Sunday , June 20 2021
Home / ବିଶେଷ / ନୂଆଁଖାଇ ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ : ସେପ୍ଟେ ́ର ୩ ତାରିଖ ସକାଳ ୧୦ଟା ୫ ମିନିଟ୍ ରୁ ୧୦ଟା ୨୦ ମିନିଟ୍

ନୂଆଁଖାଇ ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ : ସେପ୍ଟେ ́ର ୩ ତାରିଖ ସକାଳ ୧୦ଟା ୫ ମିନିଟ୍ ରୁ ୧୦ଟା ୨୦ ମିନିଟ୍

ସମ୍ବଲପୁର, ୨୫/୦୮/୨୦୧୯(ଓଡ଼ିଶା ସମାଚାର)- ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ‘ନୂଆଁଖାଇ’ ପାଇଁ ଶୁଭ ଲଗ୍ନଧାର୍ଯ୍ୟ ହୋଇଛି । ତଦନୁଯାୟୀ, ଆସନ୍ତାସେପ୍ଟେମ୍ବର ୩ ତାରିଖ ଭାଦ୍ରବଶୁକ୍ଳପକ୍ଷ ପଚଂମୀ ତିଥିରେ ସକାଳ୧୦ଟା ୫ ମିନିଟ୍ ରୁ ୧୦ଟା ୨୦ମିନିଟ୍ ମଧ୍ୟରେ ଅମୃତ ବେଳାରେ ମାସମଲେଶ୍ୱରୀଙ୍କ ନିକଟରେ ନବାନ୍ନଲାଗି କରାଯିବ । ସମ୍ବଲପୁର ଝାଡ଼ୁଆପଡାସ୍ଥିତ ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମାନଙ୍କ ଏକ ମହାସଭା ବସିଏହି ଲଗ୍ନ ସ୍ଥିରିକୃତ ହୋଇଥିଲା । ପ୍ରଥମେପାରମ୍ପାରିକ ପୂଜାର୍ଚ୍ଚନା ପରେ ପଣ୍ଡିତମାନେ ପାଞ୍ଜି ଦେଖି ନୂଆଁଖାଇ ତିଥି ଓ ଲଗ୍ନ ସ୍ଥିର କରିଥିଲେ । ଏଙ୍ଖାରେ ଉଲ୍ଲେଖଯୋଗ୍ୟ ଯେ, ପ୍ରତିବର୍ଷ ଝାଡ଼ୁଆପଡା ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ଜନ୍ମାଷ୍ଟମୀ ପରେ ନନ୍ଦ ଉତ୍ସବଦିନ ନୂଆଁଖାଇ ନିମନ୍ତେ ଲଗ୍ନ ସ୍ଥିରିକୃତ ହୋଇଥାଏ । ନୂଆଁଖାଇ ଅବସରରେ ପ୍ରଥମେ ମା’ ସମଲେଶ୍ୱରୀଙ୍କ ନିକଟରେ ନବ ବସ୍ତ୍ର ଓ ନବାନ୍ନ ଲାଗି କରାଯାଇଥାଏ । ପରେ ଅନ୍ୟ ଦେବାଦେବୀଙ୍କୁ ନବାନ୍ନଲାଗି ପରେ ଲୋକେ ନବାନ୍ନ ଭୋଜନ କରିଥାନ୍ତି । ଘରେ ଘରେ ପିଠାପଣା ସାଙ୍ଗକୁ ନବବସ୍ତ୍ର ପରିଧାନ ପୂର୍ବକ ବନ୍ଧୁବାନ୍ଧବ, ସମ୍ପର୍କୀୟଙ୍କ ଗହଣରେ ଲୋକେ ଦିନଟିକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥାନ୍ତି । ବିଶେଷ କରି ଓଡ଼ିଶାର ସମ୍ବଲପୁର ସମେତ ବରଗଡ଼,ବଲାଙ୍ଗିର, କଳାହାଣ୍ଡି,ନୂଆପଡ଼ା,ସୁବର୍ଣ୍ଣପୁର, ବୌଦ୍ଧ, ଦେବଗଡ଼,ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର ସହରଠାରୁ ଆରମ୍ଭ କରି ପୁରପଲ୍ଲୀରେ ନୁଆଁଖାଇ ପାଳନ ହୋଇଥାଏ । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *