Tuesday , June 15 2021
Breaking News
Home / ତାଜା ଖବର / ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ଗୁଳିମାଡ଼ – କାରଣ ଅସ୍ପଷ୍ଟ

ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ଗୁଳିମାଡ଼ – କାରଣ ଅସ୍ପଷ୍ଟ

ନୟାଗଡ଼, ୩୦/୦୮/୨୦୧୯(ଓଡ଼ିଶା ସମାଚାର)- ନୟାଗଡ଼ ଜିଲା ଅଧିନସ୍ଥ ଦଶପଲା ଥାନା ଅନ୍ତର୍ଗତ ମଧ୍ୟଖଣ୍ଡ ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ଗୁଳିମାଡ଼ ହୋଇଛି । ଗୁଳିମାଡ଼ ର କାରଣ ଜଣାପଡ଼ିନାହିଁ । ପୋଲିସ୍ ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ଦିନ ପଂଚାୟତରେ ଶ୍ରମିକ ପଂଜିକରଣ କାର୍ଯ୍ୟ ହେଉଥିଲା । ମଧ୍ୟଖଣ୍ଡ ପଂଚାୟତ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଭିଏଲ ଡ଼ବ୍ଲ୍ୟୁ ମୁରଲୀ ବାରିକ ଶ୍ରମିକ ମାନଙ୍କ ନାମ ପଂଜିକରଣ କରୁଥିଲେ । ହଠାତ ସ୍ଥାନୀୟ ଜଣେ ଯୁବକ ଆସି ତାଙ୍କ ଉପରକୁ ଗୁଳିଚଳାଇଥିଲେ । କିନ୍ତୁ ସୌଭାଗ୍ୟବଶତ ଗୁଳିଟି ତାଙ୍କ ଗୋଡ଼ରେ ବାଜିଥିଲା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଦଶପଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ପରେ ତାଙ୍କୁ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ କରୋନା ସଂକ୍ରମିତ ଚିହ୍ନଟ – ୪୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୪/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା …

Leave a Reply

Your email address will not be published. Required fields are marked *