Friday , June 25 2021
Breaking News
Home / ବିଶେଷ / ନୂତନ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା

ନୂତନ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା

କଟକ,୨୫/୦୬/୨୦୧୯ (ଓଡ଼ିଶା ସମାଚାର)-କଟକର ନୂତନ ଜିଲ୍ଲାପାଳଭାବେ ଭବାନୀ ଶଙ୍କର ଚଈନି ସୋମବାର କାର୍ଯ୍ୟାଳୟରେ ଯୋଗଦେବା ଅବସରରେ କଟକ ମହାନଗର ନାଗରିକ ମହାସଭା ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ସଭାପତି ଡାକ୍ତର ରବିରଞ୍ଜନ ସାହୁଙ୍କ ନେତ୍ୱତ୍ୱରେ ସର୍ବଶ୍ରୀ ନରସିଂହ ମହାପାତ୍ର, ପ୍ରଶାନ୍ତ ନାୟକ, ଆଇନଜୀବୀ ଇଂ. ଆକାଶ ଭୂୟାଁ, ଭୁବନାନନ୍ଦ ମହାନ୍ତି, ଅଶ୍ୱିନୀ ସେଠୀ, ଦିଲ୍ଲୀପ ରାୟ, ଆନନ୍ଦ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଅଲ୍ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ର କର୍ମକର୍ତ୍ତା ସୁମିତ୍ରା ମହାପାତ୍ର, ସଭାନେତ୍ରୀ ଗୀତାରାଣୀ ମହାନ୍ତି, ଜ୍ୟୋକ୍ଟରାରାଣୀ ସିଂହ, ସ୍ୱର୍ଣ୍ଣଲତା ସାହୁ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ସେହିଭଳି କର୍ମଚାରୀ ଅମଲା ସଂଘ ପକ୍ଷରୁ ମଧ୍ୟ ଜିଲ୍ଲାପାଳଙ୍କୁ ସ୍ୱାଗତ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ନବକୃଷ୍ଣ ଚୌଧୁରୀ ଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ

ଜଗତସିଂହପୁର ୨୪/୦୬/୨୦୨୧(ଓଡ଼ିଶା ସମାଚାର)- ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ସମାଜସେବୀ ଜଗତସିଂହପୁର ମାଟି ର ଯୋଗ୍ୟ ସନ୍ତାନ ,ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ  …

Leave a Reply

Your email address will not be published. Required fields are marked *