସେନାପତି ପ୍ରମୁଖ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରି ଥିଲେ । ଏହି ସଭାରେ ଗରଦପୁର ବ୍ଳକର ତଳକୁସୁମା ପଂଚାୟତର ପୂର୍ବତନ ସରପଂଚ ଅଶୋକ କୁମାର ଜେନା,ପାଟକୁରା ସରପଂଚ ସୂର୍ଯ୍ୟମଣୀ ସେଠୀ,ଗରଦପୁର ବ୍ଲକର ବିଜେଡି ସଭାପତି ଶୈଳେନ୍ଦ୍ର କୁମାର ମାହାନ୍ତି,ଦିଲ୍ଲିପ କୁମାର ସେଠୀ ପ୍ରମୁଖ ବହୁ ସଭ୍ୟ/ସରପଂଚ ଓ ପୂର୍ବତନ ସଭ୍ୟ/ସରପଂଚ ଏବଂ ପଦ୍ମପୁର,ବିଚଣା,ନୂଆପଡା,ଗୋତ୍ରବିଲ ଓ କିଣିଲୋ ଆଦି ଗ୍ରାମମାନଙ୍କରୁ ସ୍ୱୟଂ ସହାୟିକା ଗୋଷ୍ଠୀଗୁଡିକର ବହୁ ସଂଖ୍ୟକ ମହିଳାମାନେ ଉପସ୍ଥିତ ଥିଲେ ।  କାର୍ଯ୍ୟକ୍ରମ ପୂର୍ବରୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଜୁ ବାବୁଙ୍କ ଫଟୋ ଚିତ୍ର ନିକଟରେ ପ୍ରଦୀପ୍ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ଋାହୁଳ ଙ୍କ ଜନ୍ମ ଦିନରେ ମାସ୍କ ବଂଟନ 

ଗରଦପୁର, ୧୯/୦୬/୨୦୨୧(ଓଡ଼ିଶା ସମାଚାର)-ପାଟକୁରା କଂଗ୍ରେସ ପକ୍ଷରୁ କଂଗ୍ରେସର ପ୍ରାକ୍ତନ ସଭାପତି ରାହୁଳ ଗାନ୍ଧିଙ୍କ ୫୧ତମ ଜନ୍ମ ତିଥି ଆଜି ପାଳନ …

Leave a Reply

Your email address will not be published. Required fields are marked *