Sunday , June 13 2021
Breaking News
Home / ବିଶେଷ / ପଣ୍ଡିତ ପ୍ରମୋଦ କୁମାର ମିଶ୍ର ଙ୍କ ମୟୁରଭଞ୍ଜ ଇତିହାସ ପୁସ୍ତକ ଲୋକାର୍ପିତ

ପଣ୍ଡିତ ପ୍ରମୋଦ କୁମାର ମିଶ୍ର ଙ୍କ ମୟୁରଭଞ୍ଜ ଇତିହାସ ପୁସ୍ତକ ଲୋକାର୍ପିତ

ଭୁବନ,୧୬/୦୯/୨୦୧୯(ଓଡ଼ିଶା ସମାଚାର)-ଢେଙ୍କାନାଳ ଜିଲ୍ଲା ଭୁବନ ର ବିଶିଷ୍ଟ ଲେଖକ,ଆର୍ଯ୍ୟକବି ପଣ୍ଡିତ ପ୍ରମୋଦ କୁମାର ମିଶ୍ର ଙ୍କ ରଚିତ ମୟୁରଭଞ୍ଜ ଜିଲ୍ଲା ଇତିହାସ ପୁସ୍ତକ ରାଜମାତା ଶ୍ରୀମତୀ କବିତା ରାଜଲକ୍ଷ୍ମୀ ଙ୍କ ଦ୍ୱାରା ବାରିପଦା ବେଲଗାଡିଆ ରାଜପ୍ରାସାଦ ଠାରେ ଲୋକାର୍ପିତ ହୋଇଯାଇଛି । ଏହି ଲୋକାର୍ପଣ ଉସôବରେ ମୟୁରଭଞ୍ଜ ମହାରାଜା ତଥା ପୂର୍ବତନ ମନ୍ତ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେବ ଓ ମହାରାଣୀ ଶ୍ରୀମତୀ ରଶ୍ମୀ ରାଜଲକ୍ଷ୍ମୀ ଉପସ୍ଥିତ ରହି ମୟୁରଭଞ୍ଜ ର ଗୌରବମୟ ଇତିହାସ ସଂପର୍କରେ ଗଭୀର ଆଲୋକପାତ କରବା ସହିତ ପୁସ୍ତକର ରଚୟିତା ପଣ୍ଡିତ ପ୍ରମୋଦ କୁମାର ମିଶ୍ର ଭୂୟସୀ ପ୍ରଶଂସା ଓ କୃତଜ୍ଞତା ଜଣାଇଥିଲେ । ଉକôଳ ସମ୍ମିଳନୀ ଠାରୁ ଆରମ୍ଭ କରି ଶ୍ରୀ ରାମ ଚନ୍ଦ୍ର ଭଞ୍ଜଦେବ ଙ୍କ ବିଭିନ୍ନ କାର୍ଯ୍ୟ ସଂପର୍କରେ ଆଲୋକପାତ କରି କଟକ ଶ୍ରୀରାମ ଚନ୍ଦ୍ର ମେଡିକାଲ କଲେଜ ଓଡିଆ ଜାତି କୁ ଶ୍ରେଷ୍ଠ ତଥା ମହାନଦାନ ବୋଲି ବହୁ ବକ୍ତା ମତବ୍ୟକ୍ତ କରିଥିଲେ । ୧୪୦୦ ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକ ଭଞ୍ଜଭୂମିର ଦର୍ପଣ ବୋଲି ବକ୍ତା ମାନେ କହିଥିଲେ । ଏହି ଉସôବରେ ବରିଷ୍ଠ ଲେଖକ ଶିବ ପ୍ରସାଦ ବିଶ୍ୱାଳ ଓ ପ୍ରଫେସର ମୋହିତ କୁମାର ଷଡଙ୍ଗୀ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *