Monday , June 14 2021
Breaking News
Home / ବିଶେଷ / ନ୍ୟାସନାଲ ଦଳିତ ୱାଚ ଓ ଆମ୍ବେଦକର ଲୋହିଆ ବିଚାରମଂଚ ଆନୁକୂଲ୍ୟରେ ଫନି ବାତ୍ୟା ପରିଚାଳନାର ଅଧ୍ୟୟନ ରିପୋର୍ଟ ଉନ୍ମୋଚିତ

ନ୍ୟାସନାଲ ଦଳିତ ୱାଚ ଓ ଆମ୍ବେଦକର ଲୋହିଆ ବିଚାରମଂଚ ଆନୁକୂଲ୍ୟରେ ଫନି ବାତ୍ୟା ପରିଚାଳନାର ଅଧ୍ୟୟନ ରିପୋର୍ଟ ଉନ୍ମୋଚିତ

ଭୁବନେଶ୍ୱର, ୨୨/୦୭/୨୦୧୯ ( ଓଡ଼ିଶା ସମାଚାର )-ନ୍ୟାସନାଲ ଦଳିତ ୱାଚ ଓ ରାଜ୍ୟର ଅଗ୍ରଣୀ ଗଣସଂଗଠନ ଆମ୍ବେଦକର-ଲୋହିଆ ବିଚାରମଞ୍ଚ ଆନୁକୂଲ୍ୟରେରାଜ୍ୟରେ ଫନି ପ୍ରଭାବିତ ୪ଟି ଜିଲ୍ଲାରେ‘ଫନି ବାତ୍ୟା ପରିଚାଳନାର ଦଳିତ, ଆଦିବାସୀ, ସଂଖ୍ୟାଲଘୁ ଓ ଅନ୍ୟାନ୍ୟ ଦୁର୍ବଳ ଗୋଷ୍ଠୀକୁ କେତେଦୂର ସାଙ୍ଗରେ ନିଆଯାଇ ପାରିଛି’ ଆଧାରରେ ଏହାକୁ ଅଧ୍ୟୟନ କରାଯାଇ ଏହାର ଏକ ରିପୋର୍ଟ ଭୁବନେଶ୍ୱର ୟୁନିଟ୍-୯ସ୍ଥିତବୁଦ୍ଧମନ୍ଦିର ପରିସରରେ ଉନ୍ମୋଚିତ ହୋଇଯାଇଛି । ଏଥିରେ ଉପରୋକ୍ତ ଦୁର୍ବଳ ସମ୍ପ୍ରଦାୟ ଗୁଡ଼ିକ ବିଭିନ୍ନ ପ୍ରକାର ଭେଦଭାବର ଶିକାର ହୋଇଥିବା ଦର୍ଶାଯାଇଥିବା ବେଳେ ଏକ ସମତୁଲ ତଥା ଉତରଦାୟୀ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ନିମନ୍ତେ ସୁପାରିଶ କରାଯାଇଛି । ଗତ ମଇଁ ୩ ତାରିଖର ବାତ୍ୟା ସମୟରେ ପୁରୀ ଜିଲ୍ଲା ପ୍ରତାପରାମଚନ୍ଦ୍ରପୁର ଗ୍ରାମର ବିରିପଡ଼ିଆ ହାମଲେଟର ଅନୁସୂଚିତ ଜାତିର ୧୬ଟି ପରିବାର ଭେଦଭାବର ଶିକାରହୋଇ ନିକଟସ୍ଥ ସ୍କୁଲ୍ ଗୃହରେ ଆଶ୍ରୟ ପାଇନଥିଲେ ଓ ବାତ୍ୟା ପରଦିନ ଉପୁଡ଼ିଯାଇଥିବା ଏକ ଗଛତଳେ ଏବଂ ଭଙ୍ଗାଘର ଗୁଡ଼ିକରେ ଆଶ୍ରୟ ନେଇଥିଲେ । ସେହି ପିଡ଼ିତ ପରିବାରର ଶୈଳ ଜେନାଙ୍କ ଦ୍ୱାରା ରିପୋର୍ଟଟି ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ଆମ୍ବେଦକର ଲୋହିଆ ବିଚାରମଂଚରରାଜ୍ୟ ସଭାପତି ସଂଗ୍ରାମ ମଲ୍ଲିକ, ନ୍ୟାସନାଲ ଦଳିତ ୱାଚର ବରିଷ୍ଠ ପରାମର୍ଶଦାତା ପ୍ରସାଦ ଚାକୋ, ଏନ୍.ସି.ଡ଼ି.ଏଚ୍.ଆର.ର ବରିଷ୍ଠ କାର୍ଯ୍ୟକ୍ରମ ପ୍ରବନ୍ଧକ ଲି ମ୍ୟାକ୍ୱିନ, ବସୁନ୍ଧରାର ମାନସ ରଞ୍ଜନ, କେରଳ ର ମାନବ ଅଧିକାର ସଂଗଠନ ରାଇଟ୍ସ୍ର ମୁଖ୍ୟ ଅଜୟ କୁମାର, ଅହମ୍ମଦାବାଦ ର ସେଂଟର ଫର୍ ଡ଼େଭଲପମେଂଟର ରଫି ମାଲେକ,ହ୍ୟାଣ୍ଡିକ୍ୟାପ ଇଂଟରନ୍ୟାସନାଲର ଆନିହଂସ ପ୍ରମୁଖ ମଂଚରେ ଉପସ୍ଥିତ ଥିଲେ । ଏହି ରିପୋର୍ଟରେ ବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ, କଟକ,ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାର୧୨ଟି ବ୍ଲକର ୩୪ଟି ରାଜସ୍ୱ ଗ୍ରାମରେ କରାଯାଇଥିବା ସାମ୍ପଲ ସର୍ଭେ ଜରିଆରେ ମିିଳିଥିବା ତଥ୍ୟ ଆଧାରରେ ବିବରଣୀ ଉପସ୍ଥାପନ କରାଯାଇଛି । ଏଥିରୁ ମିଳିଥିବା ପରିସଂଖ୍ୟନ ଗୁଡ଼ିକ ଦର୍ଶାଇଛିଯେ, ୩୧% ଏସ୍.ସି ଓ ୫୯% ଏସ୍.ଟି.ପରିବାର ଯଥେଷ୍ଟ ପୂର୍ବରୁ ସତର୍କ ସୂଚନାପାଇପାରି ନଥିଲେ । ବିଭିନ୍ନ ସ୍ଥାନରେଦଳିତ, ଆଦିବାସୀ ଓ ମୁସଲମାନ ପରିବାରମାନଙ୍କୁ ସେ ଅଂଚଳର ଆଗୁଆ ଗୋଷ୍ଠୀଙ୍କ ଦ୍ୱାରା ବାତ୍ୟା ଆଶ୍ରୟସ୍ଥଳୀ ରେ ସ୍ଥାନ ମିଳିନଥିଲା । ସର୍ଭେ ସମୟରେ ୭୯ଜଣ ଉତରଦାତା, ସେମାନଙ୍କୁ ଆଶ୍ରୟସ୍ଥଳରେ ସ୍ଥାନ ମିଳିନଥିଲା ବୋଲିପ୍ରକାଶ କରିଥିଲେ । ସେଥିମଧ୍ୟରୁ ଅଧିକାଂଶ ପୁରୀ ଜିଲ୍ଲାର ଥିଲେ । ଏହି ୩ ବର୍ଗର ବାସଗୃହ ବାତ୍ୟା ପ୍ରତିରୋଧୀ ହୋଇନଥିବାରୁ ଓ ମାଟିକାନ୍ଥ-ଚାଳ ଛପରଘର ହୋଇଥିବାରୁ ୬୮% ଏସ୍.ସି.ପରିବାର ଓ ୭୧% ଏସ୍.ଟି. ଓ ୭୧%ମୁସଲମାନ ପରିବାରଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା । ଏଥିରେ ଭାଗଚାଷ ଉପରେ ନିର୍ଭର କରୁଥିବା ପରିବାର ମାନଙ୍କ କ୍ଷତିପୂରଣ ପାଇବାରେ ବାଧା ରହିଥିବା କଥା ମଧ୍ୟ ଉଲ୍ଲେଖ କରାଯାଇଅଛି । ବିଶେଷକରି ବାତ୍ୟା ପ୍ରଭାବିତ ଅଂଚଳରେ ଲୋକମାନଙ୍କର ଜୀବିକା ଭୟଙ୍କର ଭାବରେ କ୍ଷତିଗ୍ରସ୍ତ ହୋଇଥିବାରୁ ଏ ଦିଗରେ ସରକାରଙ୍କ ତ୍ୱରିତ ପଦକ୍ଷେପର ଅଭାବ ସମ୍ପର୍କରେ ଏହି ରିପୋର୍ଟରେ ତଥ୍ୟ ପ୍ରଦାନ କରାଯାଇଛି । ଏହି ରିପୋର୍ଟରେ ଏକ ସମତୁଲ ଓ ଉତରଦାୟୀତ୍ୱ ସମ୍ପନ୍ନ ବିପର୍ଯ୍ୟୟ ପରିଚାଳନା ଯୋଜନା ଓ ନୀତି ଗ୍ରହଣ କରିବାକୁ ସୁପାରିଶ କରାଯାଇଛି । ସେଥିମଧ୍ୟରେ ସମସ୍ତ ନାଗରିକଙ୍କୁ ଯଥେଷ୍ଟ ଆଗରୁ ସତର୍କ ସୂଚନା, ଆଶ୍ରୟସ୍ଥଳୀ ଗୁଡ଼ିକର ତଦାରଖ ଓ ଆଇନ ଲାଗୁକାରୀ ଅଧିକାରୀ ମୁତୟନ ପଂଚାୟତସ୍ତରରୁ ବିପର୍ଯ୍ୟୟ ପ୍ରତିରୋଧୀ ଯୋଜନା ପ୍ରସ୍ତୁତି ଆଦି ଅନ୍ତର୍ଭୁକ୍ତ । ଏଥିସହିତ ଯଥେଷ୍ଟ ସଂଖ୍ୟକ ଲୋକଙ୍କୁ ସ୍ଥାନ ଦେଲା ଭଳି ଆଶ୍ରୟସ୍ଥଳୀ,ଏସ୍.ସି., ଏସ୍.ଟି., ଓବିସି ଓ ମୁସଲମାନମାନଙ୍କର ବାସଗୃହ ଉଚ୍ଚାସ୍ଥାନ ଓ ବିପର୍ଯ୍ୟସ୍ତ ନିରୋଧୀ ହେବା, ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ବାସଗୃହ ଗୁଡ଼ିକର କ୍ଷତି ଆକଳନ ନିମନ୍ତେ ସ୍ୱଚ୍ଛ ଓ ସରଳ ପ୍ରକ୍ରିୟା, ଭାଗଚାଷୀ ମାନଙ୍କୁ କ୍ଷତିଭରଣା, ମତ୍ସ୍ୟଜୀବି ମାନଙ୍କୁ ଜୀବିକା ନିମନ୍ତେ ପ୍ୟାକେଜ, ଦିନ ମଜୁରିଆ ମାନଙ୍କୁ ତୁରନ୍ତ ଏମ୍ଜିଏନ୍ଆରଇଜିଏ କାର୍ଯ୍ୟରେ ନିୟୋଜନ, ମହିଳା ଶିଶୁ ଆଦିଙ୍କ ପାଇଁ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକର ଅଧିକ କାର୍ଯ୍ୟଶିଳତା ଆଦି ସୁପାରିଶ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୁଦର୍ଶନ ଛୋଟରାୟ, କିସାନ ପଟ୍ଟନାୟକ,ଅଭିରାମ ମଲ୍ଲିକ, ଶେଖ ଅବଦୁଲ ୱାଲି,ସନ୍ଦିପ ପଟ୍ଟନାୟକ, ବିଣାପାଣୀ ମିଶ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଶେଷରେଏହି ଅଧ୍ୟୟନର ସଂଯୋଜକ ସଞ୍ଜୟମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ

  କନ୍ଧମାଳ, ୧୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ …

Leave a Reply

Your email address will not be published. Required fields are marked *