Sunday , August 1 2021
Breaking News
Home / ବିଶେଷ / ନୂତନ ଥାନାଧିକାରୀ ରଜନୀକାନ୍ତ ମିଶ୍ର ପାରାଦ୍ୱୀପ ଆଦର୍ଶ ଥାନାରେ ଯୋଗ ଦେଲେ

ନୂତନ ଥାନାଧିକାରୀ ରଜନୀକାନ୍ତ ମିଶ୍ର ପାରାଦ୍ୱୀପ ଆଦର୍ଶ ଥାନାରେ ଯୋଗ ଦେଲେ

ପାରାଦ୍ୱୀପ ୨୭/୦୬/୨୦୨୧(ଓଡ଼ିଶା ସମାଚାର)- ବନ୍ଦର ତଥା ଶିଳ୍ପ ସହର ପାରାଦ୍ୱୀପର ଏକ ଗୁରୁତ୍ୱପୂର୍ଣ୍ଣ ଥାନା ହେଉଛି ପାରାଦ୍ୱୀପ ଆଦର୍ଶ ଥାନା । ତେବେ ଇତି ମଧ୍ୟରେ ଜଗତସିଂହପୁର ଜିଲ୍ଲା ପୋଲିସ ବିଭାଗରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ବିଭିନ୍ନ ଥାନା ଅଧିକାରୀ ମାନଙ୍କ ପରିବର୍ତନ ହୋଇଛି । ନିକଟରେ ଜାରୀ ହୋଇଥିବା ନିର୍ଦ୍ଧେଶନାନା ଅନୁଯାୟୀ ପାରାଦ୍ୱୀପରେ ସଫଳତା ସହ କାର୍ଯ୍ୟ କରିଥିବାଥାନାଧିକାରୀ ରଜନୀକାନ୍ତ ସମାଲ ଙ୍କ ଡିଏସପି ପାହ୍ୟାକୁ ପଦୋନ୍ନତି ହୋଇ ଜଗତସିଂହପୁର ଜିଲ୍ଲା ଏସପି ଅଫିସକୁ ବଦଳି ହୋଇଥିବା ବେଳେ ଜଗତସିଂହପୁର ଥାନାର ଆଇଆଇସି ରଜନୀକାନ୍ତ ମିଶ୍ର ରବିବାର ଦିନ ପାରାଦ୍ୱୀପ ଆଦର୍ଶ ଥାନାରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେହିପରି ପାରାଦ୍ୱୀପ ଲକ୍ ଥାନା ଅଧିକାରୀ ପ୍ରଭାସ ଚନ୍ଦ୍ର ସାହୁ ଜଗତସିଂହପୁର ଥାନା, ତୈଳ ବିଶୋଧନାଗାର ଅଭୟଚାନ୍ଦପୁର ଥାନା ଅଧିକାରୀ ଯୁଗଳ କିଶୋର ଦାସଙ୍କୁ ପାରାଦ୍ୱୀପ ଲକ ଥାନା, ପାରାଦ୍ୱୀପ ମେରାଇନ୍ ଥାନାର ପ୍ରଦୁ୍ୟମ୍ନ କିଶୋର ବେହେରାଙ୍କୁ ଅଭୟଚାନ୍ଦପୁର ଥାନା, ଜିଲ୍ଲା ପୋଲିସ ମୁଖ୍ୟାଳୟର କିଶୋର କୁମାର ତରାଇଙ୍କୁ ପାରାଦ୍ୱୀପ ମେରାଇନ୍ ଥାନା ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି । ଓଡ଼ିଶା ସମାଚାର

About admin

Check Also

ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଗ୍ରାମାଂଚଳରେ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ୩ ଡି ଇ-ପାଠାଗାର

କେନ୍ଦ୍ରାପଡ଼ା, ୦୧/୦୮/୨୦୨୧(ଓଡ଼ିଶା ସମାଚାର)- ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ଆଉ ସହରକୁ ପାଠ ପଢିବା ପାଇଁ ନଯାଇ ଗ୍ରାମାଂଚଳରେ ସେହି …

Leave a Reply

Your email address will not be published. Required fields are marked *