Monday , June 21 2021
Breaking News
Home / ବିଶେଷ / ପଟ୍ଟନାୟିକିଆ ଛକ ଟ୍ରିପଲ୍ ମର୍ଡ଼ର ମାମଲା : ମାଷ୍ଟର ମାଇଣ୍ଡ ସମେତ ୬ ଗିରଫ

ପଟ୍ଟନାୟିକିଆ ଛକ ଟ୍ରିପଲ୍ ମର୍ଡ଼ର ମାମଲା : ମାଷ୍ଟର ମାଇଣ୍ଡ ସମେତ ୬ ଗିରଫ

             ଫେରାର୍ ୫ ଅଭିଯୁକ୍ତଙ୍କୁ ଗିରଫ ନେଇ ପୋଲିସର ତନାଘନା
ଭୁବନେଶ୍ୱର, ୧୭/୦୭/୨୦୧୯ (ଓଡ଼ିଶା ସମାଚାର)- ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ପୁରୀ-ଭୁବନେଶ୍ୱର ୩୧୬ ନଂ ଜାତୀୟ ରାଜପଥର ପଟ୍ଟନାୟିକିଆ ଛକରେ ଗତ ୧୪ ତାରିଖ ଦିନ ଘଟିଯାଇଥିବା ଟ୍ରିପଲ୍ ମର୍ଡ଼ର ମାମଲାରେ ପୋଲିସ ମାଷ୍ଟର ମାଇଣ୍ଡ ସମେତ ୬ ଜଣଙ୍କୁ ଗିରଫ କରିଛି । ଏନେଇ ପୋଲିସ ଡିଜି ଆରପି ଶର୍ମା ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ରବିବାର ସଂନ୍ଧ୍ୟାରେ ବିଚ୍ ରାସ୍ତାରେ ସମ୍ପୃକ୍ତ ତିନି ଜଣ ଯୁବକଙ୍କୁ ଗୋଡାଇ ଗୋଡାଇ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ମୃତକ ମାନେ ହେଲେ ସ୍ଥାନୀୟ ସଦାନନ୍ଦପୁର ଗ୍ରାମର ଗୋଟିଏ ପରିବାରର ତିନି ଭାଇ କୃଷ୍ଣଚନ୍ଦ୍ର ବେହେରା, ପଂଚୁ ବେହେରା ଓ ପୂର୍ଣ୍ଣଚନ୍ଦ୍ର ବେହେରା । ଏହି ତିନି ଜଣ କୌଣସି କାମରେ ପଟ୍ଟନାୟିକିଆ ଛକକୁ ଆସୁଥିବା ବେଳେ ସେଠାରେ ପୂର୍ବରୁ ଛକି ରହିଥିବା ଦୁର୍ବୃତ ମାନେ ଧାରୁଆ ଅସ୍ତ୍ରରେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଅନ୍ୟପକ୍ଷରେ ଗତକାଲି ଏହି ପ୍ରସଙ୍ଗକୁ ନେଇ ବିଧାନ ସଭାରେ ବିରୋଧୀଙ୍କ ପକ୍ଷରୁ ପ୍ରବଳ ହଟ୍ଟଗୋଳ ହୋଇଥିଲା । ଏନେଇ ଅଧିକ ସୂଚନା ଦେଇ ସତ୍ୟବାଦୀ ଥାନା ଅଧିକାରୀ ତପନ ରାଉତ କହିଛନ୍ତି ଯେ, ମାମଲାରେ ବର୍ତମାନ ସୁଦ୍ଧା ୬ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ମାନଙ୍କୁ ବୁଧବାର କୋର୍ଟଚାଲାଣ କରାଯିବ । ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ ୫ ଜଣ ଅଭିଯୁକ୍ତ ବର୍ତମାନ ସୁଦ୍ଧା ଫେରାର୍ ଅଛନ୍ତି । ସେମାନଙ୍କୁ ଗିରଫ ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରୀ ରହିଛି । ଓଡ଼ିଶା ସମାଚାର

About admin

Check Also

କରୋନା କାହାଣୀ : ସ୍ୱାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ , ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର

ଗରଦପୁର,୨୦/୬/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତରେ ଗତ ଦୁଇ ଦିନ ମଧ୍ୟରେ ଦୁଇଟି କରୋନା ମୃତ୍ୟୁ ଘଟିଛି …

Leave a Reply

Your email address will not be published. Required fields are marked *