Friday , June 18 2021
Breaking News
Home / ବିଶେଷ / ନୂଆପଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ନୂଆପଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ନୂଆପଡ଼ା, ୦୮/୦୩/୨୦୨୧(ଓଡ଼ିଶା ସମାଚାର)-  ଆଉ ଦୁଇ  ଦିନ  ପରେ;  ମାର୍ଚ୍ଚ  ୧୦ରେ  ନୂଆପଡ଼ା  ଜିଲ୍ଲା ଗସ୍ତରେ ଆସୁଛନ୍ତି  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁତତ୍ପରତା  ପ୍ରକାଶ  ପାଇଛି ।  ଜିଲ୍ଲାର  ବିକାଶ  ପାଇଁ ମୁଖ୍ୟମନ୍ତ୍ରୀ ୪ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବେ ବୋଲି ଜଣାପଡ଼ିଛି । ଏଥିପାଇଁ ଜିଲ୍ଲା   ମୁଖ୍ୟାଳୟ   ଓ   ଖଡ଼ିଆଲ ଠାରେ   ପ୍ରସ୍ତୁତି ଜୋର୍ ସୋରରେ ଚାଲିଛି ।ଆଲୋଚନା  ହେଉଛି  ଯେ  ଏହି  କାର୍ଯ୍ୟକ୍ରମରେ ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାରେ ବିଜେଡି ନିଜର ଶକ୍ତିପ୍ରଦର୍ଶନ କରିବ । କୋମନା, ବୋଡ଼େନ, ସିନାପାଲି ଓ ନୂଆପଡ଼ା ସମେତ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବ୍ଲକ୍ ପାଇଁ ମୁଖ୍ୟମନ୍ତ୍ରୀ ୪ହଜାର କୋଟି ଟଙ୍କାର ପ୍ରକଳ୍ପରଶିଳାନ୍ୟାସ କରିବେ । ସେଥିମଧ୍ୟରୁ ଜିଲ୍ଲାର କୋମନା ଓ ଖଡ଼ିଆଳ ବ୍ଲକ୍ ମଧ୍ୟ ଭାଗରେ ୨ ହଜାର କୋଟିଟଙ୍କା ବ୍ୟୟ ଅଟକଳରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ  ଉଦଘାଟନ  କାର୍ଯ୍ୟକ୍ରମ  ରହିଛି ।  ଏଥିରେ୨୯ହଜାର ୯ ସହ ହେକ୍ଟର ଜମିକୁ ଜଳସେଚନହେବ । ବଲାଙ୍ଗିର ଜିଲ୍ଲାର ବେଙ୍ଗାମୁଣ୍ଡା, ମୁରୁବାହାଲ ଓ  ଟିଟିଲାଗଡ଼  ବ୍ଲକ୍ର  ପ୍ରାୟ  ୧୯  ଶହ  ହେକ୍ଟରଜମିରେ ସେଚନ କରାଯିବା ଲାଗି ଲକ୍ଷ୍ୟ ରହିଛି । ଓଡ଼ିଶା ସମାଚାର

About admin

Check Also

ଓଡ଼ିଶା ମୋ ପରିବାର ଆନୁକୁଲ୍ୟରେ ସ୍ୱେଛାକୃତ ରକ୍ତଦାନ ଶିବିର 

ରଘୁନାଥପୁର,୧୮/୦୬/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ପୁରଣ ଓଡ଼ପଡ଼ାସ୍ଥିତ ପ୍ରମିଳା ମଣ୍ଡପରେ ଡଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର …

Leave a Reply

Your email address will not be published. Required fields are marked *