Monday , June 14 2021
Breaking News
Home / ବିଶେଷ / ପଞ୍ଜାବ ସମବାୟ ମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ

ପଞ୍ଜାବ ସମବାୟ ମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ୱର,୦୧/୦୮/୨୦୧୯ ( ଓଡ଼ିଶା ସମାଚାର)- ପଞ୍ଜାବ ଆପଣାଇବ ଓଡ଼ିଶା ଫଣ୍ଡା । ୩ଦିନିଆ ଓଡ଼ିଶା ଗସ୍ତରେ ଆସି ସମବାୟ ନୀତିକୁ ଅନୁଧ୍ୟାନ କରିଛନ୍ତି ପଞ୍ଜାବ ସମବାୟ ମନ୍ତ୍ରୀ ସୁଖବିନ୍ଦର ସିଂ ରାନ୍ଧୱା । ଓଡ଼ିଶାର ସମବାୟ ନୀତିକୁ ପଞ୍ଜାବରେ କିଭଳି ଲାଗୁ କରିହେବ ସେନେଇ ବିଧାନସଭାକୁ ଆସି ଅନୁଧ୍ୟାନ କରିଛନ୍ତି ପଞ୍ଜାବ ସମବାୟ ମନ୍ତ୍ରୀ ସୁଖବିନ୍ଦର ସିଂ ରାନ୍ଧୱା । ଓଡ଼ିଶାରେ ସମବାୟ ବ୍ୟାଙ୍କ କିଭଳି କାମ କରୁଛି ସେନେଇ ବିଭାଗୀୟ ମନ୍ତ୍ରୀଙ୍କ ଏବଂ ବିଭିନ୍ନ ନେତାଙ୍କ ସହ ଆଲୋଚନା କରିଛନ୍ତି ସମବାୟ ମନ୍ତ୍ରୀ । ତେବେ ବିଭିନ୍ନ ରାଜ୍ୟ ଠାରୁ ଓଡ଼ିଶାର ସମବାୟ ବ୍ୟାଙ୍କ ନୀତିକୁ ଅଧିକ ପସନ୍ଦ କରି ରାଜ୍ୟରେ ଏହାର କାର୍ଯ୍ୟକାରିତା ନେଇ ପୁଙ୍ଖାନୁପୁଙ୍ଖ ତର୍ଜମା କରିଛନ୍ତି ପଞ୍ଜାବ ସମବାୟ ମନ୍ତ୍ରୀ । ସେପଟେ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ପଞ୍ଜାବ ସମବାୟ ମନ୍ତ୍ରୀ କହିଛନ୍ତି କି, ପଞ୍ଜାବବି ଓଡ଼ିଶା ଶୈଳୀ ଆପଣାଇବ । ଆଉ ପଞ୍ଜାବ ସମବାୟ ବ୍ୟବସ୍ଥା ତାଙ୍କର ମେରୁଦଣ୍ଡ ଭଳିଥିବାରୁ ଏଠାରୁ ଯାଇ ସେ ପଞ୍ଜାବରେ ଓଡ଼ିଶାର ଫଣ୍ଡା ଆପଣାଇ ସମାନ ବ୍ୟବସ୍ଥା ଲାଗୁ କରିବେ । ଅନ୍ୟପଟେ ଓଡ଼ିଶାର କୋର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଦେଶର ସବୁଠାରୁ ଉନ୍ନତବ୍ୟବସ୍ଥା । ବିଭିନ୍ନ ସମୟରେ ଏହାର କାର୍ଯ୍ୟକାରିତା ନେଇ ଅନେକ ମହଲରୁ ପ୍ରଶଂସା କରାଯାଇଛି । ତେଣୁ ଓଙ୍ଗ଼ିଶାରେ କିଭଳି ଚାଲିଛି ଏହି ସମବାୟ ବ୍ୟାଙ୍କ ନୀତିଏହାର ଅନୁଧ୍ୟାନ କରିବାକୁ ପଞ୍ଜାବ ମନ୍ତ୍ରୀ ଏଠାକୁ ଆସିଥିଲେ । ଯାହାକି ଏକ ଦ୍ୱିପାକ୍ଷିକ ସମ୍ପର୍କ ଭଳି ବୋଲି କହିଛନ୍ତି ଖାଦ୍ୟ ଯୋଗାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଓଡ଼ିଶା ସମାଚାର

About admin

Check Also

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ

  କନ୍ଧମାଳ, ୧୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ …

Leave a Reply

Your email address will not be published. Required fields are marked *