Sunday , June 13 2021
Breaking News
Home / ବିଶେଷ / ପଣାସଂକ୍ରାନ୍ତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରୀ

ପଣାସଂକ୍ରାନ୍ତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରୀ

ପାରାଦୀପ ୧୨/୦୪/୨୦୨୧(ଓଡ଼ିଶା ସମାଚାର)-ପଣାସଂକ୍ରାନ୍ତି ପାଳନ ଉପରେ ରୋକ୍ ଲଗାଇଛନ୍ତି ଜଗତ୍ସିଂହପୁର ଜିଲ୍ଳାପାଳ । ୧୨ତାରିଖ ଦିନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାର କନକପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ଶାରଳାଙ୍କ ପୀଠରେ ଝାମୁଯାତ୍ରାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୧୪୪ଧାରା ଲାଗୁ କରିଛନ୍ତି । ଏଥି ସହିତ ପଂଚୁପଲ୍ଲୀର ଗ୍ରାମେଶ୍ୱର ମହାଦେବ, ନାଉଗାଁ କୋରୁଅର ନୀଳକଣ୍ଠେଶ୍ୱର ମହାଦେବ ମନ୍ଦିର, ପରାହାଟର ମାଆ ଭଗବତୀ ମନ୍ଦିର, ନାଗପୁରାର ମା ଜାଗୁଳେଇ ମନ୍ଦିର, ଖାଲେରୀର ନୀଳକଣ୍ଠେଶ୍ୱର ମନ୍ଦିର, ଦା ଗାଁର କନକେଶ୍ୱର ଶିବ ମନ୍ଦିର, ବାୟୋନଳର ଗତେଶ୍ୱର ମହାଦେବ ମନ୍ଦିର, ସୋମନାଥ ହାଟର ମୁଚୁକୁନ୍ଦ ମହାଦେବ ମନ୍ଦିର, କୋରକୋରାର ଶ୍ରୀ ଗୋରେଖନାଥ ବିଜେସ୍ଥଳ ସହ ଧ୍ୟାନକୁଦର ଜଗନ୍ନାଥ ମନ୍ଦିର ଅଂଚଳରେ ୧୩ ଓ ୧୪ତାରିଖ ଦୁଇଦିନ ଧରି ୧୪୪ଧାରା ବଳବର ରହିବ ବୋଲି ଜିଲ୍ଲାପାଳ ନିର୍ଦ୍ଧେଶାନାମା ଜାରୀ କରିଛନ୍ତି ।   ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *