Sunday , June 13 2021
Breaking News
Home / ତାଜା ଖବର / ପତ୍ନୀ ହନ୍ତା ବିଚାରାଧୀନ କଏଦୀର ମୃତ୍ୟୁ

ପତ୍ନୀ ହନ୍ତା ବିଚାରାଧୀନ କଏଦୀର ମୃତ୍ୟୁ

ଝାରସୁଗୁଡ଼ା,୧୩/୧୨/୨୦୨୦(ଓଡ଼ିଶା ସମାଚାର)- ଝାରସୁଗୁଡ଼ା ଉପ କାରାଗାରରେ ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ହୋଇଛି। ମୃତ କଏଦୀ ଜଣକ ହେଉଛନ୍ତି ଭୀମଜୋରର ସନ୍ତୋଷ ପ୍ରଧାନ (୪୪) । ନିଜ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗରେ କୋଲାବିରା ପୋଲିସ ଡିସେମ୍ବର ୪ତାରିଖ ଦିନ ସନ୍ତୋଷକୁ ଗିରଫ କରିଥିଲା । ଏହି ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ଥିଲା ସନ୍ତୋଷ। ତାର ନାଳ ଝାଡା ହେଉଥିଲା ଏବଂ ସେ ଜେଲରେ ହିଁ ଚିକିତ୍ସିତ ହେଉଥିବା ଜେଲର ସୂଚନା ଦେଇଛନ୍ତି। ଆଜି ସକାଳୁ ସକାଳୁ ତାର ଦେହ ଅସୁସ୍ଥ ହେବାରୁ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ସନ୍ତୋଷର ମୃତ୍ୟୁ ହୋଇଥିବା ଜେଲର ଦେବେନ୍ଦ୍ର କୁମାର ଥାର୍ତୀ କହିଛନ୍ତି। ଝାରସୁଗୁଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯିବା ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୬,୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ – ୪୪ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୦/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୬,୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *