Sunday , June 20 2021
Home / ବିଶେଷ / ନୂଆ ଟ୍ରାଫିକ ନିୟମକୁ ବିରୋଧ କରିରାସ୍ତାକୁ ଓହ୍ଲାଇବ ଅଟୋ ମହାସଂଘ

ନୂଆ ଟ୍ରାଫିକ ନିୟମକୁ ବିରୋଧ କରିରାସ୍ତାକୁ ଓହ୍ଲାଇବ ଅଟୋ ମହାସଂଘ

ଭୁବନେଶ୍ୱର,୦୯/୦୯/୨୦୧୯(ଓଡ଼ିଶା ସମାଚାର)- ଦେଶ ତଥା ରାଜ୍ୟରେ ସଂଶୋଧିତ ନୂଆ ମୋଟର ଯାନ ଆକ୍ଟକୁ ବିରୋଧ କରି ରାସ୍ତାକୁ ଓହ୍ଲାଇବ ଅଟୋ ମହାସଂଘ  । ପରିବହନ ସଚିବଙ୍କ ସହ ଅଟୋ ମହାସଂଘର ବୈଠକ ବିଫଳ ହୋଇଛି  । ପ୍ରଥମେ ଭୁବନେଶ୍ୱର ବନ୍ଦ୍ କରିବା ପରେ ଆବଶ୍ୟକ ପଡ଼ିଲେ ସାରା ଓଡ଼ିଶା ବନ୍ଦ ପାଳନ କରିବ ବୋଲି ଅଟୋ ମହାସଂଘ ଚେତାବନୀ ଦେଇଛି  । ଏହି ନୂଆ ନିୟମ ଅନୁସାରେ କାଗଜପତ୍ର ଓ ଲାଇସେନ୍ସ ନଥିବାରୁ ସାଧାରଣ ଲୋକ ତଥାଅଟୋ ଚାଳକ ମୋଟା ଅଙ୍କର ଫାଇନ ଗଣୁଛନ୍ତି । ଅଟୋ ଚଲାଇ ପେଟ ପୋଷୁଥିବା ଲୋକଙ୍କମଧ୍ୟ ଦେବାକୁ ପଡ଼ୁଛି ଜୋରିମାନା  । ତେଣୁଏହାକୁ ବିରୋଧ କରି ଆଜି ଅଟୋ ଓ ଟ୍ୟାକ୍ସିମହାସଂଘ ପରିବହନ ସଚିବଙ୍କ ସହଆଲୋଚନା କରିଥିଲେ  । କିନ୍ତୁ ଆଲୋଚନା ଫଳପ୍ରଦ ହୋଇନାହିଁ  । ତେଣୁ ଏହି ଆଇନ ସଂଶୋଧନ ନ ହେଲେ ଆନ୍ଦୋଳନ ତୀବ୍ରତର ହେବ  । ଅଟୋ ମହାସଂଘ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ସଂଘ  । ଅଟୋ ମହାସଂଘ ଆସନ୍ତା ସୋମବାର ଭୁବନେଶ୍ୱର ବନ୍ଦ୍ ଡାକରା ଦେଇଛି  । ନୂଆ ନିୟମ ଲାଗୁ ହେବା ପରଠାରୁ ଅଟୋ ଚାଳକଙ୍କୁ ମୋଟା ଅଙ୍କର ଫାଇନ ଲାଗିଛି  । ଆଇନଲାଗୁ ହେବା ୨ଦିନ ପରେ ରାଜଧାନୀ ଭୁବନେଶ୍ୱରରେ ଜଣେ ଅଟୋ ଚଳାକଙ୍କୁ ଟ୍ରାଫିକ ଉଲଂଘନର ୮ଟି କାରଣ ଦର୍ଶାଇ ୪୭,୫୦୦ଟଙ୍କା ଫାଇନ ଲଗାଇଥିଲେ ଟ୍ରାଫିକ ପୋଲିସ  । ଏହା ସହ  ଭଦ୍ରକରେ ଜଣେ ଅଟୋ ଚାଳକଙ୍କୁ ୨୭ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିଛି  । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *